ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ । ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ତା ସହିତ ବୁଥ୍ରେ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ଥିବା ବେଳେ ଭୋଟରଙ୍କୁ ଗ୍ଲୋଭ୍ସ ମଧ୍ୟ ଦିଆଯିବ । କରୋନାକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ୍ମିଟ୍ରେ କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି।
ଯାହାଙ୍କ ଶରୀରର ତାପମାତ୍ରା ଅଧିକ ଥିବ, ତାଙ୍କୁ ଚିରକୁଟ ଦିଆଯିବ ଓ ସେ ଶେଷ ଘଣ୍ଟାରେ ଭୋଟ ଦେବେ। ପୋଲିଂରେ ନିୟୋଜିତ ସବୁ କର୍ମଚାରୀ ଡବଲ୍ ଡୋଜ୍ ଟିକା ନେଇଥିବାର ସୂଚନା ସେ ଦେଇଛନ୍ତି॥ ଭିନ୍ନକ୍ଷମଙ୍କୁ ଘରୁ ଆଣି ଭୋଟ ଦେବା ପରେ ପୁଣି ଘରେ ଛାଡ଼ିବାର ବ୍ୟବସ୍ଥା ବି କରାଯାଇଛି ।
Also Read
ମୋଟ ୩୪୮ ପୋଲିଂ ପାର୍ଟି ମଧ୍ୟରୁ ୨୦୦ ପୋଲିଂ ପାର୍ଟି ବୁଥକୁ ଯାଇ ସାରିଲେଣି। ସୁରକ୍ଷା ପାଇଁ ଏଥର ନିୟୋଜିତ ହୋଇଛନ୍ତି ୨ ହଜାର ପୋଲିସ କର୍ମଚାରୀ । ୨୦୧ଟି ସମ୍ବେଦନଶୀଳ ବୁଥ୍ରେ ଅଧିକ ସୁରକ୍ଷାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନି । ଏଠାରେ ୱେବକାଷ୍ଟ ବା ସିସିଟିଭି ବ୍ୟବସ୍ଥା ଅଛି।
.ପୁରା ଉପନିର୍ବାଚନ ପାଇଁ ୨ ହଜାର ପୋଲିସ କର୍ମଚାରୀ, ୩୨ଟି ମୋବାଇଲ ପାର୍ଟି ଓ ୩ କମ୍ପାନି CACP ମୁତୟନ ହୋଇଛନ୍ତି। ଭୋଟିଂ ୭ଟାରୁ ଆରମ୍ଭ ହୋଇ ୬ଟା ଯାଏ ଚାଲିବ । ପୋଷ୍ଟାଲ ଭୋଟ ଦେଇଛନ୍ତି ୯୨୪ ଜଣ। ଏଥର ପିପିଲିରେ ପ୍ରାୟ ୨ ଲକ୍ଷ ୩୦ ହଜାର ଭୋଟର ଆସନ୍ତା ଗୁରୁବାର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।