ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ ପଡ଼ିଛନ୍ତି। କବିଙ୍କୁ ତାତ୍ସଲ୍ୟ କରି କିଛି ଠିକ୍ କରି ନାହାଁନ୍ତି। ତାଙ୍କର କ୍ଷମା ପ୍ରାର୍ଥନାରେ ରାମକୃଷ୍ଣ ପ୍ରେମୀ ସନ୍ତୁଷ୍ଟ ନୁହଁନ୍ତି।
ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି ।
ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।
‘ଯେଉଁମାନେ ଦାରୁଠେଙ୍ଗ ଗାଁକୁ ହେଲ୍ଥ୍ କାର୍ଡ ବାଣ୍ଟିବାକୁ ଯାଇଥିଲେ ସେମାନଙ୍କୁ ଅଣ୍ଡାରେ ପୋତି ଦେଲେ। ଏହା କେବଳ ଟ୍ରେଲର ଥିଲା। ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ। ସ୍ମାର୍ଟ ହେଲ୍ଥ୍ କାର୍ଡ କ’ଣ ସେମାନଙ୍କ ପୈତୃକ ସମ୍ପତ୍ତି ? କେବଳ ରାଜନୀତି ପାଇଁ କାର୍ଡ ବଣ୍ଟା ଯାଉଛି। ଆଗକୁ ଅଣ୍ଡମାଡ଼ ସହ ସବୁ ମାଡ଼ ଆରମ୍ଭ ହେବ। ଏହାପରେ ନବୀନ ବାବୁ ଆଉ ସମ୍ଭାଳି ପାରିବେନି।’ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।