• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

VOTE
ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ।

Pradeep with Tara
ପ୍ରଦୀପ କଂଗ୍ରେସ ଦଳ ଛାଡ଼ିବା ପରେ ମାଲକାନଗିରି ପ୍ରଜାମେଳି କଲେ ତାରା

ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ

Baijayanta Panda
ଶାହଙ୍କ କାଶ୍ମୀର ଗସ୍ତ ନେଇ ବୈଜୟନ୍ତଙ୍କ ପ୍ରତିକ୍ରିୟା, କହିଲେ ବିନା ବୁଲେଟ୍‌ ପ୍ରୁଫ୍‌ରେ ବୁଲିରେ ଗୃହମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା ।

Priyanka Gandhi Vadra
ଭୋଟ ଦେଲେ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା

ଉତ୍ତର ପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ବଡ଼ ଘୋଷଣା । ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି କଂଗ୍ରେସର ସାଧାରଣ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଘୋଷଣା କରିଛନ୍ତି ।

JMM Protest
ଜେଏମ୍ଏମ୍‌ କର୍ମୀଙ୍କୁ ବିଜେଡି କର୍ମୀଙ୍କ ମାଡ଼ ବିରୋଧରେ ଜୋରଦାର ବିକ୍ଷୋଭ

ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍‌ଏମ୍‌ କର୍ମୀ । 

12-hour bandh in Mayurbhanj
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ବନ୍ଦ

ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଥିବା ବେଳେ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ କଳାହାଣ୍ଡିରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।

Lady Teacher Murder Case
ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି।

Pradeep Kumar Majhi
“୮ ଥର ଆଲୋଚନା ପରେ ବିଜେଡ଼ିରେ ମିଶିବାକୁ ନିଷ୍ପତ୍ତି ନେଲି”

ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ

BJP leader Bijoy Mohapatra
ମମିତା ହତ୍ୟା ଘଟଣା: ତୃତୀୟ ମହଲାକୁ ସିଲ୍‌ କଭରରେ ସବୁ ଦେଇସାରିଛି ପୋଲିସ୍‌: ବିଜୟ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି

Pradeep Majhi
ପ୍ରଦୀପଙ୍କ ବଡ଼ ଘୋଷଣା, ବିରାଟ କାର୍ଯ୍ୟକ୍ରମ ଆୟୋଜନ କରି କହିଲେ ବିଜେଡିରେ ମିଶିବି

ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି ।

Odisha BJP president Samir Mohanty
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବିଜେପି

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।

Mamita Meher Murder Case
ନିଶ୍ଚୟ ଆକ୍ସନ ନିଆଯିବ ବୋଲି ଆଶା: ବୈଜୟନ୍ତ

ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି। 

Satya prakash Nayak
ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଦ୍ୱନ୍ଦ୍ୱରେ ମୁଖ୍ୟମନ୍ତ୍ରୀ, ତେଣୁ ସାଙ୍ଗରେ ନେଲେନି କି ପାଖରେ ବସାଇଲେନି: କଂଗ୍ରେସ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

BJP Mahila Morcha Protest
ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।

BJD Workers Arrested
ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣା; ଗିରଫ ହେଲେ ୨ ଜଣ ବିଜେଡି କର୍ମୀ

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି। 

Baijayant Panda
ନବୀନ ନିଦାବିଷ୍ଣୁ ସାଜିଛନ୍ତି: ବୈଜୟନ୍ତ

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?

Pradeep Majhi
୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ପ୍ରଦୀପ, କହିଲେ ଏଠି ସେବା ପାଇଁ ସୁଯୋଗ ନାହିଁ

କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ ।

niranjan Reaction on pradeep majhi quits
ସେବା ପାଇଁ ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ: ନିରଞ୍ଜନ

ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ।

BJP Mahila Morcha activists
ମମିତା ମେହେର ହତ୍ୟା ମାମଲା: କ୍ୟାପିଟାଲ ଥାନାରେ ଧସେଇ ପସିଲେ ବିଜେପି ମହିଳା କର୍ମୀ

ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ।

BJP, JMM workers Thrashed
ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ମାଡ଼ ମାରି ମୁହଁ ଫଟାଇ ଦେଲେ ବିଜେଡି ସମର୍ଥକ !

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

Sura Routray
‘୧୯ ବର୍ଷ ପୂର୍ବେ ମୋତେ ଅଫର୍‌ ଦେଇଥିଲେ ନବୀନ’

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍‌ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍‌।

Congress Bhawan, Odisha
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି। 

Tara Prasad Bahinipati
ସସ୍‌ପେଣ୍ଡ ପୂର୍ବରୁ ଦଳ ଛାଡ଼ିଲେ ପ୍ରଦୀପ ମାଝୀ : ତାରା

କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା।

Former MP Pradeep Majhi
ଭାଙ୍ଗୁଛି କି କଂଗ୍ରେସ ଗଡ଼ ? ଇସ୍ତଫା ଦେଲେ ବରିଷ୍ଠ ନେତା ପ୍ରଦୀପ ମାଝୀ

ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।

BJD LINK
ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା

ନବୀନ ନିଜକୁ ସ୍ୱଚ୍ଛ କହୁଛନ୍ତି, କିନ୍ତୁ ତାଙ୍କ ମନ୍ତ୍ରୀମାନେ ମଇଳା। ବହୁଚର୍ଚ୍ଚିତ ମମିତା ମେହେର ହତ୍ଯା ଘଟଣାର ମୁଖ୍ଯ ଅଭିଯୁକ୍ତ ସହ, ନବୀନ ସରକାରର ଗଣ୍ଡା ଗଣ୍ଡା ମନ୍ତ୍ରୀ ସଂପର୍କିତ। କିଏ ହେଲିକପଟରରେ ତାଙ୍କ ଫଙ୍କସନକୁ ଯାଉଥିଲେ, ତ କିଏ ଭାଷଣରେ କହୁଥିଲେ, ଏହା ରେଭେନ୍ସାଠାରୁ କମ୍ ନୁହେଁ। ନିଜେ ହତ୍ଯା ଅଭିଯୁକ୍ତ କହୁଥିଲା, ଏହା ମନ୍ତ୍ରୀଙ୍କ କଲେଜ, ସେ ମାସକୁ ଥରେ ଆସନ୍ତି