• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ।

  • ନିକଟରେ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରି ସେ ବିଜେପି ଛାଡ଼ିଥିଲେ ।

  • କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିଥିଲେ । 

ପଶ୍ଚିମବଙ୍ଗ: ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ନିକଟରେ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରି ସେ ବିଜେପି ଛାଡ଼ିଥିଲେ । କେନ୍ଦ୍ରମନ୍ତ୍ରୀ ପଦରୁ ହଟିବା ପରେ ବାବୁଲ ସୁପ୍ରିଓ ବିଜେପି ଛାଡ଼ିଥିଲେ । 

ଗତ ନିର୍ବାଚନ ସମୟରେ ସେ ଟିଏମ୍‌ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ହେଲେ ଏବେ ସେ ସେହି ଟିଏମ୍‌ସିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି । 

ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ବିଜେପି ନେତା ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି । ଯାହାକି ବିଜେପି ପାଇଁ ବଡ଼ କ୍ଷତି ହେଉଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ବାବୁଲ ସୁପ୍ରିଓ ଦଳ ଛାଡ଼ିବା ମଧ୍ୟ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ କଥା କହୁଥିବା ବେଳେ ସେଠାରେ ବିଜେପିର ଲୋକପ୍ରିୟ ନେତା ଜଣକ ପରେ ଜଣେ ଦଳ ଛାଡ଼ିବା ଘଟଣା, ଦଳକୁ ଚିନ୍ତାରେ ପକାଇଛି ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେପି ଓ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୨୯୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସେଥିରୁ ବିଜେପି ୭୭ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପଟେ ଟିଏମ୍‌ସି ୨୧୩ଟି ଆସନରେ ବିଜୟୀ ହୋଇଥିଲା ।