Advertisment

ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cuttack Lady Cricketer Rajashree Swain Found From Forest

Odisha woman Cricketer Rajashree Deadbody Found From Forest

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି  କଟକ ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି। ରାଜଶ୍ରୀଙ୍କ ମୃତ୍ୟୁ ଖବର ଶୁଣି ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୂଆଁଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

Advertisment

ସୂଚନାଥାଉ କି, କ୍ରିକେଟର ରାଜଶ୍ରୀ ୧୧ ତାରିଖରୁ ନିଖୋଜ ହେବା ନେଇ କଟକ ମଙ୍ଗଳାବାଗ ଥାନାରେ କୋଚ୍ ପୁଷ୍ପାଞ୍ଜଳି ଏତଲା ଦେଇଥିଲେ। ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ରାଜଶ୍ରୀ ଯୋଗ ଦେଇଥିଲେ। ହେଲେ ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ସେ ଚାପରେ ଥିବା ନେଇ କୁହାଯାଉଛି। 

Advertisment

ରାଜଶ୍ରୀ ନିଖୋଜ ନେଇ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ରାଜଶ୍ରୀ ଚାପରେ ନ ଥିଲେ। ଦଳରେ ସ୍ଥାନ ନ ପାଇବା ପରେ ଘରକୁ ଯିବା ପାଇଁ ଫୋନ୍‌ରେ କହିଥିଲେ। ଏହାପରେ ତାଙ୍କ ଘରୁ ଫୋନ୍ ଆସିଲା ଯେ ରାଜଶ୍ରୀ ମିଳୁ ନାହାନ୍ତି। ଖୋଜାଖୋଜି ପରେ ପତ୍ତା ନ ମିଳିବାରୁ ଥାନାରେ ଏତଲା ଦିଆଯାଇଥିଲା। ଦଳ ଚୟନରେ ଅନିୟମିତତା, ଚାପରେ ଥିବା କଥା ଠିକ୍ ନୁହେଁ ବୋଲି ପୁଷ୍ପାଞ୍ଜଳି କହିଥିଲେ। 

ସେପଟେ ଏଭଳି ଅଘଟଣକୁ ନେଇ ରାଜଶ୍ରୀଙ୍କ ଭଉଣୀ ଜୟଶ୍ରୀ OCAକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯଦି ଅଘଟଣ ଘଟିଥାଏ, ତା’ହେଲେ ଏଥିପାଇଁ OCA ଓ କୋଚ୍ ଦାୟୀ ରହିବେ।

Advertisment
Advertisment