Advertisment

India Won 4-1: ଅଭିଷେକ ଶର୍ମାଙ୍କ ଶତକ, ୪-୧ରେ ସିରିଜ ଜିତିଲା ଭାରତ

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୪-୧ରେ ଜିତି ନେଇଛି ଭାରତ। ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ମୁମ୍ବାଇରେ ଖେଳା ଯାଇଥିବା ମ୍ୟାଚକୁ ୧୫୦ ରନରେ ଜିତି ନେଇଛି।

author-image
Saroj Kumar Jena
abhisek

abhisek

ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୪-୧ରେ ଜିତି ନେଇଛି ଭାରତ। ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ସଫଳତା ବଳରେ ଭାରତ ମୁମ୍ବାଇରେ ଖେଳା ଯାଇଥିବା ମ୍ୟାଚକୁ ୧୫୦ ରନରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟରେ ୨୪୭ ରନ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୯୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା ଧୂଆଁଧାର ଶତକ ହାସଲ କରିଥିବା ବେଳେ ବୋଲିଂରେ ୨ଟି ୱିକେଟ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: କ୍ରମାଗତ ଦ୍ବିତୀୟ ଥର ଟି୨୦ ବିଶ୍ବକପ ଜିତିଲା ଭାରତ, ତ୍ରିଶା ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ

ଧୂଆଁଧାର ବ୍ୟାଟିଂ କରିଥିବା ଅଭିଷେକ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ଓ ୩୫ ବଲରେ ଶତକ ହାସଲ କରିଥିଲେ। ଏହା ସହିତ ଟି୨୦ରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ ସ୍କୋର ରେକର୍ଡ କରିଥିଲେ। ପୂର୍ବରୁ ୧୨୬ ରନ କରିଥିବା ଶୁବମନ ଗିଲଙ୍କ ନାମରେ ଏହି ରେକର୍ଡ ରହିଥିଲା। ଅଭିଷେକ ୫୪ ବଲ ଖେଳି ୧୩୫ ରନ କରିଥିଲେ। ଏହି ଇନିଂସରେ ୭ ଚୌକା ଓ ୧୩ ଛକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିବମ ଦୁବେ ୩୦, ତିଳକ ବର୍ମା ୨୪, ସଞ୍ଜୁ ସାମସନ ୧୬ ଓ ଅକ୍ଷର ପଟେଲ ୧୫ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସ ୩ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମାର୍କ ଉଡ ୨, ଆଦିଲ ରଶିଦ, ଜୋଫ୍ରା ଆର୍ଚର ଓ ଜେମି ଓଭରଟନ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Advertisment

ଜବାବରେ ଇଂଲଣ୍ଡ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା। ଇଂଲଣ୍ଡ ପକ୍ଷରୁ ଫିଲିପ ସଲ୍ଟ ଏକାକୀ ୫୫ ରନ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟର ଜାକବ ବେଥେଲ ୧୦ ରନ କରିଥିଲେ। ଅନ୍ୟ ୯ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଫିଲିପ ସଲ୍ଟ ୨୩ ବଲ ଖେଳି ୫୫ ରନ ସ୍କୋର କରିଥିଲେ। ସଲ୍ଟ ୭ ଚୌକା ଓ ୩ ଛକା ମାରିଥିଲେ। ଭାରତ ପକ୍ଷରୁ ପ୍ରତ୍ୟାବର୍ତ୍ତନ କରିଥିବା ମହମ୍ମଦ ଶାମି ସର୍ବାଧିକ ୩ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ, ଶିବମ ଦୁବେ ଓ ଅଭିଷେକ ଶର୍ମା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ରବି ବିଷ୍ଣୋଇ ଗୋଟିଏ ଉଇକେଟ ନେଇଥିଲେ। ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଓ ବରୁଣ ଚକ୍ରବର୍ତ୍ତୀ ପ୍ଲେୟର ଅଫ ଦ ସିରିଜ ଘୋଷଣା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

Ind Vs Eng T20I Series T20
Advertisment
Advertisment