• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପୁଣି ଚର୍ଚ୍ଚାରେ ଷ୍ଟାର ଭାରତୀୟ କ୍ରିକେଟର ମହମ୍ମଦ ସାମି । କ୍ରିକେଟରେ ନିଜର ପ୍ରଦର୍ଶନ, ବ୍ୟକ୍ତିଗତ ଜୀବନ ଓ ରୋକଠୋକ୍ ବୟାନକୁ ନେଇ ଅନେକବାର ଚର୍ଚ୍ଚାରେ ରହିଛନ୍ତି ଏହି ଷ୍ଟାର ଖେଳାଳି । ମାତ୍ର ଏଥର କ୍ରିକେଟକୁ ନେଇ ନୁହେଁ ବରଂ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚାଲିଥିବା ମିଛ ପ୍ରଚାର ପାଇଁ ରାଗି ଯାଇଛନ୍ତି ସାମି ।

ଟେନିସ ସୁପରଷ୍ଟାର ସାନିଆ ମୀର୍ଜାଙ୍କ ସହ ମହମ୍ମଦ ସାମିଙ୍କ ବିବାହ ହେଉଥିବା ଗୁଜବ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି । ଉଭୟ ଶୀଘ୍ର ବିବାହ କରୁଥିବା ଅନେକ ୟୁଜର୍ସ ପୋଷ୍ଟ କରୁଛନ୍ତି । ତେବେ ଏକ ସାକ୍ଷାତକାରରେ ତାଙ୍କୁ ଏନେଇ ପ୍ରଶ୍ନ ପଚରାଯିବାପରେ, ଏହାକୁ ଉଡ଼ାଖବର କହିବା ସହ ସୋସିଆଲ ମିଡିଆ ୟୁଜର୍ସଙ୍କୁ କଡ଼ା ସମାସମାଲୋଚନା କରିଛନ୍ତି ସାମି । ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଦାୟିତ୍ୱବାନ ହେବା ଉଚିତ ବୋଲି କହିଛନ୍ତି ସାମି ।

ସାମି କହିଛନ୍ତି, "ଗୁଜବ ଓ ମିଛ ଖବର ପ୍ରଚାର କରିବାରୁ ବିରତ ରହିବା ଆବଶ୍ୟକ । ଏପରି ଖବର ମଜାକ ପାଇଁ କରାଯାଉଥାଇ ପାରେ । ମାତ୍ର କାହା ଜୀବନ ସହ ଜଡ଼ିତ ଖବର ସତ ହୋଇନଥିଲେ ପ୍ରଚାର କରିବା ଠିକ୍ ନୁହେଁ । ଭେରିଫାଏଡ୍ ହୋଇନଥିବା ପେଜ୍ ବ୍ୟବହାର କରି ଏପରି ଗୁଜବକୁ ସେୟାର କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଯହି ସତସାହତ ଅଛି ତେବେ ଭେରିଫାଏଡ୍ ପେଜରୁ ଏସବୁ କୁହନ୍ତୁ, ତେବେଯାଇ ମୁଁ ଏହାର ଜବାବ ଦେବି । ସଫଳତା ପାଇବାକୁ ଚେଷ୍ଟା କରନ୍ତୁ, ଲୋକଙ୍କୁ ସାହାଯ୍ୟ କରନ୍ତୁ ଓ ନିଜକୁ ଉତ୍ତମ ଭାବେ ଗଢ଼ିତୋଳନ୍ତୁ, ସେତେବେଳେ ଯାଇ ବିଶ୍ୱାସ କରିବି ଆପଣ ଜଣ ଭଲ ମଣିଷ ।"

ଗତବର୍ଷ ଦିନିକିଆ ବିଶ୍ୱକପ ସମୟରେ ଆହତ ହେବାପରେ ଏବେ ସୁସ୍ଥ ହେବାକୁ ପ୍ରୟାସ କରୁଛନ୍ତି ଭାରତୀୟ ସ୍ପିଡଷ୍ଟାର୍ ମହମ୍ମଦ ସାମି । ନିକଟରେ ସେ ନେଟସରେ ବୋଲିଂ ଅଭ୍ୟାସ କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକି ଭାରତୀୟ ଟିମ ପାଇଁ ଏକ ଶୁଭ ସଂକେତ । ସାମି ଖୁବଶୀଘ୍ର ସଂପୂର୍ଣ୍ଣ ସୁସ୍ଥ ହୋଇ ଭାରତୀୟ ଟିମକୁ ପୁଣି ଫେରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now