• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjp
ବଡ଼ଚଣା ଓ ଚିତ୍ରକୋଣ୍ଡା ବିଜେପିରେ ଅସନ୍ତୋଷ

ଯାଜପୁର/ମାଲକାନଗିରି: ବିଜେପି ଟିକେଟ୍ ଘୋଷଣା କରିବା ପରେ ଯାଜପୁର ବଡ଼ଚଣା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ରାଜ୍ୟ ସଂପାଦିକା ତଥା ବଡ଼ଚଣା ବିଜେପି ନେତ୍ରୀ ସୀମନ୍ତିନୀ ଜେନା ମୁହଁ ଖୋଲିଛନ୍ତି। ୧୯୯୫ ପରଠାରୁ ଦଳରେ ରହି କାମ କରି ଆସୁଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ବଡ଼ଚଣାରୁ ସେ ବିଜେପି ଟିକେଟ୍‌ରେ ଲଢ଼ିଥିଲେ।  ତେବେ ବର୍ତ୍ତମାନ ଏହି ଆସନରୁ ଅମର ନାୟକଙ୍କୁ ଦଳ ଟିକେଟ୍‌ ଦେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଏଭଳି ନିଷ୍ପତ୍ତି […]

  • Tuesday, 20 July 2021
congress
କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣା: ଥାନାରେ ଏତଲା

ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ଭବନର କାର୍ଯ୍ୟାଳୟ ସଂପାଦକ ବୈଦନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଗତ ୨୩ ତାରିଖରେ ଶତାଧିକ ଯୁକକ କଂଗ୍ରେସ ଭବନରେ ପଶି ହଠାତ୍‌ ଭଙ୍ଗାରୁଜା କରିଥିଲେ। ଯୁବକଙ୍କ ଆକ୍ରମଣରେ କଂଗ୍ରେସ ଭବନର ଟେବୁଲ, ଚେୟାର ଓ କମ୍ପ୍ୟୁଟର ଭାଙ୍ଗିଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

  • Tuesday, 20 July 2021
congress
ଟିକେଟ୍‌ ବଣ୍ଟନକୁ ନେଇ ଜଳେଶ୍ୱର କଂଗ୍ରେସରେ ଅସନ୍ତୋଷ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା […]

  • Tuesday, 20 July 2021
naveen
ଆଜି ବିଜେପୁରରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼(ଦୀପକ ଶର୍ମା): ଆଜି ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବେ। ଦିନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରେ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିନ ୨ଟା ୧୫ରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି।

  • Tuesday, 20 July 2021
Balangir bjp leader
ବିଜେପିରେ କେଁ: ବଲାଙ୍ଗିରରେ ଅନନ୍ତ, ଗୁଣପୁରରେ ଶିଶିରଙ୍କୁ ବିରୋଧ

ବଲାଙ୍ଗିର/ଗୁଣପୁର: ବଲାଙ୍ଗିର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ଦଳ ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଗତଥରର ବିଜେପିର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ଅନନ୍ତ ଦାସଙ୍କୁ ଟିକେଟ୍‌ ଦିଆଯିବାକୁ ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବାସୁଦେବ ବିଷ ଓଗାଲିଛନ୍ତି। ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା […]

  • Tuesday, 20 July 2021
pinky
ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖିବାକୁ ମିଳିଛି। ରାତି ଅଧିଆ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍‌ ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ୟତମ ଆଶାୟୀ ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ଉତ୍ତମଙ୍କୁ ବିଜେପି ଟିକେଟ୍‌ ଦିଆ ନଗଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ୫ହଜାର କର୍ମୀ ବିଜେପିରୁ ଇସ୍ତଫା […]

  • Tuesday, 20 July 2021
congress
ବଦଳିଲେ ଦିଗପହଣ୍ଡିର କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ବଦଳିଛନ୍ତି। ପୂର୍ବରୁ ପ୍ରାର୍ଥୀ ହୋଇଥିବା ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ଦିଗପହଣ୍ଡିର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ପଣ୍ଡାଙ୍କୁ ଟିକେଟ୍‌ ଦିଆଯାଇଛି। ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି।

  • Tuesday, 20 July 2021
bjp
ବିଜେପିରୁ ଇସ୍ତଫା ଦେଲେ ରାଜକିଶୋର  

ବାରିପଦା(ମାଣିକଲାଲ୍ ପାଣି): ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ଏନେଇ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜେପିର ସେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ୍ ଘୋଷଣା ହୋଇଥିଲେ ମଧ୍ୟ ମୋରଡ଼ା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନ ଥିବାରୁ ସେ […]

  • Tuesday, 20 July 2021
bjp
୩ ବିଜେପି ନେତାଙ୍କୁ ମିଳିଲା ନୂଆ ସାଙ୍ଗଠନିକ ଦାୟିତ୍ୱ

ଭୁବନେଶ୍ୱର: ବିଜେପିର ୩ ନେତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଦଳରେ ଯୋଗ ଦେଇଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ସୁବାଷ ଚୌହ୍ୱାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ରାଜ୍ୟ ଉପସଭାପତି ଦାୟିତ୍ୱ। ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ତିନି ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବିଜେପି ମିଡିଆ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।

  • Tuesday, 20 July 2021
BJD-OFFICE
ଆଜି ଘୋଷଣା ହୋଇପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଦଳ ପ୍ରଥମ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ୫୪ଟି ବିଧାନସଭା ଆସନ ଲାଗି ଟିକେଟ୍ ଘୋଷଣା କରିଛି। ପ୍ରଥମ ଦୁଇ ପର୍ଯ୍ୟାୟର ୯ଟି ଆସନକୁ ମିଶାଇ ଦଳ ଆହୁରି ୯୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ଅଛି। ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ […]

  • Tuesday, 20 July 2021
nilagiri
ନୀଳଗିରିରେ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହ ରାଜ୍ୟ ନେତୃତ୍ୱଙ୍କ ପାଖରେ ଫେରାଦ ହେବେ ବୋଲି କହିଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏଥିରେ ନୀଳଗିରି ରାଜ ପରିବାରର ମନୋଜାମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ୍‌ ଦେଇଥିଲା। ଟିକେଟ୍‌ ପାଇବା ପରେ ମନୋଜ ମଞ୍ଜରୀ ପ୍ରତିକ୍ରିୟା ଦେଇ […]

  • Tuesday, 20 July 2021
bjp
ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ୱର: ଆଜି ବିଜେପିରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଯୋଗଦେଇଛନ୍ତି। ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ଘରେ ମିଶ୍ରଣ ପର୍ବ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ ଏବଂ ନୟାଗଡ଼ ବିଜେପି ପ୍ରାର୍ଥୀ ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ପ୍ରତ୍ୟୁଷା […]

  • Tuesday, 20 July 2021
loksabha
୭ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର: ବିଜେପି, କଂଗ୍ରେସ ଓ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ୭ଟି ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ନେଇ ସ୍ପଷ୍ଟ ହୋଇଛି। କଳାହାଣ୍ଡି ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିର ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତଚରଣ ଦାସଙ୍କ ମଧ୍ୟରେ ଲଢ଼େଇ ହେବ। ନବରଙ୍ଗପୁରରେ ବିଜେଡିର ରମେଶ ମାଝୀ, ବିଜେପିର ବଳଭଦ୍ର ମାଝୀ, କଂଗ୍ରେସର ପ୍ରଦୀପ ମାଝୀଙ୍କ ମଧ୍ୟରେ ଲଢ଼େଇ ହେବ। ବ୍ରହ୍ମପୁର ଲୋକସଭା ଆସନରେ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର […]

  • Tuesday, 20 July 2021
mohana
ମୋହନା ବିଧାୟିକା ବାସନ୍ତୀ ମଲ୍ଲିକଙ୍କୁ ବିରୋଧ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ବ୍ଲକ ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିଡବ୍ଲୁଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ବାସନ୍ତୀ ମଲ୍ଲିକଙ୍କ ବିରୋଧରେ ନାରା ଦେବା ସହ ପୋଷ୍ଟର ପୋଡ଼ିଥିଲେ। ସେ ବିଜେପିରେ ମିଶିବା ଦ୍ୱାରା ମୋହନା ନିର୍ବାଚନ ମଣ୍ଡଳୀରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ବ୍ଲକ୍‌ ବିଜେଡି ସଭାପତି ରଞ୍ଜିତ ଶବର କହିଛନ୍ତି।

  • Tuesday, 20 July 2021
congress
ଦ୍ୱିତୀୟ ଦଫାରେ ୫୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଦିଗପହଣ୍ଡି ଆସନରୁ ପ୍ରାର୍ଥୀ କରାଯାଇଥିବା ବିସ୍ମୟ ମହାପାତ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ପ୍ରଫୁଲ୍ଲ ପଣ୍ଡାଙ୍କୁ ଟିକେଟ୍ ମିଳିଛି। ଆସନ୍ତୁ ନଜର ପକାଇବା ପୂରା ତାଲିକା ଉପରେ। ବିଜେପୁର- ରିପୁନାଥ ସେଠ,ଭଟଲି- ସରୋଜ ମହାପାତ୍ର, ଝାରସୁଗୁଡା-ମହେନ୍ଦ୍ର ନାଏକ, ତଳସରା-ପ୍ରଫୁଲ୍ଲ ମାଝି,ସୁନ୍ଦରଗଡ- ଅମିତା ବିଶ୍ୱାଳ, ରଘୁନାଥପାଲ୍ଲୀ- ପ୍ରଶାନ୍ତ ସେଠୀ, ରାଉରକେଲା-ମୁକ୍ତିକାନ୍ତ ବିଶ୍ୱାଳ,କୁଚିଣ୍ଡା- ଶୋଭାରାମ ପ୍ରଧାନ,ରେଙ୍ଗାଲି- ବାଳକୃଷ୍ଣ ରୋହିଦାସ, ସମ୍ବଲପୁର- […]

  • Tuesday, 20 July 2021
samarendra-mishra
ଆଉ ଦୁଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଗତକାଲି ୨ଟି ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବଲାଙ୍ଗିରରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହେବେ। ସେହିପରି କୋରାପୁଟ ସଂରକ୍ଷିତ ଆସନରୁ ସପ୍ତଗିରି ଉଲାକା ନିର୍ବାଚନ ଲଢ଼ିବେ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଆସ୍କା ଲୋକସଭା ଆସନକୁ ଦଳ ସିପିଆଇ ପାଇଁ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିବା ପୂର୍ବରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସୂଚନା ଦେଇଥିଲେ। ତେବେ ଏଆଇସିସି ପକ୍ଷରୁ […]

  • Tuesday, 20 July 2021
assembly
୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୨୨ଟି ବିଧାନସଭାର ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭଟଲିରୁ ଇରାଶିଷ ଆଚାର୍ଯ୍ୟ ପ୍ରାର୍ଥୀ ହେଉଥିବା ବେଳେ ଦେବଗଡ଼ରୁ ସୁବାସ ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ। ସେହିପରି ବୀରମହାରାଜପୁରୁ ରଘୁନାଥ ଜଗଦଳା ଓ ସୋନପୁରରୁ ଅଶୋକ ପୂଜାରୀ ପ୍ରାର୍ଥୀ ହେବେ। ବଲାଙ୍ଗିରରୁ ଅନନ୍ତ ଦାସ, ନୂଆପଡ଼ାରୁ ହୋମ୍‌ସିଂ ମାଝି, ଝରିଗାଁରୁ ପର୍ଶୁରାମ ମାଝି ଓ ଡାବୁଗାଁରୁ ପଦ୍ମନ ନାୟକ ନିର୍ବାଚନ ଲଢ଼ିବେ। ଭବାନୀପାଟଣାରୁ ପ୍ରଦୀପ ନାୟକ, ଦଶପଲ୍ଲାରୁ […]

  • Tuesday, 20 July 2021
BJP
ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା: ପୁରୀରୁ ସମ୍ୱିତ, କଳାହାଣ୍ଡିରୁ ବସନ୍ତ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟରେ ୩୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ରହିଛି ଓଡ଼ିଶାର ୫ଟି ସିଟ୍। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସେହପିରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ। ରାଜ୍ୟ ବିଜେପି […]

  • Tuesday, 20 July 2021
pratyiusha
ହାତ ଧରିବେ ପ୍ରତ୍ୟୁଷା

ଭୁବନେଶ୍ୱର: କଂଗ୍ରେସର ହାତ ଧରିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟୁଷା କଂଗ୍ରେସରେ ମିଶିବା ନେଇ ଚିଠି ଦେଇଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସେ ଆନୁଷ୍ଠାନିକ ଭାବେ ଯୋଗଦେବେ। ତେବେ କେଉଁଠୁ ସେ ପ୍ରାର୍ଥୀ ହେବେ ସେ ନେଇ କିଛି ସ୍ପଷ୍ଟ ହୋଇ ନଥିବାବେଳେ କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଚୂଡ଼ାନ୍ତ […]

  • Tuesday, 20 July 2021
congress
କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଦଳ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟୀକରଣ  ହୋଇଯାଇଛି ବୋଲି ଦେବୀ ପ୍ରସନ୍ନ ଅଭିଯୋଗ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ଜଳେଶ୍ୱରରୁ […]

  • Tuesday, 20 July 2021
balangir
ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି। ବର୍ତ୍ତମାନ ସୁଦ୍ଧା ବିଜେଡି ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ୍ ଘୋଷଣା କରି ନଥିବାବେଳେ, କିଏ ଏଠାରୁ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ବିଜେଡି ସଭାପତି ତଥା କଳିକେଶ ସିଂଦେଓଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ସେହିପରି ପାଟଣାଗଡ଼ରେ ମଧ୍ୟ ଆଶାୟୀ ଆଦିବାସୀ ନେତାଙ୍କୁ ଟିକେଟ୍ ନ […]

  • Tuesday, 20 July 2021
cmo
କାଲି ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

  • Tuesday, 20 July 2021
bjd
ଟିକେଟ୍‌କୁ ନେଇ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହାପରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ଆସନରୁ ଆଶାୟୀ ଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଟିକେଟ୍‌ ନମିଳିବା ପରେ ତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଚିରି ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାରଳାଖେମୁଣ୍ଡି ଆସନରେ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ […]

  • Tuesday, 20 July 2021
Congress-Bhavan
କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: କଳାହାଣ୍ଡିରୁ ଭକ୍ତ, ସୁନ୍ଦରଗଡ଼ରୁ ଜର୍ଜ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]

  • Tuesday, 20 July 2021
promad
ଟିକେଟ୍‌ ନମିଳିବାରୁ ବିଜେଡି ଛାଡ଼ିଲେ ପ୍ରମୋଦ ପଟ୍ଟନାୟକ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟ୍‌ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି ଏଥର ତାଙ୍କୁ ପ୍ରାର୍ଥୀ କରାଯାଇନାହିଁ। ପୁଣି ଥରେ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଯାଇଛି। ଦଳର ନେତା ନିଜର କଥା ରଖିନାହାନ୍ତି ବୋଲି ପ୍ରମୋଦ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। […]

  • Tuesday, 20 July 2021