ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ BCCIର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି(Sourav Ganguly) ବିଶ୍ୱକପ୍ର ସେମିଫାଇନାଲ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି।
ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍ ହୋଇଯାଇଥିଲେ। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ।
ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।
ମେଲବର୍ଣ୍ଣରେ ବିଜୟରୁ T-20 ବିଶ୍ୱକପ୍ ଅଭିଯାନ ଆରମ୍ଭ
କେଏଲ୍ ରାହୁଲ ଆରମ୍ଭରୁ ୮ ଟି ବଲ୍ ଖେଳି ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ମଧ୍ୟ ଫ୍ଲପ୍ ହୋଇଥିଲେ ।
ମେଲବର୍ଣ୍ଣରେ ଖେଳାଯିବ ଭାରତ-ପାକିସ୍ତାନ ICC ଟି-୨୦ ବିଶ୍ୱକପ୍ ମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ଭାରତ ।
ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍ବଷ୍ଟର ମ୍ୟାଚ୍ ।
କେତେକ ପୂର୍ବତନ କ୍ରିକେଟର୍ ଟି-୨୦ ବିଶ୍ୱକପ୍ରେ ଭାରତକୁ ମୁକୁଟ ଦୌଡ଼ରେ ସାମିଲ୍ କରିଛନ୍ତି; ହେଲେ ପ୍ରକୃତରେ ଟିମ୍ ଇଣ୍ଡିଆର ସମ୍ଭାବନା କେତେ? ପୂର୍ବ ସଂସ୍କରଣରେ ମଧ୍ୟ ଭାରତ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇଥିଲା; କିନ୍ତୁ ସେମିଫାଇନାଲ୍ରେ ପହଞ୍ଚିପାରି ନ ଥିଲା। ଏହାର ବର୍ଷେ ପରେ ଆଉ ଏକ ବିଶ୍ୱକପ୍ରେ ଟିମ୍ କ’ଣ ଭାରତର କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ଆଶାକୁ ପୂରଣ କରିପାରିବ?
ଅଷ୍ଟ୍ରେଲିଆକୁ ୮୯ ରନ୍ରେ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱକପ୍ରେ ବିଜୟ ଅଭିଯାନ ଆରମ୍ଭ କରିଛି ।
ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ଆଜିଠୁ T20 ବିଶ୍ୱକପ୍ର ସୁପର-୧୨ ପର୍ଯ୍ୟାୟ । ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ।
ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ।
ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟିଛି। ଦୁଇ ଥର ଟି-୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମ୍ ଆଜି ଗ୍ରୁପ୍ ପର୍ଯ୍ୟାୟରୁ ବିଦା ହୋଇଛି।
ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।
ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ଅରୁଣାଙ୍କ ପାଇଁ ବୟସ କେବଳ ଏକ ସଂଖ୍ଯା। ପିଲାବେଳେ କେବେ ଦୌଡ଼କୁଦ କରିନଥିବା ଅରୁଣା, ୪୩ ବର୍ଷ ବୟସରେ ୪୨ କିଲୋମିଟର ମାରାଥନ୍ ଦଉଡ଼ି ସଫଳତା ପାଇଛନ୍ତି। ମୁମ୍ବାଇ ହାଫ୍ ମାରାଥନରେ ସେ ଥରେ ଦ୍ୱିତୀୟ ଓ ଥରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ମାଡ଼ିଆସେ ଝଡ। ଦର୍ଶକଙ୍କ ଛାତିରେ ସୃଷ୍ଟି ହୁଏ କମ୍ପନ। ସେ ଆସିଲେ ବର୍ଷାହୁଏ ଛକା ଚଉକା। ସେ ହେଉଛନ୍ତି ଟିମ୍ ଇଣ୍ଡିଆ ଶାନ୍ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ଆଜି ତାଙ୍କ ଜନ୍ମଦିନରେ ‘ନଜଫଗଡର ନବାବ’ଙ୍କୁ ଅନେକ ଅନେକ ଶୁଭେଚ୍ଛା।
ବିସିସିଆଇକୁ ମିଳିଲେ ନୂଆ ବସ୍। ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି । ଆଜି ବସିଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟ ରାଜନୀତିରେ ଦବ୍ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ଭାରତରେ ଫୁଟବଲ୍ ମହାକୁମ୍ଭର ଆୟୋଜନ ଫୁଟବଲ୍ ସଂସ୍କୃତିର ବିକାଶ ପାଇଁ ପରୋକ୍ଷରେ ପ୍ରୋତ୍ସାହିତ କରିଛି। ଆମକୁ ନିଜ ସାମର୍ଥ୍ୟ ପରଖିବାର ସୁଯୋଗ ଦେଇଛି। ଆଗକୁ ଯିବାର ବାଟ ଫିଟାଇଛି। ଏବେ ଆମକୁ ବିଧିବଦ୍ଧ ଯୋଜନା ସହ ଲକ୍ଷ୍ୟପଥରେ ଆଗକୁ ବଢ଼ିବାକୁ ହେବ ସବୁ ଅନ୍ତରାୟକୁ ଅତିକ୍ରମ କରି।
ମହିଳା ଏସିଆ କପ୍ କ୍ରିକେଟ୍ରେ ଶ୍ରୀଲଙ୍କାକୁ ହରାଇ ଟିମ୍ ଇଣ୍ତିଆ ଚାମ୍ପିୟନ । ସ୍ମୃତି ମନ୍ଦନା ସର୍ବାଧିକ ୫୧ ରନ୍ କରି ଟିମ୍ ପାଇଁ ବିଜୟୀ ଇନିଂସ ଖେଳିଲେ ।
ଯେତେବେଳେ ବି ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍ ମୈଦାନକୁ ଓହ୍ଲାଇଥାନ୍ତି, ସେହି ସମୟରେ ଖାଲି ଖେଳାଳି ନୁହେଁ ମ୍ୟାଚ୍କୁ ନେଇ ଫ୍ୟାନ୍ସଙ୍କ ଭିତରେ ମଧ୍ୟ ଉତ୍କଣ୍ଠା ଦେଖିବାକୁ ମିଳିଥାଏ।
ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।
ଯଦି ଆପଣ କେବେ ପଡ଼ିଆରେ ଲାଇଭ୍ ଫୁଟ୍ବଲ ମ୍ୟାଚ୍ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।
କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍