ଦେବାଶିଷ ଯୁକ୍ତି ରଖିଛନ୍ତି, ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଆଖିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ତେବେ ଭର୍ତ୍ତୃହରି ତ ଜଣେ ବିଜ୍ଞ ସାଂସଦ ସେ କିପରି ବୁଝି ପାରୁନାହାନ୍ତି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି।
ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ଓସିଏ କନ୍ଫରେନ୍ସ ହଲ୍ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍ଦାର ହୋହଲ୍ଲା ବି ହୋଇଛି।
ବୈଠକରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ଆଲୋଚନାରୁ ସେମାନେ ପ୍ରସ୍ତାବରେ ସହମତ ଥିବା ଜଣାପଡୁଥିଲା। ହେଲେ ଆଜି ସରକାର ନେଇଥିବା ନିଷ୍ପତ୍ତିର କାରଣ ସମ୍ପର୍କରେ ଜାଣିବା ସମ୍ଭବ ହେଉନି। ସେପଟେ ବର୍ତ୍ତମାନ ପ୍ରସଙ୍ଗ ଆଉ ପୂଜା ଓ ଶାନ୍ତି କମିଟିରେ ସୀମିତ ରହିନାହିଁ, ଶାନ୍ତି କମିଟିକୁ ପଛରେ ପକାଇ ବହୁ ସଂଗଠନ ଆଗକୁ ଆସିଗଲେଣି।