/odishatv-khabar/media/post_attachments/uploadimage/library/16_9/16_9_0/s_1673600823.jpg)
Woman cricketer Rajashree Swain found dead, family alleges murder
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ। ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ରାଜଶ୍ରୀଙ୍କୁ ମାରି ଟାଙ୍ଗି ଦେଇଥିବା ଗଣମାଧ୍ୟମ ଆଗରେ ତାଙ୍କ ବାପା ଅଭିଯୋଗ କରିଛନ୍ତି। ରାଜଶ୍ରୀଙ୍କ ଶରୀରରେ କ୍ଷତଚିହ୍ନ ଥିବା ସୂଚନା ମିଳିଛି। ରାଜଶ୍ରୀଙ୍କ ମୁଣ୍ଡ ଓ ଆଖିପତାରେ କ୍ଷତ ଚିହ୍ନ ରହିଛି। କ୍ଷତଚିହ୍ନ ଠାବ ପରେ ତାଙ୍କ ମୃତ୍ୟୁକୁ ନେଇ ଆହୁରି ସସ୍ପେନ୍ସ ବଢିଛି। ମୃତ ରାଜଶ୍ରୀଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଭୂଆଁରେ।
କଟକ ଗୁରୁଡିଝାଟିଆର ଏକ ଘଞ୍ଚଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଆଜି ରାଜଶ୍ରୀଙ୍କ ମୃତଦେହ ମିଳିଥିଲା। ଏହାପରେ ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଥିଲା। ଗତ ୧୧ ତାରିଖରୁ ରାଜଶ୍ରୀ ନିଖୋଜ ହେବା ନେଇ କଟକ ମଙ୍ଗଳାବାଗ ଥାନାରେ ଓଡ଼ିଶା କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଏତଲା ଦେଇଥିଲେ। ତେବେ ଆଜି ସକାଳେ ଗୁରୁଡିଝାଟିଆ ଜଙ୍ଗଲରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟିକୁ ଦେଖି ପୋଲିସକୁ ଜଣେ ବ୍ୟକ୍ତି ଖବର ଦେଇଥିଲେ। ଖୋଜାଖୋଜି ପରେ ସେହି ଜଙ୍ଗଲରୁ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।
ସୂଚନାଥାଉ କି, ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ରାଜଶ୍ରୀ ଯୋଗ ଦେଇଥିଲେ। ହେଲେ ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ସେ ଚାପରେ ଥିଲେ ବୋଲି କୁହାଯାଉଛି।ରାଜଶ୍ରୀଙ୍କ ରୁମ୍ ମେଟ୍ ରୋମି ଲକ୍ଷ୍ମୀ ଏକ୍କା ଘଟଣାକୁ ନେଇ କହିଛନ୍ତି, ‘ଲିଷ୍ଟ ବାହାରିବା ପରେ ସେ ଟିକେ କନ୍ଦାକଟା କରୁଥିଲେ। ତାଙ୍କୁ ମୁଁ ବହୁତ ବୁଝାଇଥିଲି।’
କଟକ ଟାଙ୍ଗୀ ଡ୍ରିମ୍ସ ଗ୍ରାଉଣ୍ଡରେ ଜୀବନର ଶେଷ ମ୍ୟାଚ୍ ଖେଳିଥିଲେ ରାଜଶ୍ରୀ। ସେଠାରେ ତାଙ୍କର କ୍ୟାମ୍ପ ହୋଇଥିଲା। ଓଡ଼ିଶା ଟିମ୍ ସିଲେକ୍ସନ୍ ପାଇଁ ଡ୍ରିମ୍ସ ଗ୍ରାଉଣ୍ଡରେ ହୋଇଥିଲା ଅଭ୍ୟାସ ମ୍ୟାଚ୍। ହେଲେ ସେ ଜାଣିନଥିଲେ ଏହା ତାଙ୍କ ଜୀବନର ଶେଷ ମ୍ୟାଚ୍ ହୋଇଯିବ। ରାଜଶ୍ରୀଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଗାଁ ରାମଚଣ୍ଡୀ ନିକଟ ଭୂଆଁରେ ଶୋକର ଛାୟା ଖେଳିଯାଇଛି। ଗାଁରେ କେହିବି ରାଜଶ୍ରୀଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରିପାରୁ ନାହାନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଗାଁଲୋକେ ଦାବି କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)