/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720794653.jpg)
Hockey India League
ପୁଣି ଫେରିବ ହକି ଇଣ୍ଡିଆ ଲିଗ୍ । ସାରା ବିଶ୍ୱ ପୁଣି ଦେଖିବ ହକି କ୍ରେଜ୍ । ପୁଣି ଖୁମିବେ ଦର୍ଶକ, କମ୍ପିବ ଷ୍ଟାଡିୟମ । ୨୦୧୭ ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ହକି ଇଣ୍ଡିଆ ଲିଗ୍ । ଡିସେମ୍ବର ୨୭ରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।
ତେବେ ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍ ସାମିଲ ହେବେ । ପୁରୁଷରେ ୮ଟି ଓ ମହିଳାରେ ୬ଟି ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେବେ । ସବୁଠାରୁ ବଡ଼ କଥା ହେଉଛି ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ଭେନ୍ୟୁରେ ହିଁ ଖେଳାଯିବ । ରାଉରକେଲା ଓ ରାଞ୍ଚିରେ ସମସ୍ତ ମ୍ୟାଚ୍ ଖେଳାଯିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି ।
ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ମଧ୍ୟ ଏକ ଟିମ୍ ସାମିଲ ହେବ । ସୂଚନା ଅନୁସାରେ ୨୦୧୩ରେ ଆରମ୍ଭ ହୋଇଥିଲା ହକି ଇଣ୍ଡିଆ ଲିଗ୍ । ୨୦୧୩ରେ ପ୍ରଥମ ସିଜିନ୍ ଆରମ୍ଭ ହୋଇଥିବା ବେଳେ ୨୦୧୭ରେ ପଞ୍ଚମ ସିଜିନ୍ ଖେଳାଯାଇଥିଲା । ସେ ସମୟରେ ମଧ୍ୟ ହକି ଇଣ୍ଡିଆ ଲିଗ୍ରେ କଳିଙ୍ଗ ଲାନ୍ସର୍ସ ନାମରେ ଓଡ଼ିଶାରୁ ଏକ ଟିମ୍ ସାମିଲ ହୋଇଥିଲା । ହକି ଇଣ୍ଡିଆ ଲିଗ୍ର ପ୍ରଥମ ସିଜିନ୍ରେ ରାଞ୍ଚି ରାହିନୋଜ୍, ଦ୍ୱିତୀୟ ସିଜିନ୍ରେ ଦିଲ୍ଲୀ ୱେଭ୍ରାଇଡର୍ସ, ତୃତୀୟ ସିଜିନ୍ରେ ରାଞ୍ଚି ରେଜ୍, ଚତୁର୍ଥ ସିଜିନ୍ରେ ପଞ୍ଜାବ ୱାରିୟର୍ସ ଓ ପଞ୍ଚମ ସିଜିନ୍ରେ କଳିଙ୍ଗ ଲାନ୍ସର୍ସ ଚମ୍ପିଆନ୍ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)