/odishatv-khabar/media/post_attachments/uploadimage/library/16_9/16_9_0/rowing_1738753414.jpg)
rowing
ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡା ୨୦୨୫ରେ ଓଡ଼ିଶା ଆଥଲେଟ ମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ବୁଧବାର ଓଡ଼ିଆ ଆଥଲେଟ ମାନେ ରୋଇଂରୁ ଏକ ରୌପ୍ୟ ପଦକ ଜିତିଥିବା ବେଳେ ଓଡ଼ିଶାର ସମୁଦାୟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ହଲଦ୍ବାନିରେ ଅନୁଷ୍ଠିତ ଚଳିତ ଜାତୀୟ ଚାମ୍ପିୟନଶିପରେ ରୋଇଂରୁ ଓଡ଼ିଶାକୁ ଏହା ପ୍ରଥମ ପଦକ। କକ୍ସଲେସ ଫୋର ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ସୋନାଲି ସ୍ବାଇଁ, ନିକିତା ଗଭାନେ, ଅବିନାଶ କୌର ଓ ଝରଣା ହସ୍ତୀ ଅଂଶଗ୍ରହଣ କରିଥିଲେ।
ଏହି ଇଭେଣ୍ଟରେ କେରଳର ରୋଜ ଜୋଶ, ବି ବର୍ଷା, ବି ଅଶ୍ବଥୀ ଓ ଏସ ମୀନାକ୍ଷୀଙ୍କ ଟିମ ୭:୩୩.୧୮ ସେକେଣ୍ଡର ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ। ଓଡ଼ିଶା ମହିଳା ଦଳ ୭:୩୮.୬୬ ସେକେଣ୍ଡର ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଅନ୍ୟ ପକ୍ଷରେ ତାମିଲନାଡୁ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲା। ଓଡ଼ିଆ ଆଥଲେଟ ମାନେ ଚଳିତ ସଂସ୍କରଣର ଜାତୀୟ କ୍ରୀଡାରେ ସମୁଦାୟ ୨୦ ପଦକ ହାସଲ କରିଛନ୍ତି। ଓଡ଼ିଆ ଆଥଲେଟ ମାନେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୯ ବ୍ରୋଞ୍ଜ ପଦକ ସହିତ ୨୦ ପଦକ ହାସଲ କରି ୧୩ ନମ୍ବର ସ୍ଥାନରେ ରହିଛି।
ଅଧିକ ପଢ଼ନ୍ତୁ: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ
ଓଡ଼ିଶା ଖୋ ଖୋରୁ ଦୁଇଟି ରୌପ୍ୟ ପଦକ ଜିତିଛି। ଅନ୍ୟ ଇଭେଣ୍ଟ ଗୁଡିକ ମଧ୍ୟରେ ଭାରୋତ୍ତୋଳନରୁ ୧ ସ୍ବର୍ଣ୍ଣ, ଉଷୁରୁ ଗୋଟିଏ ଲେଖାଏ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ, ସାଇକ୍ଲିଂରୁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ, ଦୁଇଟି ବ୍ରୋଞ୍ଜ, ରଗବୀରୁ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଓ ସନ୍ତରଣୁ ଗୋଟିଏ ସ୍ବର୍ଣ୍ଣ ଓ ୪ଟି ବ୍ରୋଞ୍ଜ ଜିତିଛନ୍ତି ଓଡ଼ିଆ ଆଥଲେଟ। କର୍ଣ୍ଣାଟକ ୫୨ ପଦକ ସହିତ ପ୍ରଥମ ସ୍ଥାନରେ ରହିଛି। କର୍ଣ୍ଣାଟକ ଖେଳାଳି ୨୮ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଏହା ବ୍ୟତୀତ ମହିଳା ଫୁଟବଲ ଫାଇନାଲରେ ପ୍ରବେଶ କରିବା ସହିତ ପଦକ ପକ୍କା କରିଛି ଓଡ଼ିଶା। ଓଡ଼ିଶା ୫-୧ ଗୋଲରେ ହରିଆଣାକୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ରେବେକା ଜାମଥିଆନମାୱି ଏକମାତ୍ର ଗୋଲ ସ୍କୋର କରିଥିବା ବେଳେ ଓଡ଼ିଶା ପକ୍ଷରୁ ପ୍ୟାରୀ ଖାଖା ଡବଲ ଗୋଲ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାଳତୀ ମୁଣ୍ଡା, ସୁମିତ୍ରା ହେମ୍ବ୍ରମ ଓ ଯବାମଣି ଟୁଡୁ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)