/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632668163.jpg)
Pipili Bye Election
ପିପିଲି: ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି । ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦାଣ୍ଡମକୁନ୍ଦପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ବୁଲି ଆଶ୍ରିତଙ୍କ ପାଇଁ ଭୋଟ୍ ମାଗିଥିଲେ ।
ପ୍ରଚାରର ସପ୍ତମ ଦିନରେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଡେଲାଙ୍ଗର ଚାଇଁପୁର ପଞ୍ଚାୟତରେ ପ୍ରଚାର କରିଥିଲେ । ଗୋବିନ୍ଦପୁର ହାଟସାହି ପମସରା ପଞ୍ଚାୟତରେ ମହିଳା ସମାବେଶ କରି ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ବଖାଣିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଡେଲାଙ୍ଗର ବେରବୋଇ, ମୁନିଦା ଆଦି ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନିଂ କରିଥିଲେ । ତାଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ବିଧାୟକ ସୁରେଶ ରାଉତରାୟ ।
Also Read
ତେବେ ଏଠାରରେ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ କରାଯିବ । ଅକ୍ଟୋବର ୩ରେ ହେବ ଭୋଟ୍ ଗଣତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ଏଠାରେ ଉପନିର୍ବାଚନ କରାଯାଉଛି । ତେବେ ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହେବା ଯୋଗୁଁ ଉପନିର୍ବାଚନ ଘୁଞ୍ଚିଥିଲା । ପରେ କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା ।
ଏବେ ମହାମାରୀ ସ୍ଥିତି ଟିକେ ଥମିବା ପରେ ପୁଣି ନିର୍ବାଚନ କରାଯାଉଛି । ପୂର୍ବଥର ନିର୍ବାଚନ ସ୍ଥଗିତ ରହିବା ପୂର୍ବରୁ ୨୯ ଏପ୍ରିଲ୍ରୁ ମେ ୩ ଯାଏଁ ପ୍ରଚାର ହୋଇଥିଲା । ତେଣୁ ପ୍ରାର୍ଥିମାନଙ୍କୁ ଏଥର ପ୍ରଚାର ଲାଗି ହାତରେ ପ୍ରାୟ ସପ୍ତାହେ ସମୟ ରହିଥିଲା । ୨୦ ତାରିଖରୁ ପ୍ରଚାର ଆରମ୍ଭ ହୋଇଥିଲା, ଭୋଟଗ୍ରହଣର ୭୨ ଘଣ୍ଟା ପୂର୍ବରୁ ସରିବ ବୋଲି ମଧ୍ୟ କୁହାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)