• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଜାରେ ବର୍ଷର ସହରକୁ ହକି ଫିଭର୍ । ବାଉନ ବଜାର ତେପନ ଗଳିରେ ହାଇ ଟେମ୍ପରେଚର୍... । ହକି ବିଶ୍ୱକପ୍ର ଗ୍ରାଣ୍ଡ୍ ଓପେନିଂ ପାଇଁ କଟକ ରେ ଉତ୍ସବର ମାହୋଲ । ଆଜି ପାଟ ପଟୁଆରରେ ସାରା ସହର ବୁଲିଛି ହକି ବିଶ୍ୱକପ୍ ଟ୍ରଫି । ସକାଳୁ ବାଲିଯାତ୍ରା ପଡ଼ିଆ ସ୍ଥିତ କଟକ-ଇନ୍-କଟକରୁ ବାହାରି ପ୍ରାୟ ୫ ଘଣ୍ଟାର ନଗର ପରିକ୍ରମା ପରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲା ବିଶ୍ୱକପ୍ ଟ୍ରଫି । ସାଥିରେ ଥିଲେ କଟକ ମେୟର୍, ବିଧାୟକ-ପୂର୍ବତନ ବିଧାୟକ ପ୍ରମୁଖ ।

ରାସ୍ତାର ଦୁଇକଡ଼େ ତ୍ରିରଙ୍ଗା, ବେଲୁନ୍ ଓ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା; ମହିଳାଙ୍କ ହୁଳହୁଳି, ପୁଷ୍ପବୃଷ୍ଟି ଓ ବନ୍ଦାପନା; ଆଉ ତା ସାଙ୍ଗକୁ ଓଡ଼ିଶୀ, ଘୋଡ଼ାନାଚ ଓ ମେଢ଼ନାଚ ଆଦି ଦେଖିବା ଭଳି ଥିଲା । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି କାର୍ଯ୍ୟକର୍ତ୍ତା, ସାଧାରଣ କଟକିଆ ବି ସାମିଲ ହୋଇଥିଲେ ମହାପର୍ବର ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ... ।

ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ସମାରୋହ, ଦୁଲୁକୁଛି ବାରବାଟୀ ! ଦେଖନ୍ତୁ ଭିଡିଓ..

ତେବେ ଖାଲି ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ୱର ଅପେକ୍ଷା ଥିଲା ହକି ବିଶ୍ୱକପର ଉଦଘାଟନୀ ସମାରୋହକୁ ମୁଖ୍ୟ ଆକର୍ଷଣ ଥିଲା ଓଲିଉଡ୍-ବଲିଉଡ୍ ତାରକାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସେଥିପାଇଁ ବାରବାଟୀ ଷ୍ଟାଡିୟମ୍ ଗେଟରେ ଲାଗିଥିଲା ଲମ୍ବା ଲାଇନ୍, ଆଉ ଗ୍ୟାଲେରିରେ ଦେଖିବାକୁ ମିଳିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼ ।

ଓଡ଼ିଶାର ବିଭିନ୍ନ ସହର, ଏପରିକି ଗ୍ରାମାଞ୍ଚଳରେ ବି ଦେଖିବାକୁ ମିଳିଛି ହକି ମାନିଆ । କେଉଁଠି ମୁରୁଜ ଆଙ୍କି, ତ ଆଉ କେଉଁଠି ନାଚଗୀତ ଭିତରେ ସେଲିବ୍ରେଟ୍ କରିଛନ୍ତି ଛାତ୍ରଛାତ୍ରୀ । ଆମ ରାଜ୍ୟରେ ଜାତୀୟ କ୍ରୀଡ଼ାର ମହାକୁମ୍ଭ ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହ ଓ ଉଦ୍ଦୀପନା ... ।

ଦିନ ଗୋଟାଏରୁ ସ୍କୁଲ ଛୁଟି ହୋଇଯିବା ପରେ, ହକି ବିଶ୍ୱକପର ଉଧଘାଟନୀ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହ ବିଭିନ୍ନ ସହରରେ ଫ୍ୟାନ୍ ପାର୍କ ହେବା ସହିତ, ପ୍ରତି ଓ୍ୱାର୍ଡ଼ ଓ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ସ୍କ୍ରିନିଂର ମଧ୍ୟ ବ୍ୟବସ୍ଥା ହୋଇଛି ।