/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648106643.jpg)
Urban Polls । Tension In Berhampur After EVM Found In Car
ନିର୍ବାଚନ ସେକ୍ଟର ଅଫିସରଙ୍କ କାର ଭିତରେ ଇଭିଏମ୍କୁ ନେଇ ଉତ୍ତେଜନା ଦେଖାଯାଇଛି । ବ୍ରହ୍ମପୁର ମହାନଗର ନିଗମ ୪୦ ନମ୍ବର ଓ୍ୱାର୍ଡ ଆଙ୍କୁଲି ବାଉରୀ ସାହି ସ୍ଥିତ ୨୩୩ ନମ୍ବର ବୁଥରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।
ଏନେଇ ଅଧିକାରୀ କହିଛନ୍ତି ଯେ, ପ୍ରତି ସେକ୍ଟର ଅଫିସରଙ୍କୁ ୧୦ଟି ବୁଥର ଦାୟିତ୍ୱ ଦିଆଯାଇଛି । ସେମାନେ ଇଭିଏମ ତ୍ରୁଟି ଯାଞ୍ଚ କରିବେ ଯଦି କେଉଁଠି ଅସୁବିଧା ଥାଏ, କିମ୍ବା ଅଚଳ ହେଲେ ଏହାକୁ ବ୍ୟବହାର କରାଯାଇପାରିବ ତେବେ ଲୋକଙ୍କ ବିରୋଧ ପରେ ଅଧିକାରୀ ସେହି ଇଭିଏମକୁ ଫେରାଇ ନେଇଥିଲେ ।
ଅନ୍ୟପକ୍ଷେ, ଆଜି ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)