• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କିଏ ହେବ ଭାରତୀୟ ଟି-ଟ୍ବେଣ୍ଟି ଦଳର ଅଧିନାୟକ ? ରୋହିତ ଶର୍ମାଙ୍କ ପରେ କିଏ ? ଭାରତୀୟ କ୍ରିକେଟର ଦୁଇଜଣ ସୁପରଷ୍ଟାର୍‌ ବିରାଟ କୋହଲି ଓ ରୋହିତ ଶର୍ମା ଟି-ଟ୍ବେଣ୍ଟି କ୍ରିକେଟରୁ ଅବସର ଘୋଷଣା ପରେ ଚର୍ଚ୍ଚା ଜୋର ଧରିଛି । ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏଥିରେ ପଡ଼ିଛି ପୂର୍ଣ୍ଣଛେଦ ! ହାର୍ଦ୍ଦିକଙ୍କ ହାତରୁ ଖସି ଯାଇପାରେ ଅଧିନାୟକତ୍ବ ! ହାର୍ଦ୍ଦିକଙ୍କ ସ୍ଥାନ ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । 

ଜୁଲାଇ ୨୭ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ଚର୍ଚ୍ଚା ହେଉଛି ଯେ, ସୂର୍ଯ୍ୟକୁମାର ଦଳର ଅଧିନାୟକ ହେବେ। ହାର୍ଦ୍ଦିକଙ୍କ ଉପଲବ୍ଧତାକୁ ନେଇ ଅନିଶ୍ଚିତତା ଥିବାରୁ ତାଙ୍କୁ ବିସିସିଆଇ ଓ ‌କୋଚ୍ ଗୌତମ ଗମ୍ଭୀର ଅଧିନାୟକ ନକରି ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରିବାକୁ ଚିନ୍ତା କରୁଛନ୍ତି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ! UAE କିମ୍ବା ଶ୍ରୀଲଙ୍କାରେ ହୋଇପାରେ ଭାରତର ମ୍ୟାଚ୍

ତେବେ ଏହା ପୂର୍ବରୁ ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜରୁ ବିରତି ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି ପାଣ୍ଡ୍ୟା । ବ୍ୟକ୍ତିଗତ କାରଣରୁ ସେ ବିରତି ନେଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ କେ‌ଏଲ ରାହୁଲ ଦଳର ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି ।

ତେବେ ସୂର୍ଯ୍ୟ କୁମାର ଯାଦବ ୬୮ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ରେ ୧୬୭.୭୪ ଷ୍ଟ୍ରାଇକ୍ ରେଟ୍‌ରେ ୨୩୪୦ ରନ୍‌ ସଂଗ୍ରହ କରିଛନ୍ତି । ଏହି କ୍ରମରେ ସେ ୪ଟି ଶତକ ସହ ୧୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇ ପାଞ୍ଚଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି । 

ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ୧୦୦ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ଖେଳି ୧୪୯୨ ରନ୍‌ ସଂଗ୍ରହ କରିବା ସହ ୮୪ଟି ୱିକେଟ୍‌ ହାସଲ କରିଛନ୍ତି । ୧୬ଟି ମ୍ୟାଚ୍‌ରେ ନେତୃତ୍ୱ ନେଇ ହାର୍ଦ୍ଦିକ ୧୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଦ୍ରାବିଡ୍‌ଙ୍କ ମହାନତା; ପୁରସ୍କାର ରାଶିର ଅଧା ଟଙ୍କା ଫେରାଇଦେଲେ..କହିଲେ..

OTV is now on Whatsapp

Join and get latest news update delivered to you via whatsapp

Join Now