• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯଶସ୍ୱୀ ଜୈସ୍ୱାଲ ଯାହା କରିଛନ୍ତି ତାହା ଏପର୍ଯ୍ୟନ୍ତ ଟି-୨୦ ଇଣ୍ଟରନ୍ୟାସନାଲରେ କେହି କରି ପାରିନାହାନ୍ତି । ଜୈସୱାଲ ମାତ୍ର ଗୋଟିଏ ବଲରେ ଦଳ ପାଇଁ ୧୩ ରନ ସଂଗ୍ରହ କରିଛନ୍ତି । ଏବେ ଆପଣ ଭାବୁଥିବେ ଗୋଟେ ବଲରେ ୧୩ ରନ୍ କେମିତି ହେଲା । ତେବେ ଏହି ସ୍କୋର ମ୍ୟାଚ୍‌ର ପ୍ରଥମ ବଲ୍‌ରେ ହିଁ ହୋଇଛି । ଏହି ୧୩ ରନ୍‌ରୁ ୧୨ ରନ୍ ଜୈସୱାଲଙ୍କ ଖାତାକୁ ଯାଇଥିବା ବେଳେ ଆଉ ଏକ ରନ୍‌ ଟିମ୍‌ ଖାତାରେ ଯୋଡ଼ା ହେଲା । କାରଣ ତାହା ଏକ୍ସକ୍ରା ରନ୍‌ ଥିଲା । ଏମିତି ହିଁ ଗୋଟିଏ ବଲ୍‌ରେ ୧୩ ରନ୍ ପାଇଥିଲା ଭାରତ । ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ପଞ୍ଚମ ଟି-୨୦ରେ ଜୈସ୍ୱାଲ ଏହି ଏଭଳି ଚମତ୍କାର ସଫଳତା ହାସଲ କରିଛନ୍ତି ।

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ଜିମ୍ବାୱେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପାଇଁ ଜୈସ୍ୱାଲ ଏବଂ ଅଧିନାୟକ ଶୁଭମାନ ଗିଲ ଓପ୍‌ନିଂ କରିଥିଲେ । ଜୈସ୍ୱାଲ ବ୍ୟାଟିଂ କରିବା ପାଇଁ କ୍ରିଜ୍‌ ଉପରେ ଥିଲେ । ଜିମ୍ବାୱେ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିବାକୁ କ୍ୟାପଟେନ ସିକନ୍ଦର ରଜା ଆସିଥିଲେ।

ରଜା ପ୍ରଥମ ବଲ୍‌ ଫୁଲ୍‌ ଟସ୍ ପକାଇଥିଲେ । ଆଉ ଜୈସ୍ୱାଲ ଏକ ଜୋରଦାର ଛକା ମାରିଥିଲେ । ଆଉ ଏତିକିବେଳେ ଅମ୍ପାୟାର ସିକନ୍ଦର ରଜାଙ୍କ ଏହି ବଲକୁ ନୋ ବଲ୍‌ ଘୋଷଣା କରିଥିଲେ । ଫଳରେ ଜୈସ୍ୱାଲଙ୍କ ପରବର୍ତ୍ତୀ ବଲ୍‌ରେ ଫ୍ରି ହିଟ୍ ମିଳିଥିଲା । ଜୈସ୍ୱାଲ ସେଇ ବଲ୍‌କୁ ପୁଣି ଏକ ଛକା ମାରି ବାଉଣ୍ଡ୍ରି ବାହାରେ ପକାଇଥିଲେ । ଯାହାଫଳରେ ୨ ଛକାରୁ ୧୨ ରନ୍ ସ୍କୋର ହୋଇଥିବା ବେଳେ ନୋ ବଲ୍‌ରୁ ଏକ ରନ୍‌ ପାଇଥିଲା ଭାରତ । ଟୋଟାଲ ସ୍କୋର ଏକ ବଲ୍‌ରେ ୧୩ ରନ୍‌ । ଯାହାକି ଏକ ରେକର୍ଡ ସୃଷ୍ଟି କରିଛି । ତେବେ ସବୁଠାରୁ ବଡ଼ କଥା ହେଲା, ଜୈସ୍ୱାଲ ଦଳକୁ ଭଲ ଆରମ୍ଭ ଦେବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ସେଇ ପ୍ରଥମ ଓଭରର ୪ ନମ୍ବର ବଲ୍‌ରେ ବୋଲ୍ଡ ହୋଇ ସେ ପ୍ୟାଭିଲିଅନ୍‌ ଫେରିଥିଲେ ।

ଟିମ୍ ଇଣ୍ଡିଆ ୪-୧ରେ ଜିତିଲା ସିରିଜ

ଚତୁର୍ଥ ଟି-୨୦ରେ ବିଜୟ ସହ ଟିମ୍ ଇଣ୍ଡିଆ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିସାରିଥିଲା । ତା’ପରେ ଶୁବମାନ ଗିଲଙ୍କ ଅଧିନାୟକତ୍ୱରେ ମେନ ଇନ୍ ବ୍ଲୁ ପଞ୍ଚମ ଟି-୨୦ ମଧ୍ୟ ଜିତି ନେଇଥଲା । ଯାହାଫଳରେ ସିରିଜ୍ ୪-୧ରେ ଶେଷ ହୋଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now