• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତୀୟ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ରକ୍ତ କର୍କଟ ସହ ଲଢ଼ୁଥିବା ପୂର୍ବତନ ସାଥୀ ଅଂଶୁମାନ ଗାଏକୱାଡଙ୍କ ପାଇଁ ସ୍ୱର ଉଠାଇଛନ୍ତି । ସେ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) କୁ ଅନୁରୋଧ କରିଛନ୍ତି ।

ଗାୟକୱାଡଙ୍କୁ ୭୧ ବର୍ଷ । ଗତ ବର୍ଷେ ହେଲାଣି ସେ ଲଣ୍ଡନର କିଙ୍ଗ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କପିଲ ଦେବ କହିଛନ୍ତି, ଗାୟକୱାଡଙ୍କ ପୂର୍ବତନ ସାଥୀମାନେ ତାଙ୍କ ପାଇଁ ଫାଣ୍ତି ଯୋଗାଡ଼ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । ଯଦି ବିସିସିଆଇ ଏଥିପ୍ରତି ଦୃଷ୍ଟି ଦିଅନ୍ତା ତେବେ ଭଲ ହୁଅନ୍ତା । ଭାରତର ଏହି ପୂର୍ବତନ ମୁଖ୍ୟ ପ୍ରଶିକ୍ଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିସିସିଆଇ ନିକଟରେ ଅନୁରୋଧ କରିଛନ୍ତି କପିଳ ।

ଏକ ଭିଡିଓ ଜାରି କରି କପିଳ କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦାୟକ । ମୁଁ ଅଂଶୁଙ୍କ ସହ ଖେଳିଛି । ତାଙ୍କ ସହ ମିଶିଛି । ତାଙ୍କୁ ଏପରି ଅବସ୍ଥାରେ ଦେଖି ସହି ହେଉନାହିଁ । କ୍ରିକେଟ ବୋର୍ଡକୁ ମୁଁ ବାଧ୍ୟ କରୁନାହିଁ । ତେବେ କିଛି ଆର୍ଥିକ ସହାୟତା କଲେ ଭଲ ହୁଅନ୍ତା । ଯଦି ପରିସ୍ଥିତିରେ ସୁଧାର ନହୁଏ ତେବେ ସେ ନିଜ ପେନସନ ଛାଡିବାକୁ ପ୍ରସ୍ତୁତ ବୋଲି ମଧ୍ୟ କପିଲ କହିଛନ୍ତି ।

ଦୁର୍ଭାଗ୍ୟବଶତଃ ଆମର କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନର ପିଢ଼ି ଭଲ ରୋଜଗାର କରୁଛନ୍ତି । ଏହା ବହୁତ ଭଲ । ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ମଧ୍ୟ ଭଲ ଦରମା ମିଳୁଛି । ଆମ ସମୟରେ ବୋର୍ଡ ପାଖରେ ଟଙ୍କା ନଥିଲା । ଏଣୁ ବର୍ତ୍ତମାନର ସିନିୟର ଖେଳାଳିଙ୍କର ଯତ୍ନ ନେବା ଉଚିତ । ଏନେଇ ଏକ ଟ୍ରଷ୍ଟ ଗଠନ କରିବା ଆବଶ୍ୟକ ବୋଲି କପିଳ କହିଛନ୍ତି ।

ସୂଚନାଯୋଗ୍ୟ, ଗାୟକୱାଡଙ୍କ ୧୯୭୫ରୁ ୧୯୮୭ ମଧ୍ୟରେ ଭାରତ ପାଇଁ ୪୦ ଟି ଟେଷ୍ଟ ସହ ୧୫ଟି ODI ଖେଳିଥିଲେ । ଏହା ସହ ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now