Advertisment

Free Ticket: ଫ୍ରିରେ ଦେଖନ୍ତୁ ମ୍ୟାଚ, ଜାଣନ୍ତୁ କେମିତି କରିବେ ଅନଲାଇନ ଆବେଦନ

ଏହି ୧୦ ଦିନ ହକିର ମହାକୁମ୍ଭ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଆବେଦନ କରିବା ଦ୍ବାରା ଜଣଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ମିଳିବ। ଜଣେ ବ୍ୟକ୍ତି ଚାହିଁଲେ ଏକା ସାଥୀରେ ୬ଟି ଟିକେଟ କିଣି ପାରିବେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
hockey

hockey

ବର୍ତ୍ତମାନ ସମ୍ପୂର୍ଣ୍ଣ ରାଜ୍ୟରେ କ୍ରିକେଟର ଫିଭର। ବାରବାଟୀରେ ଖେଳାଯିବାକୁ ଥିବା ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ଅଫୁରନ୍ତ ଉତ୍ସାହ। ତେବେ ବାରବାଟୀର ଦର୍ଶକ ଷ୍ଟାଣ୍ଡରେ ଟିକେଟ ମିଳିବା କାଠିକର ପାଠ ହୋଇପଡିଛି। ଅନଲାଇନରେ ମାତ୍ର ୪ ହଜାର ଟିକେଟ ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ବେଳେ ୧୦ ମିନିଟ ମଧ୍ୟରେ ଏହା ଶେଷ ହୋଇ ଯାଇଥିଲା। ୪ ହଜାର ଟିକେଟ ପାଇଁ ଅନଲାଇନରେ ଆବେଦନ କରିଥିଲେ ପ୍ରାୟ ୬୦ ହଜାର ଲୋକ।

Advertisment

ତେବେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ଇଭେଣ୍ଟ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ହକି ପ୍ରୋ ଲିଗ। ଭାରତ ସମେତ ଇଂଲଣ୍ଡ, ସ୍ପେନ, ଜର୍ମାନୀ, ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ଭଳି ଦଳ ଏଥିରେ ଅଂଶଗ୍ରହଣ କରିବେ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଫେବୃଆରୀ ୧୫ରୁ ୨୫ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଭାରତ ଚରଣର ମ୍ୟାଚ ଖେଳାଯିବ।

ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ।

Advertisment

ଏହି ୧୦ ଦିନ ହକିର ମହାକୁମ୍ଭ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି। ଅନଲାଇନରେ ଆବେଦନ କରିବା ଦ୍ବାରା ଜଣଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ମିଳିବ। ଜଣେ ବ୍ୟକ୍ତି ଚାହିଁଲେ ଏକାସାଥୀରେ ୬ଟି ଟିକେଟ କିଣି ପାରିବେ। https://ticketgenie.in/ ୱେବସାଇଟ କିମ୍ବା ଆପ ମାଧ୍ୟମରେ ଏହି ଟିକେଟ କିଣା ଯାଇପାରିବ। ମୋବାଇଲରେ ଆସିଥିବା ଟିକେଟକୁ କାଉଣ୍ଟରରେ ଦେଖାଇଲେ ଟିକେଟ ମିଳିବ। ଯାହାକୁ ଦେଖାଇ ଷ୍ଟାଡିୟମରେ ପ୍ରବେଶ କରିହେବ।

ନିକଟରେ ରାଉରକେଲାରାଞ୍ଚିରେ ହକି ଇଣ୍ଡିଆ ଲିଗ ଉଦଯାପିତ ହୋଇଥିଲା। ଏଥିପାଇଁ ମଧ୍ୟ ମାଗଣା ଟିକେଟ ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶା ସରକାର ହକିର ପ୍ରୟୋଜକ ରହିଥିବା ବେଳେ ହକିର ପ୍ରଚାର ପ୍ରସାର ପାଇଁ ହକି ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସଭାପତି ଦିଲୀପ ତୀର୍କି। ଉଲ୍ଲେଖ ଯୋଗ୍ୟ ଯେ, ଭାରତୀୟ ପୁରୁଷ ଦଳ ୧୫ ଓ ୧୬ ତାରିଖରେ ସ୍ପେନ, ୧୮ ଓ ୧୯ ତାରିଖରେ ଜର୍ମାନୀ, ୨୧ ଓ ୨୨ ତାରିଖରେ ଆୟର୍ଲାଣ୍ଡ ଏବଂ ୨୪ ଓ ୨୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏହାର ମ୍ୟାଚ ଖେଳିବ। ଅନ୍ୟ ପକ୍ଷରେ ମହିଳା ଦଳ ୧୫ ଓ ୧୬ ତାରିଖରେ ଇଂଲଣ୍ଡ, ୧୮ ଓ ୧୯ ତାରିଖରେ ସ୍ପେନ, ୨୧ ଓ ୨୨ ତାରିଖରେ ଜର୍ମାନୀ ଏବଂ ୨୪ ଓ ୨୫ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଏହାର ମ୍ୟାଚ ଖେଳିବ। ବର୍ତ୍ତମାନ ଏଫଆଇଏଚ ହକି ପ୍ରୋ ଲିଗରେ ଭାରତୀୟ ପୁରୁଷ ଦଳ ଅଷ୍ଟମ ଓ ମହିଳା ଦଳ ନବମ ସ୍ଥାନରେ ରହିଛି।

ଅଧିକ ପଢ଼ନ୍ତୁ: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

Kalinga Stadium Hockey India Barabati Stadium
Advertisment
Advertisment