ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି । ଟିଏମସି କର୍ମୀମାନେ ଗୋ-ବ୍ୟାକ ନାରା ଦେବା ସହ ପ୍ରଚାର କରିବାକୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଉପନିର୍ବାଚନ ସ୍ଥଗିତ ରଖିବାକୁ ଦିଲ୍ଲୀପ ଦାବି କରିଛନ୍ତି । ସେପଟେ ଦିଲୀପଙ୍କ ଅଭିଯୋଗକୁ ଟିଏମ୍ସି ପକ୍ଷରୁ ଖଣ୍ଡନ କରାଯାଇଛି । ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଭୟଭୀତ କରିଥିବା ଟିଏମସି କହିବା ସହ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପାଲଟା ଅଭିଯୋଗ କରିଛି ଟିଏମସି ।
Published: Otv Khabar Bureau
Last updated: 28 September 2021, 01:17 PM IST
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।