Advertisment

Cummins Trolled Kohli: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ

ନିୟମିତ ଭାବେ ଅଫଷ୍ଟମ୍ପ ବାହାର ବଲରେ କୋହଲି ଆଉଟ ହେଉଥିବା ବେଳେ ରଣଜୀରେ ମଧ୍ୟ ଖରାପ ଫର୍ମ ଜାରି ରହିଥିଲା। ରେଲୱେଜର ଅନାମଧେୟ ବୋଲର ହିମାଂଶୁ ସାଙ୍ଗୱନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଖରାପ ଫର୍ମ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ତାଙ୍କୁ ଟ୍ରୋଲ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
kohli

kohli

ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ନିଜ କ୍ୟାରିୟରର ଖରାପ ଫର୍ମରେ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିୟମିତ ବିଫଳ ହେଉଥିବା କୋହଲି ରଣଜୀ ଟ୍ରଫିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଚତୁର୍ଥ ଓ ଓ ପଞ୍ଚମ ଷ୍ଟମ୍ପରେ ରହୁଥିବା ବଲକୁ ଖେଳିବାରେ କୋହଲିଙ୍କ ବିଫଳତା ପଦାରେ ପଡିଥିଲା। ନିୟମିତ ଭାବେ ଅଫଷ୍ଟମ୍ପ ବାହାର ବଲରେ କୋହଲି ଆଉଟ ହେଉଥିବା ବେଳେ ରଣଜୀରେ ମଧ୍ୟ ଖରାପ ଫର୍ମ ଜାରି ରହିଥିଲା। ରେଲୱେଜର ଅନାମଧେୟ ବୋଲର ହିମାଂଶୁ ସାଙ୍ଗୱନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଖରାପ ଫର୍ମ ଜାରି ରହିଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ତାଙ୍କୁ ଟ୍ରୋଲ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ହୋଇଥିବା ଆଡ ଫିଲ୍ମରେ ଏମିତି କିଛି କହିଛନ୍ତି କମିନ୍ସ। ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ଉପରେ ସଭିଙ୍କ ନଜର ରହିଛି। ତେବେ କୋହଲି ତାଙ୍କ ଦଳ ବିପକ୍ଷରେ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳେ କେମିତି ତାଙ୍କ ଧ୍ୟାନ ଭାଙ୍ଗିବେ ତାର ଅଭ୍ୟାସ କରିଛନ୍ତି କମିନ୍ସ। ଭିଡିଓରେ ଦେଖିବାକୁ ମିଳିଛି କମିନ୍ସ ନିଜର ଦାଢି ବନାଉଥିବା ବେଳେ କୋହଲିଙ୍କୁ ସ୍ଲେଜ କରିବାର ଅଭ୍ୟାସ କରୁଛନ୍ତି। କୋହଲି ତୁମକୁ ଏତେ ଧୀମା ଖେଳିବାର ମୁଁ କେବେ ଦେଖିନାହିଁ।

Advertisment

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କା ବିପକ୍ଷ ସିରିଜରୁ କମିନ୍ସ ବାଦ ପଡିଥିବା ବେଳେ ଚାମ୍ପିୟନ୍ସ ଟ୍ରଫି ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଝିଅ ଜନ୍ମ ପାଇଁ କମିନ୍ସ ଶ୍ରୀଲଙ୍କା ସିରିଜରୁ ଓହରି ଯାଇଥିଲେ। ଏହା ସହିତ ତାଙ୍କ ଗୋଇଠିରେ ସାମାନ୍ୟ ସମସ୍ୟା ରହିଥିବା ବେଳେ ସେ ରିହାବରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭ୍ୟାସ ଆରମ୍ଭ କରି ନ ଥିବାରୁ ଚାମ୍ପିୟନ୍ସ ଟ୍ରଫି ଦଳକୁ ତାଙ୍କର ଫେରିବା ସମ୍ଭାବନା ମଧ୍ୟ କମ ରହିଛି। କମିନ୍ସ ନ ଖେଳିଲେ ଅଷ୍ଟ୍ରେଲିଆ ତାଙ୍କୁ ମିସ କରିବ। କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ବକପରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଉଭୟ ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ଅଷ୍ଟ୍ରେଲିଆ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ଖେଳରତ୍ନ ପୁରସ୍କାର; ତାଲିକାରେ ଅଛନ୍ତି ଏହି ୪ ଖେଳାଳି

Virat Kohli Pat Cummins
Advertisment
Advertisment