ଚଳିତ ମାସରେ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ । କିନ୍ତୁ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନରେ ନ ଖେଳି ଦୁବାଇରେ ତା’ର ସମସ୍ତ ମ୍ୟାଚ୍ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟରେ କ୍ରିକେଟ୍ ପ୍ରେମୀମାନେ ଯେଉଁ ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ତାହା ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍ । ତେବେ ଏହି ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖବର ।
Also Read
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ICC) ଏବେ ସମସ୍ତ ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ପ୍ରକାଶ କରିଛି । ଆପଣଙ୍କୁ କହି ରଖୁଛୁ ଯେ ପାକିସ୍ତାନରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ପାଇଁ ଟିକେଟର ଅନଲାଇନ ବିକ୍ରି ଜାନୁଆରୀ ୨୮ରୁ ଆରମ୍ଭ ହୋଇସାରିଛି । ଏବେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆଜି (୩ ଫେବୃଆରୀ) ଠାରୁ ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ:
ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଭାରତୀୟ ଦଳର ମ୍ୟାଚ୍ ଟିକେଟ୍ ପାଇଁ ୱିଣ୍ଡୋ ଆଜି ସନ୍ଧ୍ୟା ୫.୩୦ରେ ଖୋଲିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଟିକେଟର ମୂଲ୍ୟ ୧୨୫ ଦିରହମ ( ଭାରତୀୟ ମୂଲ୍ୟରେ ପ୍ରାୟ ୩ ହଜାର ଟଙ୍କା) ରଖାଯାଇଛି ।
କେମିତି କରିବେ ଟିକେଟ୍ ବୁକିଂ
- ଟିକେଟ୍ ବୁକିଂ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ - https://www.iccchampionstrophy.com/tickets
- 'Dubai Hosted Matches' ବିଭାଗ ଚୟନ କରନ୍ତୁ
- ଆପଣ ଦେଖିବାକୁ ଚାହୁଁଥିବା ମ୍ୟାଚ୍ ଚୟନ କରନ୍ତୁ । ଯଦି ଆପଣ ଜଣେ ବିଦେଶୀ ଯାତ୍ରୀ, ତେବେ ଆପଣଙ୍କର ପାସପୋର୍ଟ ନମ୍ବର ଏବଂ ଆପଣ କିଣିବାକୁ ଚାହୁଁଥିବା ଟିକେଟ୍ ସଂଖ୍ୟା ଲେଖନ୍ତୁ । ଜଣେ ବ୍ୟକ୍ତି ଗୋଟିଏ ମ୍ୟାଚ୍ ପାଇଁ ସର୍ବାଧିକ ୪ଟିରୁ ଅଧିକ ଟିକେଟ୍ କିଣିପାରିବେ ନାହିଁ।
- ଆପଣଙ୍କ ପସନ୍ଦର ସିଟ୍ ଚୟନ କରନ୍ତୁ ଏବଂ ଆପଣଙ୍କର ବିବରଣୀ ପ୍ରଦାନ କରନ୍ତୁ
- ଦିଆଯାଇଥିବା ବିକଳ୍ପ ଅନୁସାରେ ପେମେଣ୍ଟ କରନ୍ତୁ । ଆପଣ ଆପଣଙ୍କ ଦ୍ୱାରା ପ୍ରବେଶ କରାଯାଇଥିବା ଇ-ମେଲ୍ ଆଇଡିରେ ସମସ୍ତ ବୁକିଂ ସୂଚନା ପାଇପାରିବେ ।
ସୂଚନା ଅନୁସାରେ ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍ ପାଇଁ ସବୁଠାରୁ ଶସ୍ତା ଟିକେଟର ମୂଲ୍ୟ ୧ ହଜାର ପାକିସ୍ତାନୀ ଟଙ୍କା ରହିଛି । ଯାହା ଭାରତରେ ୩୧୦ ଟଙ୍କା ସହିତ ସମାନ ହେବ । ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ସମସ୍ତ ମ୍ୟାଚ୍ କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ଅନୁଷ୍ଠିତ ହେବ ।
ଚମ୍ପିଆନ୍ସ ଟ୍ରଫିର ପୂରା କାର୍ଯ୍ୟସୂଚୀ
ଫେବୃଆରୀ ୧୯ – ପାକିସ୍ତାନ vs ନ୍ୟୁଜିଲାଣ୍ଡ, କାରାଚୀ
ଫେବୃଆରୀ ୨୦ – ବାଂଲାଦେଶ vs ଭାରତ, ଦୁବାଇ
ଫେବୃଆରୀ ୨୧ - ଆଫଗାନିସ୍ତନ vs ସାଉଥ ଆଫ୍ରିକା, କରାଚୀ
ଫେବୃଆରୀ ୨୨ – ଅଷ୍ଟ୍ରେଲିଆ vs ଇଂଲଣ୍ଡ, ଲାହୋର
ଫେବୃଆରୀ ୨୩ - ପାକିସ୍ତାନ ବନାମ ଭାରତ, ଦୁବାଇ
ଫେବୃଆରୀ ୨୪ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
ଫେବୃଆରୀ ୨୫ - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି
ଫେବୃଆରୀ ୨୬ - ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୭ - ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
ଫେବୃଆରୀ ୨୮ - ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର
ମାର୍ଚ୍ଚ ୧ - ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
ମାର୍ଚ୍ଚ ୨ - ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୪ - ସେମିଫାଇନାଲ ୧, ଦୁବାଇ
ମାର୍ଚ୍ଚ ୫ - ସେମିଫାଇନାଲ ୨, ଲାହୋର
ମାର୍ଚ୍ଚ ୯ - ଫାଇନାଲ୍, ଲାହୋର (ଭାରତ ଫାଇନାଲରେ ପହଞ୍ଚିଲେ ଦୁବାଇରେ ଖେଳାଯିବ)
ମାର୍ଚ୍ଚ ୧୦ – ରିଜର୍ଭ ଡେ’