Advertisment

Barabati Match: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Barabati Battle

Barabati Battle

ବାରବାଟୀରେ ଟିକେଟ୍ ପାଇଁ ଦେଖାଦେଇଛି ହଙ୍ଗାମା। ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ, ପରସ୍ପର ଉପରେ ଚଢିଗଲେ। ଲୋକଙ୍କର ଚେତା ବୁଡ଼ିଲା, ପୋଲିସ୍ ବି ନାକେଦମ୍ ହେଲା। ବାରବାଟୀରେ ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବାବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।  ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଛି ଦଳଚକଟା ସହ ପ୍ରବଳ ଠେଲାପେଲା।

Advertisment

ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି। ଘୋର ଅବ୍ୟବସ୍ଥା ଯୋଗୁ ଟିକେଟ୍ ଆଶାୟୀ ଦହଗଞ୍ଜ ହେଉଥିବା ଅଭିଯୋଗ ହୋଇଛି। ଦଳଚକଟା ସ୍ଥିତି ଯୋଗୁ କିଛି ଲୋକ ଚେତା ମଧ୍ୟ ହରାଇଛନ୍ତି।

ଗତକାଲି ରାତିରୁ ଲାଇନରେ ଥାଇ ମଧ୍ୟ କ୍ରିକେଟପ୍ରେମୀ ଟିକେଟ ଖଣ୍ଡେ ପାଇ ପାରିନାହାନ୍ତି। ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରବଳ ଗହଳି ସତ୍ତ୍ବେ ପିଇବା ପାଣିର ବ୍ୟବସ୍ଥା ହୋଇନଥିବା ଅଭଯୋଗ ହୋଇଛି। ଟିକେଟ୍ ଆଣିବା ପରେ ଫେରିବା ପାଇଁ ଏଗଜିଟ୍ ପଏଣ୍ଟ ମଧ୍ୟ ନାହିଁ। ଫଳରେ ପ୍ରବଳ ଲୋକଙ୍କ ଭିଡ ଯୋଗୁ ଅଣାୟତ ସ୍ଥିତି ଉପୁଜିଛି। ଏପରିକି ପୋଲିସ ଦେଖଣାହାରୀ ସାଜିଥିବା ଅଭିଯୋଗ ହୋଇଛି।

Advertisment

ଘଟଣାସ୍ଥଳରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ନିଜେ କଟକ ଡିସିପି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ଗହଳି ନିୟନ୍ତ୍ରଣ କରିବାକୁ ଖୋଦ୍ ଡିସିପି ମଧ୍ୟ ନାକେଦମ୍ ହୋଇଯାଇଛନ୍ତି। ପୋଲିସ୍ ଥାଇ ବି ଏଯାଏଁ ନିୟନ୍ତ୍ରଣକୁ ଆସିନି ସ୍ଥିତି।

ଜଣେ ଯୁବକ କହିଛନ୍ତି, କାଲି ସନ୍ଧ୍ୟାରୁ ଟିକେଟ ପାଇଁ ଠିଆ ହେଲୁଣି, ଏପର୍ଯ୍ୟନ୍ତ ଟିକେଟ ମିଳିନାହିଁ। ଠେଲାପେଲା ଯୋଗୁ କିଛି ଲୋକ ଅଚେତ ହୋଇପଡ଼ିଲେଣି। ଟିକେଟ କାଉଣ୍ଟର ନିକଟରେ ପାଣି ଟୋପେ ମଧ୍ୟ ମିଳୁନାହିଁ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

Cuttack Barabati Barabati Ticket
Advertisment
Advertisment