ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ୍ରୁ ସେ ନିଜର କାର୍ଯ୍ୟ ଆରମ୍ଭ କରିବେ ।
ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ମୁଖ୍ୟ କୋଚ୍ ଭାବେ ଗମ୍ଭୀରଙ୍କୁ ନିଯୁକ୍ତି ଦେଇଛି BCCI । ବିସିସିଆଇ ସମ୍ପାଦକ ଜୟ ଶାହ ଏକ୍ସରେ ଏହି ସୂଚନା ଦେବା ସହ ଗମ୍ଭୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ କରିବାକୁ ଚାହୁଁଛି ବିସିସିଆଇ ।
ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାଭିଡଙ୍କ କାର୍ଯ୍ୟକାଳ ଜୁନ ମାସରେ ଶେଷ ହେବ। ଏହି ସମୟରେ ଭାରତୀୟ ଟିମ ଟି-୨୦ ବିଶ୍ୱକପରେ ବ୍ୟସ୍ତ ଥିବ। ଟି-୨୦ ବିଶ୍ୱକପ ପରେ ହିଁ ନୂଆ ମୁଖ୍ୟ କୋଚ୍କୁ ନିଯୁକ୍ତି ମିଳିବ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।