• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ହିଂସା । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି । ପଞ୍ଚାୟତ ନିର୍ବାଚନ ହିଂସା ଥମିବାର ନାଁ ଧରୁନଥିବା ବେଳେ ଏବେ ପୌର ନିର୍ବାଚନ ହିଂସା ମୁଣ୍ଡ ଟେକିଲାଣି । ବିଭିନ୍ ସ୍ଥାନରେ ଦୁଇ ଗୋଷ୍ଠି ମଧ୍ୟ ସଂଘର୍ଷ ହୋଇଥିବା ଦେଖାଯାଇଛି । ଅନେକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପିପିଲିରେ ଏକ ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଛି । ପିପିଲି ଏନ୍ଏସିର ୭ ନମ୍ବର ୱାର୍ଡ ୯ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କ ମୁଣ୍ଡ ଫାଟିଲା । ବିପକ୍ଷ ଦଳର ଲୋକେ ତାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ସେହିଭଳି ବ୍ରହ୍ମପୁରରେ ମଧ୍ୟ ଭୋଟ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଚିକିଟି ଏନ୍ଏସିର ବିଜେପି କାର୍ଯ୍ୟାଳୟ ଆଗରେ ଭଙ୍ଗାରୁଜା ହୋଇଛି । ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ କାର୍ ଭାଙ୍ଗି ଦେଇଛନ୍ତି ନିର୍ଦ୍ଧଷ୍ଟ ଦଳର କର୍ମୀମାନେ । କାର୍ ସମେତ ୪ଟି ବାଇକ୍ ମଧ୍ୟ ଭଙ୍ଗାରୁଜା ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ବିଜେପି କର୍ମୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ପୌର ଭୋଟ ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନ୍ଏସିରେ ମଧ୍ୟ ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସଂପାଦକ ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଝଙ୍କାରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ଓ୍ୱାର୍ଡର ୩ଟି ବୁଥ୍‌ରେ ମତଦାନ ଚାଲିଥିବା ବେଳେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ବୁଥ୍ ବାହାରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ କଂଗ୍ରେସ କର୍ମୀ । ଏଥିରେ ୨ ଜଣ ଆହତ ହୋଇଛନ୍ତି । ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ବୁଥ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି । ତେବେ ଏ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନି ।

ତେବେ ପୌର ନିର୍ବାଚନ ଭୋଟ ଗ୍ରହଣ ନେଇ SECଙ୍କ ପକ୍ଷରୁ ମିଳିଛଇ ବଡ଼ ସୂଚନା । ୧୦୬ଟି ପୌରାଞ୍ଚଳରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଥିବା ଏସ୍‌ଇସି କହିଛନ୍ତି । କଟକ ମହାନଗରରେ ୬୫%, ଭୁବନେଶ୍ୱରରେ ୫୦% ମତଦାନ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ଅଞ୍ଚଳରେ ୪୭ ପ୍ରତିଶତ ମତଦାନ ହୋଇଥିବା ସେ କହିଛନ୍ତି ।