ପୌର ନିର୍ବାଚନର ଆଜି ଆସିବ ଫଳାଫଳ। ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।
ପୌର ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ କିଏ ଆଗରେ.. ଆଜି ରାଜ୍ୟରେ
ପରୀକ୍ଷା ପରେ କାଲି ଆସୁଛି ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।
ଭୋଟ୍ରେ ଜନତାଙ୍କ ଫୈସଲା ପରେ କାଲି ଖୋଲିବ ଇଭିଏମ୍ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ । ତା ପୂର୍ବରୁ ଗଲା ରାତିଠୁ ସବୁ ଷ୍ଟ୍ରଙ୍ଗରୁମ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ।
ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।
ସହରୀ ଶିକ୍ଷିତ ଦେଉ ନାହାନ୍ତି ଭୋଟ୍ । ଗଣତନ୍ତ୍ରର ମହାପର୍ବରେ ହେଉ ନାହାନ୍ତି ସାମିଲ୍ । ତେବେ କଣ ଏମାନେ ପାଇଁ ଭୋଟ ଦେବାକୁ ବିମୁଖ। ପ୍ରଶାସନକୁ ନେଇ ଅନାସ୍ଥା ଭାବ ନା ରହିଛି ଆଉ କିଛି କାରଣ ।
ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଜମିଥିଲା ଭିଡ଼ । ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି ।
ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ।
କେନ୍ଦୁଝର ପୌରପାଳିକା ୧୨ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାର୍ଣ୍ଣିଙ୍କ ପତ୍ନୀ ପାନମଣି ମାର୍ଣ୍ଣି କେନ୍ଦୁଝର ସାହରପଡା ବ୍ଲକ୍ ଦିଗପଶି ପଂଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା
ବୁଥ୍ ରିଗିଂ ଅଭିଯୋଗକୁ ନେଇ କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ
ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ଲାଗି ସିଧାସଳଖ ଭୋଟ୍ ହୋଇଥିବାରୁ ଭୋଟର୍ମାନେ ଏଥର ଦୁଇଟି ଲେଖାଏଁ ଭୋଟ୍ ଦେଇଛନ୍ତି ।
ପଞ୍ଚାୟତ ଭଳି ପୌର ନିର୍ବାଚନବେଳେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର । କେଉଁଠି ବୁଥ୍ ରିଗିଂ ତ କେଉଁଠି ଟଙ୍କା ବଣ୍ଟା ଉଦ୍ୟମ ବେଳେ ହୋଇଛି ଗଣ୍ଡଗୋଳ ସାଙ୍ଗକୁ ମାରପିଟ୍ ।
ପୋଲିସ୍ କର୍ମଚାରୀ ଜଣକ ହସି ହସି ଏହାକୁ ଆଡେଇ ଯାଉଥିବା ନଜରକୁ ଆସିଛି।
ପିପିଲିରେ ଏକ ବୁଥ୍ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଛି । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡ ୯ ନମ୍ବର ବୁଥ୍ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍ରୁ ଆସିଲା ଏଭଳି ସାଂଘାତିକ ଅଭିଯୋଗ । ଇଭିଏମ୍ରେ ଜଘନ୍ୟ ତ୍ରୁଟି ଯୋଗୁଁ ବନ୍ଦ ହେଲା ଭୋଟିଂ । ତେବେ ତ୍ରୁଟି ଧରାପଡ଼ିବା ବେଳକୁ ଇଭିଏମ୍ରେ ପଡ଼ିସାରିଲାଣି ପାଖାପାଖି ୪୦୦ ଭୋଟ ।
ପିଜାଇଡିଂ ଅଫିସର ସାଥୀ ହୋଇ ଏଭଳି ଅପଚେଷ୍ଟା ଚଳାଇଛନ୍ତି।
ପୌର ଭୋଟ ବେଳେ ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡରେ ନିର୍ବାଚନା ହିଂସା। ଭୋଟ ବେଳେ ବିପକ୍ଷ ଦଳର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
କଣ୍ଟାବାଞ୍ଜି ଏନ୍ଏସିରେ ନିର୍ବାଚନୀ ହିଂସା । ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଟଙ୍କା ବାଣ୍ଟିବା ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ମରାଯାଇଥିବା ସୂଚନା ମିଳିଛି।
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।
ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।