• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାରତୀୟ ଦଳର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ରଣଜୀ ଟ୍ରଫିରେ ବେଙ୍ଗଲ ପକ୍ଷରୁ ପଞ୍ଜାବ ବିପକ୍ଷରେ ତାଙ୍କ କ୍ରିକେଟ୍‌ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିଥିଲେ । ୪୦ ବର୍ଷୀୟ ଶାହା ଭାରତୀୟ ଦଳ ପାଇଁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କ୍ରିକେଟ ଖେଳିଥିଲେ । ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ମଧ୍ୟ ଦମଦାର ରହିଥିଲା । ତେବେ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି ।

ଋଦ୍ଧିମାନ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ଯେ, ୧୯୯୭ ମସିହାରେ ମୁଁ ପ୍ରଥମ ଥର ପାଇଁ କ୍ରିକେଟ ମଇଦାନରେ ପାଦ ଦେଇଥିଲେ । ଏହାରି ମଧ୍ୟରେ ମୋର କ୍ରିକେଟ୍‌ ଖେଳିବାର ୨୮ ବର୍ଷ ବିତିଗଲାଣି । ଏହି ଯାତ୍ରା ବହୁତ ଭଲ ରହିଥିଲା । ମୋ ଦେଶ, ରାଜ୍ୟ, ଜିଲ୍ଲା, କ୍ଲବ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ ପାଇଁ ଖେଳିବା ମୋ ଜୀବନର ସବୁଠାରୁ ବଡ଼ ସମ୍ମାନ । କ୍ରିକେଟ୍ ମୋତେ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ, ଅବିସ୍ମରଣୀୟ ବିଜୟ ଏବଂ ଅମୂଲ୍ୟ ଅଭିଜ୍ଞତା ଦେଇଛି ବୋଲି ରିଦ୍ଧିମାନ ଶାହ ସୋସିଆଲ ମିଡିଆରେ ଲେଖିଛନ୍ତି ।

ସେ ଆହୁରି କହିଥିଲେ ଯେ, ସବୁକିଛିର ଅନ୍ତ ରହିଥାଏ । ତେଣୁ ମୁଁ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାର ସମୟ ଆସିଛି । ଏବେ ମୋ ପରିବାର ଏବଂ ବନ୍ଧୁମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିବାର ସମୟ । ମୁଁ ସେହି ମୁହୂର୍ତ୍ତଗୁଡ଼ିକୁ ଅନୁଭବ କରିବାକୁ ଚାହୁଁଛି ଯାହା ମୁଁ କ୍ରିକେଟ୍‌ ସହିତ ଜଡିତ ଥିବାରୁ ଅନୁଭବ କରିପାରି ନଥିଲି ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

ରିଦ୍ଧିମାନ ଶାହ ଭାରତୀୟ ଦଳ ପାଇଁ ତାଙ୍କର ଶେଷ ମ୍ୟାଚ୍ ୨୦୨୧ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ । ୨୦୧୪ରେ ଏମ୍ ଏସ୍ ଧୋନିଙ୍କ ଅବସର ପରେ ଏବଂ ରିଷଭ ପନ୍ତଙ୍କ ଆଗମନ ପୂର୍ବରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। କିନ୍ତୁ ଖରାପ ଫର୍ମ ଯୋଗୁଁ ସେ ଦଳରେ ନିଜ ସ୍ଥାନକୁ ସୁଦୃଢ଼ ​​କରିପାରିଲେ ନାହିଁ । ଅନ୍ୟପକ୍ଷରେ, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ନୂଆ ଟିମ୍‌ ମ୍ୟାନେଜମେଣ୍ଟ୍‌ ଋଷଭ ପନ୍ତଙ୍କ ବିକଳ୍ପ ଭାବରେ କେଏସ୍‌ ଭାରତଙ୍କୁ ପସନ୍ଦ କରିଥିଲେ । ଏହି କାରଣରୁ, ତାଙ୍କୁ ୨୦୨୧ ମସିହା ପରେ ଭାରତୀୟ ଦଳରେ ସୁଯୋଗ ମିଳିଲା ନାହିଁ ।

ରିଦ୍ଧିମାନ ଶାହ ଭାରତୀୟ ଦଳ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୩୫୩ ରନ୍‌ କରିଥିଲେ । ଯେଉଁଥିରେ ତିନୋଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଥିଲା । ସେ ୨୦୨୧ ମସିହା ପରେ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି । ସେହିପରି ଶାହ ୯ଟି ଦିନିକିଆ ମ୍ୟାଚ୍‌ ଖେଳି ୪୧ ରନ୍‌ କରିଥିଲେ । ସେ ଘରୋଇ କ୍ରିକେଟରେ ବେଙ୍ଗଲ ଏବଂ ତ୍ରିପୁରା ପାଇଁ ମୋଟ ୧୪୨ଟି ପ୍ରଥମ ଶ୍ରେଣୀ ଏବଂ ୧୧୬ଟି ଲିଷ୍ଟ ଏ ମ୍ୟାଚ୍ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର

OTV is now on Whatsapp

Join and get latest news update delivered to you via whatsapp

Join Now