• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର

 ଭୁବନେଶ୍ୱର: ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା । ଲୋକସେବା ଭବନରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ବୈଠକ କରିବେ ରାଜ୍ୟ ସରକାର । ବୈଠକରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ନିତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରିବେ  । ଏହି ବୈଠକରେ ରାଜ୍ୟ ସରକାର କିଛି ପ୍ରମୁଖ ଦାବି ଉପସ୍ଥାପନ କରିବା ସମ୍ଭାବନା ରହିଛି ।

ନିତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି ରାଜ୍ୟର ମୁଣ୍ଡ ପିଛା ଆୟ ଭଲ ରହିଛି । ତେବେ ଏଠାରେ କୃଷି, ପର୍ଯ୍ୟଟନର କିଭଳି ବିକାଶ ହୋଇପାରିବ ତା ଉପରେ ଆଲୋଚନା ହୋଇପାରେ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ।

ଏହାଛଡ଼ା ସେ କହିଥିଲେ ଯେ ଖଣିଜ ଆୟ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଗତକାଲି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲଙ୍କ ସହ ଏକ ୭ ଜଣିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ସୂଚନା ଅନୁସାରେ, ନିତି ଆୟୋଗ ରିପୋର୍ଟ କହୁଛି ଦେଶର ୧୦ ଗରିବ ରାଜ୍ୟ ଭିତରୁ ନବମ ସ୍ଥାନରେ ଥିବା ଓଡ଼ିଶାର ପ୍ରତି ୩ ଜଣରେ ଜଣେ ଗରିବ । ନିତି ଆୟୋଗଙ୍କ ରିପୋର୍ଟରେ ସବୁଠୁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ।  ରାଜ୍ୟର ୩ ପଛୁଆ ଜିଲ୍ଲା  ହେଲା ନନବରଙ୍ଗପୁର, ମାଲାକାନଗିରି ଓ କୋରାପୁଟ ।

ନବରଙ୍ଗପୁରରେ ୫୯.୩୨, ମାଲକାନଗିରିରେ ୫୮.୭୧ ଓ କୋରାପୁଟରେ ୫୧.୧୪ ପ୍ରତିଶତ ଲୋକ ଗରିବୀରେ ସଢୁଛନ୍ତି । ଖାଲି ସେତିକି ନୁହେଁ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ଲୋକେ ଦାରିଦ୍ରତା ଭିତରେ କାଳାତିପାତ କରୁଛନ୍ତି । ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଗରିବୀ ତାଲିକା, ଓଡ଼ିଶାରେ ଦାରିଦ୍ର୍ୟର ଉତ୍କଟସ୍ଥିତିକୁ ପୁଣି ସାମ୍ନା ଆଣିଛି ।