• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି BCCI । ବିସିସିଆଇ ସମ୍ପାଦକ ଜୟ ଶାହ ଏକ୍ସରେ ଏହି ସୂଚନା ଦେବା ସହ ଗମ୍ଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ବର୍ତ୍ତମାନ କ୍ରିକେଟରେ କ୍ଷୀପ୍ର ପରିବର୍ତ୍ତନ ହେଉଛି । ଗୌତମ ଗମ୍ଭୀର ପରିବର୍ତ୍ତିତ କ୍ରିକେଟକୁ ଅତି ପାଖରୁ ଦେଖିଛନ୍ତି ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବୁମ୍ରା-ସ୍ମୃତି; ପ୍ରଥମ ଭାରତୀୟ ଯୋଡ଼ି ଭାବେ ଜିତିଲେ ICC ର ଏହି ମାନ୍ୟତା..

ଭାରତୀୟ କ୍ରିକେଟର କମାଣ ସମ୍ଭାଳିବାକୁ ଗମ୍ଭୀର ଯୋଗ୍ୟ ଏବଂ ସେ ଏହି ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି ଆଶା କରିଛନ୍ତି ଜୟ ଶାହ । ସେପଟେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହେବା ପରେ ଏକ୍ସରେ ଗମ୍ଭୀର ଲେଖିଛନ୍ତି, ଭାରତ ମୋର ପରିଚୟ ଏବଂ ଦେଶକୁ ସେବା ପ୍ରଦାନ କରିବା ମୋ ପାଇଁ ସବୁଠୁ ବଡ ଭାଗ୍ୟ ।

ଟିମ୍ ଇଣ୍ଡିଆକୁ ଫେରିଥିବାରୁ ମୁଁ ଭାଗ୍ୟଶାଳୀ । ସାରା ଦେଶକୁ ଗର୍ବିତ କରିବା ମୋର ଲକ୍ଷ୍ୟ ବୋଲି ଲେଖିଛନ୍ତି ଗମ୍ଭୀର । ମ୍ୟାନ୍ ଇନ୍ ବ୍ଲୁ କାନ୍ଧରେ ଦେଶର ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ରହିଛି । ମୁଁ ସେହି ସ୍ୱପ୍ନକୁ ସାକାର କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି କହିଛନ୍ତି ଗମ୍ଭୀର ।

ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ‌ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଅଛି । ଏହି ଗସ୍ତରେ ଭିଭିଏସ୍‌ ଲକ୍ଷ୍ମଣ ଦଳର କାମଚଳା ପ୍ରଶିକ୍ଷକ ଭାବେ ନି‌ୟୋଜିତ ଅଛନ୍ତି । ତେଣୁ ଶ୍ରୀଲଙ୍କା ଗସ୍ତରୁ ‌ଗମ୍ଭୀର ତାଙ୍କ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

ଶ୍ରୀଲଙ୍କାରେ ଜୁଲାଇ ୨୭ରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଭାରତ ୩ଟି ଲେଖାଏଁ ଟ୍ୱେଣ୍ଟି-୨୦ ଓ ଦିନିକିଆ ମ୍ୟାଚ୍‌ ଖେଳିବ । ସେପଟେ ୨୦୨୭ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ । ଗତବର୍ଷ ଦିନିକିଆ ବିଶ୍ୱକପ୍‌ ଶେଷ ହେବା ପରେ ପୂର୍ବତନ ପ୍ରଶିକ୍ଷକ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଏତେ ବଡ଼ ଫୁଟବଲର୍‌!!! ତଥାପି ୟୁଟ୍ୟୁବ୍‌ରେ ଖୋଲିପାରିବେନି ଆକାଉଣ୍ଟ, ଜାଣନ୍ତୁ କାହିଁକି...

କିନ୍ତୁ ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ବଢ଼ାଇଥିଲା । ଏହା ମଧ୍ୟରେ ନୂଆ ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ଆବେଦନ ଗ୍ରହଣ କରିଥିଲା । ଗମ୍ଭୀର ଏହି ପଦବିରେ ରହିବା ପାଇଁ ବିସିସିଆଇ ଆଗରେ କିଛି ସର୍ତ୍ତ ରଖିଥିଲେ । ଦଳର କ୍ରିକେଟ୍‌ ପରିଚାଳନାରେ ତାଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିବା ସହ ନିଜ ସହାୟକ ପ୍ରଶିକ୍ଷକଙ୍କୁ ନିଜେ ଚୟନ କରିବା, ଯେଉଁ ବରିଷ୍ଠ ଖେଳାଳିମାନେ ଖରାପ ପ୍ରଦର୍ଶନ ଦେବେ ସେମାନଙ୍କୁ ଦଳରୁ ହଟାଇବା ଭଳି ସର୍ତ୍ତ ରଖିଥିଲେ ।

‌ବିସିସିଆଇ ପକ୍ଷରୁ ଗମ୍ଭୀରଙ୍କ ସମସ୍ତ ସର୍ତ୍ତ ମାନି ନିଆଯାଇଥିବା ଅନୁମାନ କରାଯାଉଛି । ୨୦୦୪ ମସିହାରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ପଦାର୍ପଣ କରିଥିବା ଗମ୍ଭୀର ୨୦୧୬ରେ ଭାରତ ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ । ସେ ୨୦୦୭ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ ।

ସେହିପରି ଆଇପିଏଲ୍‌ରେ ଗମ୍ଭୀରଙ୍କ ନେତୃତ୍ୱରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୨୦୧୨ ଓ ୨୦୧୪ରେ ବିଜେତା ହୋଇଥିଲା । ୨୦୧୭ରେ ସେ କେକେଆର୍‌ ଛାଡ଼ିଥିଲେ । ଗତ ଆଇପିଏଲ୍‌ ପୂର୍ବରୁ କେକେଆର୍‌ ତାଙ୍କୁ ମେଣ୍ଟର ଭାବେ ଦଳକୁ ଫେରାଇ ଆଣିଥିଲା । ତାଙ୍କ ତତ୍ତ୍ୱାବଧାନରେ କେକେ‌ଆର୍‌ ୧୦ ବର୍ଷ ପରେ ପୁଣି ଥରେ ଆଇପିଏଲ୍‌ ବିଜେତା ହୋବାର ସୌଭାଗ୍ୟ ପାଇଥିଲା ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଚମକିବେ ୨ ଓଡ଼ିଆ; ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now