/odishatv-khabar/media/post_attachments/uploadimage/library/16_9/16_9_0/____1674017358.jpg)
Hockey World Cup 2023: Ticket Sales In Black
ହକି ବିଶ୍ୱକପ୍ରେ ଭାରତ ମ୍ୟାଚ୍ ଟିକେଟ୍ର କଳାବଜାରୀ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ସହିଦନଗର ପୋଲିସ ଗିରଫ କରିଛି। ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍କୁ ସୋସିଆଲ ମିଡିଆ ରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ସବୁଠାରୁ ବଡ଼ କଥା, ଟିକେଟ୍ ଦଲାଲ୍ମାନେ ଅଧିକ ଟଙ୍କାରେ ଟିକେଟ୍ ବିକ୍ରି କରୁଥିଲେ। ୧୦୦ ଟଙ୍କାର ଟିକେଟ୍କୁ ହଜାରେ ଟଙ୍କା, ୨ ଶହ ଟଙ୍କା ଟିକେଟ୍କୁ ୨ ହଜାର ଓ ୫ ଶହ ଟଙ୍କାର ଟିକେଟ୍କୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ।
ଅଧିକ ପଢ଼ନ୍ତୁ: ହଜାରେ ବର୍ଷର ସହରକୁ ହକି ଫିଭର୍ : ନାଚଗୀତ ଭିତରେ ସେଲିବ୍ରେସନ
୧୯, ୨୪ ଓ ୨୯ ତାରିଖ ମ୍ୟାଚ୍ ପାଇଁ ଦଲାଲ୍ମାନେ ଟିକେଟ୍ ବ୍ଲାକରେ ବିକ୍ରି କରୁଥିଲେ। ଗିରଫ ୫ ଜଣ ଭୁବନେଶ୍ୱର ର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଜଣେ ପାଠପଢା ପିଲା ଥିବାବେଳେ ବାକି ସମସ୍ତେ ବ୍ୟବସାୟ କରନ୍ତି।
ଏନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ହକି ବିଶ୍ୱକପ୍ର ଟିକେଟ୍ ବିକ୍ରିରେ ଯେଭଳି କଳାବଜାରୀ ନ ହୁଏ ସେ ନେଇ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି। କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)