ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍ କିଣିଛନ୍ତି ।
ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ହିଁ ତାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ତାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟ ପ୍ରାୟ ସାଢ଼େ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଜୋରିମାନା । ଗତକାଲି ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ଲାଗିଛି ଜୋରିମାନା । ମନ୍ଥର ବୋଲିଂ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓରେ ନବୀ ତାଙ୍କ ପୁଅ ସହିତ ଖେଳୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ନବୀ ବୋଲିଂ କରିଛନ୍ତି ଏବଂ ତାଙ୍କ ପୁଅ ଅବିକଳ ଧୋନୀଙ୍କ ପରି ହେଲିକପ୍ଟର ସଟ୍ ଖେଳୁଛନ୍ତି ।
୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।
ଆପଣ ଜାଣନ୍ତି କି ବିରାଟ କୋହଲି ଚୁଟି କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ଏହି ମୂଲ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ମିଡିଆ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ଚୁଟି କାଟିବା ପାଇଁ ଅତି କମ୍ରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ।
ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।
ଆଇପିଏଲ୍କୁ ନେଇ ଠକେଇ । ନକଲି ଭାବରେ ମିଳୁଛି ଆଇପିଏଲ୍ ଟିକେଟ୍ । ଯାହାଫଳରେ ଠକେଇର ଶିକାର ହେଉଛନ୍ତି ଦର୍ଶକ । ବଢିବାରେ ଲାଗିଛି ଠକେଇର ମାମଲା ।
ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ କୋଲକତା ନାଇଟ୍ ରାଇଡର୍ସଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଆଉ ଏକ ଝଟ୍କାର ସମ୍ମୁଖୀନ ହୋଇଛନ୍ତି ।
ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଛନ୍ତି ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ ହେବ।
ଏହି ମହିଳା ଜୋମାଟୋ ମାଲିକାନାରେ ଥିବା ବ୍ଲିଙ୍କିଟ୍ ଡେଲିଭରି କଂପାନୀକୁ ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କୁ ତାଙ୍କ ଠିକଣାରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି । ତାଙ୍କର ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଜି ବେଙ୍ଗଳୁରୁ-ଲକ୍ଷ୍ନୌ ଲଢ଼େଇ । ଆଇପିଏଲରେ ଆଜି ବେଙ୍ଗାଳୁରୁ-ଲକ୍ଷ୍ନୌ ଟକ୍କର । ବେଙ୍ଗଳୁରୁର ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବ ମ୍ୟାଚ୍ ।
ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚେନ୍ନାଇକୁ ହରାଇ ଆଇପିଏଲ୍ ୨୦୨୪ରେ ପ୍ରଥମ ବିଜୟ ହାସଲ କରିଥିଲା ଦିଲ୍ଲୀ।
ଚେନ୍ନାଇକୁ ୨୦ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ବିଜୟ ହାସଲ କରିଛି ଦିଲ୍ଲୀ । ବିଶାଖାପାଟଣାରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ ।
ଆଇପିଏଲରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ପଞ୍ଜାବକୁ ୨୧ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ । ୨୦୦ ରନର ବିଜୟଲକ୍ଷ୍ୟକୁ ପିଛା କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୭୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଆରସିବି ଓ କେକେଆର୍ ମ୍ୟାଚ୍ ପୂର୍ବରୁ ବେଶ କଳ୍ପନା ଜଳ୍ପନା ଚାଲିଥିଲା କୋହଲି ଓ ଗମ୍ଭୀରଙ୍କୁ ନେଇ। କିନ୍ତୁ କାଲିର ମ୍ୟାଚ୍ରେ ଚିତ୍ର କିଛି ଅଲଗା ଥିଲା। ମ୍ୟାଚ୍ ଆରମ୍ଭରୁ ହିଁ ପରସ୍ପରଙ୍କୁ ଆଲିଙ୍ଗନ କରିଥିଲେ।
ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ ।
ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। କାରଣ ଆଜି ସାମ୍ନାସାମ୍ନି ହେବେ କୋହଲି ଏବଂ ଗମ୍ଭୀର।
କୋହଲି ବ୍ୟାଟିଂ କରୁଥିବା ବେଳେ ଜଣେ ଫ୍ୟାନ୍ କ୍ରିଜ୍ ପାଖକୁ ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ ଓ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ହେଲେ ଏହା ଫ୍ୟାନ୍ଙ୍କୁ ପଡ଼ିଲା ମହଙ୍ଗା। ନିୟମ ଉଲଙ୍ଘନ କରି ମ୍ୟାଚ୍ ମଝିରେ ବିରାଟଙ୍କୁ କୁଣ୍ଢାଇ ପାକାଇବା ପାଇଁ ତାଙ୍କୁ ନିସ୍ତୁକ ମାଡ଼ ପଡ଼ିଛି।
ହାଇଦ୍ରାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ମୁମ୍ବାଇ ବିପକ୍ଷରେ ୨୭୭ ରନ୍ରୱ ବିଶାଳ ସ୍କୋର୍ ଠିଆ କରିଛି। ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍ର ଟାର୍ଗେଟ ପିଛା କରିବାକୁ ପଡ଼ିବ।
IPLରେ ଗତକାଲି ଖେଳାଯାଇଛି ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ । ପଞ୍ଜାବକୁ ୪ ୱିକେଟରେ ମାତ୍ ଦେଇଛି ବେଙ୍ଗାଲୁରୁ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ।
ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ପାଣ୍ତ୍ୟାଙ୍କ ହରକତ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ।
ଆଇପିଏଲ୍ ୨୦୨୪ର ୪ର୍ଥ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ମଧ୍ୟରେ ଜାରି ରହିଛି । କିନ୍ତୁ ମ୍ୟାଚ୍ ଆରମ୍ଭରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ପାଖାପାଖି ୭ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ୍ ।
IPL 2024 Harshit Rana: ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍ରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରୱାଲଙ୍କୁ ପଡ଼ିଆ ମଝିରେ ‘ଫ୍ଲାଇଙ୍ଗ୍ କିସ୍’ ଦେଇ ଫସିଲେ ହର୍ଷିତ ।
ପ୍ରାୟ ଦେଢ ବର୍ଷ ପରେ ଆଜି କ୍ରିକେଟ୍ ମଇଦାନକୁ ଓହ୍ଲାଇଛନ୍ତି ୱିକେଟ୍କିପର ବ୍ୟାଟର ରିଷଭ ପନ୍ତ। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ପନ୍ତ। ଆଜି ଆଇପିଏଲର ପ୍ରଥମ ମ୍ୟାଚ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ବେଳେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଦିଲ୍ଲୀ ଟିମ୍ କ୍ୟାପଟେନ୍ ତଥା ୱିକେଟକିପର ରିଷଭ ପନ୍ତ ବ୍ୟାଟିଂ କରିବାକୁ ଆସିବା ବେଳେ ‘ୱେଲକମ୍ ବ୍ୟାକ୍ ରିଷଭ’ ବୋଲି ଦର୍ଶକ ଗ୍ୟାଲେରିରେ ଚିତ୍କାର କରିଥିଲେ।