ଭାରତ ଓ ଇଂଲଣ୍ଡ ମ୍ୟାଚ ଦେଖିବା ପାଇଁ ଟିକଟ ଖଣ୍ଡେ ମିଳୁନାହିଁ। ହେଲେ ଟିକଟ ପାଇଁ ହାଟବଜାରରେ ମୁଲଚାଲ୍ ହେଉଛି। ବ୍ଲାକର ଓ ଗ୍ରାହକଙ୍କ ମଧ୍ୟରେ ଚାଲିଛି ଦର କଷାକଷି। ଯେଉଁ ଟିକଟର ଦାମ୍ ମାତ୍ର ୧୧ ଶଙ୍କ ଟଙ୍କା, ତାକୁ ବ୍ଲାକର କହୁଛି ୫ ହଜାର ନହେଲେ ହେବନାହିଁ।
ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time ।
ବିମାନ ବନ୍ଦରରେ ଟିମ୍ ଇଣ୍ଡିଆ ଖେଳାଳି ପହଞ୍ଚିବା ପରେ ନିଜର ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ବେଶ୍ ଭିଡ଼ ଜମିଥିଲା । ନିଜ ପସନ୍ଦର ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦର ପରିସରରେ ଅପକ୍ଷେ କରିଥିଲେ ଦର୍ଶକ ।
ଏୟାରପୋର୍ଟଠୁ ହୋଟେଲ୍ ଏବଂ କାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ସହିତ ରବିବାର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ ପୂର୍ବରୁ ୭ଜଣଙ୍କୁ ଟିକେଟ କଳାବଜାର ସନ୍ଦେହରେ ଅଟକ ରଖିଛି ପୋଲିସ। ବାରବାଟୀ ଦିନିକିଆରେ ଚଳିତ ବର୍ଷ ଟିକେଟ ପାଇଁ ଅନେକ ଅବ୍ୟବସ୍ଥା ସାମନାକୁ ଆସିଛି ।
ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।
କାଲିଠୁ ବାରବାଟୀ ଦିନିକିଆର ସବୁ ଟିକେଟ୍ ସରିଯାଇଛି। ହେଲେ ଆଜିବି ଟିକେଟ୍ ପାଇଁ ଲାଗିଛି ଲମ୍ୱା ଲାଇନ। ଏପଟେ ୧୨୦୦ର ଟିକେଟକୁ ୮ହଜାର ଟଙ୍କାରେ କଳାବଜାରୀ କରାଯାଉଛି ।
ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଉଇକେଟରେ ହରାଇ ସହଜ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୮ ରନରେ ଅଲଆଉଟ ହୋଇଥିଲା।
ମ୍ୟାଚ୍ ଆସିଲେ ବେଦନା ବଢ଼ାଉଛି ବାରବାଟୀ । କ୍ରିକେଟ୍ ପୂର୍ବରୁ ଟେନସନ୍ ଦେଉଛି ଟିକେଟ୍ । ରାତି ଅନିଦ୍ରା ହେଉଛନ୍ତି କମନମ୍ୟାନ୍ । ଧସ୍ତାଧସ୍ତିରେ ହଂସା ଉଡ଼ିଯାଉଛି କ୍ରିକେଟ ଫ୍ୟାନଙ୍କର ।
କଟକ ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ରାଜ୍ୟ ପୋଲିସ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପର ଶୁଭାରମ୍ଭ ହୋଇଯାଇଛି । ଡିଆଇଜିପି ( କେନ୍ଦ୍ରାଞ୍ଚଳ) ଚରଣ ସିଂ ମୀନା, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାମ୍ପିୟନସିପର ଶୁଭାରମ୍ଭ କରିଛନ୍ତି। ଏହି ଚାମ୍ପିୟନସିପ ୩ ଦିନ ଧରି କଟକ ଷଷ୍ଠ ବାଟାଲିଆନରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୧୭ଟି ବାଟାଲିୟନ ଯୋଗ ଦେଇଛନ୍ତି।
ପାକିସ୍ତାନ ଓ ୟୁଏଇରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଏହାର ବରିଷ୍ଠ ଖେଳାଳି ତଥା ବିଶ୍ବକପ ବିଜୟୀ ଅଧିନାୟକ ଚାମ୍ପିୟନ୍ସ ଟ୍ରଫି ଦଳରୁ ବାଦ ପଡିଛନ୍ତି। ବିଶ୍ବକପ ବିଜୟୀ ଦିନିକିଆ କ୍ରିକେଟ ଦଳର ଅଧିନାୟକ ପ୍ୟାଟ କମିନ୍ସ ବାଦ ପଡିଛନ୍ତି।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଗୁରୁବାର ଆରମ୍ଭ ହୋଇଛି। ବିଦର୍ଭ କ୍ରିକେଟ ଆସୋସିଏସନରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି। ତେବେ ପ୍ରଥମ ଦିନିକିଆରେ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।
ରାଷ୍ଟ୍ରପତି ଭାବେ ଆଉଥରେ ନିର୍ବାଚିତ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ।'ମହିଳା କ୍ରୀଡାରୁ ପୁରୁଷମାନଙ୍କୁ ବାଦ୍ ଦେବା' ଶୀର୍ଷକ ଏହି ଆଦେଶରେ କୁହାଯାଇଛି ଯେ ନ୍ୟାୟ ଏବଂ ଶିକ୍ଷା ବିଭାଗ ସମେତ ସଂଘୀୟ ଏଜେନ୍ସିଗୁଡ଼ିକୁ ଟ୍ରମ୍ପ ପ୍ରଶାସନର ନିୟମ ପାଳନ କରିବାକୁ ହେବ ।
ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି ।
ଟିକେଟ ପାଇଁ ଦଳଚକଟା ଭଳି ପରିସ୍ଥିତି ଉପୁଜିଥିବା ବେଳେ, ମହିଳାଙ୍କ ଲାଇନରେ ବସ୍ତି ଲୋକ ଠିଆ ହୋଇ ଟିକେଟ ନେବା ଅନେକ ପ୍ରଶ୍ନ ଠିଆ କରିଛି ଯେ ଟିକେଟ ସ୍କାମ ହୋଇନି ତ ?
ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି ।
କ୍ରିକେଟ୍ ମ୍ୟାଚ୍ ଟିକେଟ୍ କିଣିବା ପାଇଁ ସମସ୍ତଙ୍କ ମନରେ ଥାଏ ବେଶ୍ ଉତ୍କଣ୍ଠା । ଟିକେଟ୍ର ମୂଲ୍ୟ ଯେତେ ହେଉ ନା କାହିଁ ସମସ୍ତେ ଚାହାନ୍ତି ଟିକେଟ ଖଣ୍ଡ କିଣି ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାକୁ ।
ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ ।
କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ। ତାମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍। ସ୍ଥିତି ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲେ କଟକ ଡିସିପି।
ତେବେ ସନ୍ଧ୍ୟା ୬ଟାରେ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି ଲୋକେ ।
ଗୋଟିଏ ମାଲବାହୀ ଅଟୋ ଏବଂ ରାହୁଲ ଦ୍ରାବିଡଙ୍କ କାର ମଧ୍ୟରେ ଧକ୍କା ହେବା ଫଳରେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମୟରେ ଦ୍ରାବିଡ ନିଜେ ଡ୍ରାଇଭିଂ କରୁଥିଲେ ନା ଡ୍ରାଇଭର ଗାଡି ଚଳାଉଥିଲେ ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ ।
ବିଦର୍ଭରେ ଗୁରୁବାର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଏକାଧିକ ବ୍ୟକ୍ତିଗତ ରେକର୍ଡ ଭାଙ୍ଗିବାର ସୁଯୋଗ ଜାଡେଜାଙ୍କ ନିକଟରେ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ଦିନିକିଆ ସିରିଜରେ ସର୍ବାଧିକ ୱିକେଟ ନେବାର ରେକର୍ଡ ଭାଙ୍ଗି ପାରନ୍ତି ଜାଡେଜା।
ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ତାରକା ହୋଟେଲରେ ଦୁଇ ଦଳ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।
Geo TVର ୱେବସାଇଟ୍ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ସର୍ବନିମ୍ନ ମୂଲ୍ୟ 500 AED (ଭାରତୀୟ ମୂଲ୍ୟ ପ୍ରାୟ ୧୧,୮୭୯ ଟଙ୍କା) ଥିଲା ।
ହଲଦ୍ବାନିରେ ଅନୁଷ୍ଠିତ ଚଳିତ ଜାତୀୟ ଚାମ୍ପିୟନଶିପରେ ରୋଇଂରୁ ଓଡ଼ିଶାକୁ ଏହା ପ୍ରଥମ ପଦକ। କକ୍ସଲେସ ଫୋର ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ସୋନାଲି ସ୍ବାଇଁ, ନିକିତା ଗଭାନେ, ଅବିନାଶ କୌର ଓ ଝରଣା ହସ୍ତୀ ଅଂଶଗ୍ରହଣ କରିଥିଲେ।