/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631413951.jpg)
Who Will Be The Next Gujarat CM?
ଅହମଦାବାଦ : ଗୁଜରାଟରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ନିର୍ବାଚନର ପ୍ରାୟ ଏକ ବର୍ଷ ପୂର୍ବରୁ ବିଜେପି ରାଜ୍ୟରେ ସରକାରଙ୍କ ଚେହେରା ପରିବର୍ତ୍ତନ ହେବାକୁ ଯାଉଛି । ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ବସିପାରେ ବିଜେପି ବିଧାୟକ ଦଳ ବୈଠକ । ଏଥିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହୋଇପାରନ୍ତି । ବିଜୟ ରୁପାଣୀଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବୈଠକରେ ନାଁ ଚୂଡ଼ାନ୍ତ ହୋଇପାରେ । ରୁପାଣୀଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଏବଂ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ହେଲେ ଏନେଇ ଦଳୀୟ ନିଷ୍ପତ୍ତି କଣ ରହିବ, ତାଉପରେ ସମସ୍ତଙ୍କର ନଜର ।
ଏପଟେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ । ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ମଧ୍ୟ କହିଛନ୍ତି ରୁପାଣୀ । ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି । ପ୍ରଦେଶର ପୂର୍ବ ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଢ଼ିଥିବାବେଳେ ୨୦୨୨ ନିର୍ବାଚନ ମଧ୍ୟ ତାଙ୍କରି ନେତୃତ୍ୱରେ ପରିଚାଳିତ ହେବ ବୋଲି ରୁପାଣୀ କହିଛନ୍ତି ।
Also Read
୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି। ଗତମାସରେ ରୂପାନୀଙ୍କ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ୫ ବର୍ଷ ପୂରିଥିଲା। ୨୦୨୨ରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ତାପୂର୍ବରୁ ରୁପାଣୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)