Advertisment

ଗୋଟିଏପଟେ ଚାଲିଛି ଭୋଟିଂ, ଅନ୍ୟପଟେ ହିଂସା: କେଉଁଠି ବୁଥ୍‌ ସାମ୍ନାରେ ଛୁରାମାଡ଼ ତ ଆଉ କେଉଁଠି ଆକ୍ରମଣ

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Violence Reported In Many Places

Violence Reported In Many Places

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ଯେଭଳି ହିଂସା ଘଟଣା ସାମ୍ନାକୁ ଆସିଥିଲା, ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଘଟିଥିବା ଖବର ସାମ୍ନାକୁ ଆସିଛି। କେଉଁଠି ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି ତ ଆଉ କେଉଁଠି ଇଭିଏମ୍‌ ଅଚଳକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ବୁଥ୍‌ ସାମ୍ନାରେ ମଧ୍ୟ ଲୋକଙ୍କ ଉପରେ ଆକ୍ରମଣ ହୋଇଛି।  

Advertisment

ପୌର ନିର୍ବାଚନ ଲାଗି ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ ଶେଷ ହେବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଗୋଟିଏପଟେ ମତଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଘଟିଛି। 

ଭଦ୍ରକ ଜିଲ୍ଲାରେ ଏକ ବୁଥ୍‌ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ଏହି ଘଟଣା ଘଟିଛି। ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି। ଗୁରୁତର ଯୁବକଙ୍କୁୂ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛୁରା ମାଡ଼ ପ୍ରତିବାଦରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

Advertisment

ସେହିପରି ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁଙ୍କୁ ଆକ୍ରମଣ ହୋଇଛି। ଖଣ୍ଡପଡ଼ା ଏନ୍ଏସିର ୪ ନମ୍ବର ବୁଥ୍‌ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ବୁଥ୍ ସମ୍ମୁଖରେ ଶିଶିର କୁମାରଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।ରାଜନୈତିକ ଶତ୍ରୁତାରୁ କିଛି ଲୋକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସ୍ୱାଧୀନ ଆରତୀ ପ୍ରଧାନଙ୍କ ସ୍ୱାମୀ ବିଧାନ ପ୍ରଧାନ ଶିଶିରଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ନିଜ ସହଯୋଗୀଙ୍କ ସହ ଶିଶରଙ୍କୁ ବିଧାନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବ୍ଲକ ଅଧକ୍ଷଙ୍କ ଏତଲାକୁ ଆଧାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

Municipal Elections 2022 Odisha Municipal Elections
Advertisment
Advertisment