• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

amit
ଆସନ୍ତାକାଲି ପୁରୀରେ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଏକ ବିରାଟ ରୋଡ୍ ଶୋ’ କରିବେ।  ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ହେବ ଏହି ରୋଡ୍ ଶୋ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିପାରନ୍ତି। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  ସୂଚନା ଦେଇଛନ୍ତି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ଭୁବନେଶ୍ୱରରେ ଆୟୋଜିତ […]

  • Tuesday, 20 July 2021
bjp
ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ରୂପା ଗାଙ୍ଗୁଲି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତେବେ ଶେଷ ଦୁଇ ଦିନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରସୋର୍ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ଓଡ଼ିଶାରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ଗଞ୍ଜାମର ଛତ୍ରପୁର, ଖଲିକୋଟର ବିକ୍ରମପୁର ଗ୍ରାମପଞ୍ଚାୟତରେ ଆୟୋଜିତ ସମାବେଶରେ […]

  • Tuesday, 20 July 2021
kendrapara
ବିଜେଡିରେ ମିଶିଲେ ଉତ୍କଳ ଓ ପ୍ରମୋଦ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ଗତକାଲି ବିଜେଡିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି। ନବୀନ ନିବାସ ଯାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଟିକେଟ୍‌ ରେସ୍‌ରୁ ବାଦ ପଡ଼ିଲା ପରେ ସେମାନେ ନିଜ ନିଜ ଦଳ ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ା […]

  • Tuesday, 20 July 2021
aprajita
ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ହଟହଟା ହେଲେ ପୂର୍ବତନ ମହିଳା କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି। ବିଜେଡିର ୫ ପୂର୍ବତନ ମହିଳା କର୍ପୋରେଟର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିଶନର ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମାଗିଥିବା ଦୁର୍ନୀତିର ତଥ୍ୟ ପ୍ରମାଣ କିମ୍ବା ଠୋସ୍ ପ୍ରଶ୍ନର ଉତ୍ତର ସେମାନେ ଦେଇପାରି ନଥିଲେ। ଫଳରେ ସାମ୍ବାଦିକ ସମ୍ମିଳନୀରେ […]

  • Tuesday, 20 July 2021
koraput
ସାପ୍ତାହିକ ହାଟରେ ଜମୁଛି ନେତାଙ୍କ ପ୍ରଚାର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ରହିଛି ମାତ୍ର ୬ଦିନ। ଆଉ ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ସାଧାରଣତଃ ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟରଙ୍କ ଘରକୁ ଯାଇ ମନାଇଥାନ୍ତି। ଏମିତିକି ଗାଁ ଗାଁରେ ସଭା ସମିତି କରି ମନାଇବାକୁ ପ୍ରୟାସ କରିଥାନ୍ତି। ତେବେ କୋରାପୁଟ ନିର୍ବାଚନ଼ମଣ୍ଡଳୀରେ ନେତାମାନେ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ସ୍ଥାନୀୟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଏବେ ପ୍ରାର୍ଥୀଙ୍କ ନଜରରେ […]

  • Tuesday, 20 July 2021
bjp
ନୂଆ ଓଡ଼ିଶା ଗଠନ ପାଇଁ  ବିଜେପି ଜାରି କଲା ‘ସଂକଳ୍ପ ପତ୍ର’

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ କମିଟି ତୃଣମୂଳସ୍ତରରୁ ଲୋକଙ୍କ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିଛନ୍ତି। ନୂଆ ଓଡ଼ିଶା ଗଠନ ଲାଗି ୯ ସଂକଳ୍ପ ସମ୍ବନ୍ଧିତ ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ପ୍ରଥମ […]

  • Tuesday, 20 July 2021
rabi
ବିଜେଡି ଛାଡ଼ିଲେ ରବିନାରାୟଣ ପାଣି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ରବିନାରାୟଣ ପାଣି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା କହିଛନ୍ତି।  ୨୦୦୯ରୁ ୨୦୧୪ ଯାଏ ସେ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପୂର୍ବରୁ ସେ ୧୯୮୯ରୁ ୯୧ ଯାଏ ଜନତା ଦଳରୁ ଦେବଗଡ଼ର ବିଧାୟକ […]

  • Tuesday, 20 July 2021
congress
୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରେ ନିର୍ବାଚନ ଲଢ଼ିବେ। ଘସିପୁରା ସହ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ। ଭଦ୍ରକରୁ ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ଟିକେଟ୍ ମିଳିଥିବା ବେଳେ ବଡ଼ଚଣାରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର। ସାଲେପୁରରୁ ରବୀନ୍ଦ୍ର ନାଥ କର,ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କାଙ୍କୁ ଟିକେଟ୍ ମିଳିଛି। ସେହିପରି ବାଲିକୁଦା […]

  • Tuesday, 20 July 2021
bjd
ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିରୋଧ, ଭିଡିଓ ଭାଇରାଲ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୁଷ୍ପେନ୍ଦ୍ର ପ୍ରଚାର କରୁଥିବାବେଳେ କୋକସରା କାଉଡ଼ଲା ଗାଁରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ନେଇ ଲୋକମାନେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ। ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ […]

  • Tuesday, 20 July 2021
baripada
ବାରିପଦାରୁ ଲଢ଼ିବେ ସରୋଜିନୀ ହେମ୍ବ୍ରମ୍‌

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାଁ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସରୋଜିନୀ ୨୦୦୯ରୁ ୨୦୧୪ ଯାଏ ବାଙ୍ଗିରିପୋଷିରୁ ବିଧାୟକ ଥିଲେ। ଏହାସହ ୨୦୧୨ରୁ ୨୦୧୪ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ। ତେବେ ୨୦୧୪ରେ ଜେଏମ୍ଏମ୍ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁଦାମ ମାରାଣ୍ଡିଙ୍କୁ ଦଳ ଟିକେଟ୍‌ […]

  • Tuesday, 20 July 2021
naveen
ଆଜି ଗୁଣପୁରରେ ପ୍ରଚାର କରିବେ ନବୀନ

ଗୁଣପୁର(ଇନ୍ଦ୍ରଜିତ୍‌ ପଣ୍ଡା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁରରେ ନିର୍ବାଚନୀ ପ୍ରଚାର କରିବେ। ଆୟୋଜିତ ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନବୀନ ଗୁଣପୁରରେ ପହଞ୍ଚିବା ପରେ ଏକ ରୋଡ୍ ସୋ’ କରିବେ। ଏହାପରେ ବସନ୍ତ ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣସଭାରେ ଯୋଗ ଦେବେ।

  • Tuesday, 20 July 2021
congress
ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଜେଡି ସରକାର ବିଫଳ ହୋଇଛି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି କଂଗ୍ରେସ। ରାଜ୍ୟରେ ୬ହଜାର୫୩୬ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ସେଥିରୁ ୩ହଜାର୧୧୯ ଡାକ୍ତର ପଦବୀ ଖାଲି ପଡ଼ିଛି। ନର୍ସ ଓ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି। ସାଢ଼େ୪ କୋଟି ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ହସ୍ପିଟାଲରେ ରହିଛି ମାତ୍ର ୧୮ହଜାର ବେଡ୍‌। ୩୦ ଜିଲ୍ଲା ପାଇଁ ମାତ୍ର ୫୧୨ଟି ଆମ୍ବୁଲାନ ରହିଛି।  ଭିତ୍ତିଭୂମି […]

  • Tuesday, 20 July 2021
amit
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଗଞ୍ଜାମର ପୋଲସରା ଏବଂ ବରଗଡ଼ରେ ଦଳୀୟ ସମାବେଶରେ ସେ ଯୋଗ ଦେବେ। ଅମିତ ଶାହଙ୍କ ବରଗଡ଼ ଗସ୍ତ ଲାଗି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ସମାବେଶରେ ଯୋଗଦେବେ। ବରଗଡ଼ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ପାଇଁ […]

  • Tuesday, 20 July 2021
Nalini-Pradhan
ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ବିଜେପି ଧମକ ଦେଇଛି। ବେଆଇନ ଭାବେ ଶୁଣାଣି କରାଯାଇଛି ବୋଲି ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି। ନଳିନୀ ବିଜେଡିରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର […]

  • Tuesday, 20 July 2021
modi
ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର: ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଝାଡ଼ଖଣ୍ଡର ବିକାଶ କଥା ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା […]

  • Tuesday, 20 July 2021
sonpur
ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି। ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିବା କି ବୋଲି […]

  • Tuesday, 20 July 2021
congress
ଆଉ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପଛରେ ପଡ଼ିଥିବା କଂଗ୍ରେସ ଆଉ ୪ ଜଣଙ୍କ ନାଁରେ ମୋହର ମାରିଛି। ସୋର ବିଧାନସଭାରୁ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ପ୍ରସାଦ ପାରମାଣିକ, ସିମୁଳିଆ ପାଇଁ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ପାଇଁ ଦିଗମ୍ବର ଦାସ ଏବଂ ବଡ଼ସାହି ଆସନ ପାଇଁ ଦେବଯାନୀ ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ଏଆଇସିସି ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରିଛି। ତେବେ ଆହୁରି ୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିବ ଦଳ।

  • Tuesday, 20 July 2021
narendra-modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ପ୍ରଚାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ସମାବେଶ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ଦିନ ୧୧ଟାରେ ସେ ସାଧାରଣ ସଭାରେ ଯୋଗଦେବେ। ସୁନ୍ଦରଗଡ଼ ସମାବେଶ ପରେ ପ୍ରଧାନମନ୍ତ୍ରୀ ସୋନପୁରରେ ଏକ ସମାବେଶରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି […]

  • Tuesday, 20 July 2021
cmo
ଲାଲଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି(ଜିତେନ୍ଦ୍ର ବେଉରା):ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର କାଲିମେଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ନିର୍ବାଚନୀ ସଭାରେ ସେ  ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳି ନଥାଏ। ବିରୋଧୀ ନେତାମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବେଙ୍ଗଲି ଭାଇ ଭଉଣୀଙ୍କ ସମସ୍ୟା ମୁଁ ନିଜେ ଦେଖିବି।” ମାଲକାନଗିରି ସହିତ କୋରାପୁଟ ଜିଲ୍ଲାର ଜୟପୁର, ତୁମୁରିପୁଟ, ଲକ୍ଷ୍ମୀପୁରରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଅଛି।   […]

  • Tuesday, 20 July 2021
BJP
ରାଜ୍ୟ ସରକାର ସହଯୋଗ କରୁନାହାନ୍ତି, ତଥାପି ମୁଁ ନବସି ଆପଣଙ୍କ ପାଇଁ କାମ କରୁଛି: ମୋଦି

ଭୁବନେଶ୍ୱର: ଏକ ନୂଆ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍‌ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଭୋଟରଙ୍କୁ କହିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏପରି ଆହ୍ୱାନ ଦେଇଛନ୍ତି ମୋଦି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ଏଥର ଓଡ଼ିଶା ଇତିହାସ ରଚନା […]

  • Tuesday, 20 July 2021
10Flags
ସବୁ ଦଳରେ ଛକାପଞ୍ଝା: ବଳକା ଆସନରେ କେଉଁ ଦଳ କାହାକୁ କରିବ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ସବୁ ଆସନରେ ବିବାଦ ଥିବାରୁ ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ ଚାଲିଛି। ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ […]

  • Tuesday, 20 July 2021
election
ପ୍ରକାଶ ପାଇଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ। ଏପ୍ରିଲ ୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୨ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର […]

  • Tuesday, 20 July 2021
election
ବେଙ୍ଗାଲୁରୁରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ପୁଅ ଅନୀଲ

ଜୟପୁର(ଟି.ଗୌରୀଶଙ୍କର): ବେଙ୍ଗାଲୁରୁରେ ନିର୍ବାଚନ ଲଢୁଛନ୍ତି ଜଣେ ଓଡ଼ିଆ ପୁଅ। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ କୁମାର। ଜୟପୁର ସହରର ବେଲରୋଡରେ ତାଙ୍କ ଘର।  ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ ରହୁଛନ୍ତି। ଏବେ ସେ ରେପାର୍ତ୍ତି କନସାଲଟାନସି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି। ଚଳିତ ନିର୍ବାବନରେ ସେ ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ […]

  • Tuesday, 20 July 2021
bjd
ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା। ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଦଳ ଟିକେଟ୍ ଦେଇଛି। ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଙ୍କର ମଧ୍ୟ ଟିକେଟ୍‌ କଟିଛି। ମୋରଡ଼ା […]

  • Tuesday, 20 July 2021
amara
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ଯାଜପୁର(ଗୁଲାମ ଗସ୍): ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରାଯାଇଛି। ଦଳ ତାଙ୍କୁ ବଡ଼ଚଣା ଟିକେଟ୍‌ ଦେବା ପରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ଛାମୁଆ ନେତା ଓ କର୍ମୀ ଏକାଠି ହୋଇଥିଲେ। ଚଳିତ ନିର୍ବାଚନରେ ଅମରଙ୍କୁ ଖୋଲାଖୋଲି ବିରୋଧ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅମରଙ୍କୁ ପ୍ରାର୍ଥୀ ନକରିବା ଲାଗି  ଏମାନେ ଦଳର ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ବିବାଦୀୟ […]

  • Tuesday, 20 July 2021