Advertisment

Mahakumbh 2025: ଗ୍ରାହସ୍ଥ୍ୟ ଜୀବନ ଛାଡି ଦେବେ କି ରାଜ୍ୟସଭା ସାଂସଦ ମମତା ମହାନ୍ତ ?

ଗେରୁଆ ବସ୍ତ୍ରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ। କପାଳରେ ଚିତା ,ହାତ ଓ ବେକରେ ରୁଦ୍ରାକ୍ଷ ମାଳା। ଏପରି ଫଟୋ ନିଜେ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Mamata mahanta

Mamata mahanta

ଗେରୁଆ ବସ୍ତ୍ରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ। କପାଳରେ ଚିତା ,ହାତ ଓ ବେକରେ ରୁଦ୍ରାକ୍ଷ ମାଳା। ଏପରି ଫଟୋ ନିଜେ ତାଙ୍କ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଆୟୋଜିତ ମହାକୁମ୍ଭ ମେଳା ୨୦୨୫ରେ ସେ ମହାସ୍ନାନ କରି ବିଶ୍ଵବାସୀଙ୍କ ମଙ୍ଗଳ ହେଉ ଏବଂ ଦୁର୍ନୀତି ହଟିଯାଉ ବୋଲି ଆଶୀର୍ବାଦ ଭିକ୍ଷା କରିଛନ୍ତି।

Advertisment

ମମତା ମହାନ୍ତ କହିଛନ୍ତି ଗତ ସପ୍ତାହରେ ହଠାତ୍ ତାଙ୍କୁ ସ୍ଵପ୍ନ ହେଲା। ଗଙ୍ଗାମାତା ତାଙ୍କୁ ସ୍ଵପ୍ନରେ ଆସିଥିଲେ॥ ମହାକୁମ୍ଭ ମେଳା ଜାରି ରହିଥିବା ବେଳେ ସେ ତାଙ୍କ ସାଙ୍ଗ ସାଥି, ପରିବାର ବର୍ଗଙ୍କୁ ନିବେଦନ କରିଥିଲେ କୁମ୍ଭ ମେଳା ଯିବାକୁ । ମାତ୍ର କେହି ବାହାରି ନ ଥିଲେ। ଏପରିକି ପୁଅର ପରୀକ୍ଷା ଥିବାରୁ ସ୍ଵାମୀ କହିଥିଲେ ଏକା ଯାଇ ଦର୍ଶନ କରିଆସ । ଏହା ପରେ ସେ ମନସ୍ଥ କରି ମହିଳା ପିଏସଓଙ୍କୁ ଧରି ପହଞ୍ଚିଥିଲେ ପ୍ରୟାଗରାଜରେ।

୨୨ ତାରିଖରେ ସେ କୁମ୍ଭ ମେଳାରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିବାରୁ ସେଠାରେ ତାଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରା ଯାଇଥିଲା। କୁମ୍ଭ ମେଳାରେ ଲକ୍ଷ ଲକ୍ଷ ସାଧୁ ସନ୍ୟାସୀଙ୍କୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ମମତା। ପାରମ୍ପରିକ ବସ୍ତ୍ର ପରିଧାନକୁ ତ୍ୟାଗ କରି ସେ ଗେରୁଆ ବସ୍ତ୍ରକୁ ଆପଣେଇ ନେଇଥିଲେ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?

ଗଙ୍ଗା ନଦୀରେ ବୁଡ଼ ପକାଇଥିଲେ, ପୂଜା କରିଥିଲେ ଓ କିଛି ସମୟ ଧ୍ୟାନ ମଧ୍ୟ କରିଥିଲେ। ଦୁଇ ଦିନ ରହଣି ମଧ୍ୟରେ ସେ ଅନେକ ସାଧୁ ସନ୍ଥକୁ ଭେଟି ଆଲୋଚନା କରିଥିଲେ। କାହାକୁ ସାହାଯ୍ୟ କରିଥିଲେ ତ କାହାଠୁ ଆଶୀର୍ବାଦ ନେଇଥିଲେ । ଗଙ୍ଗା ମନ୍ଦିର ଦର୍ଶନ ସହ ଗଙ୍ଗା ଆଳତିରେ ଅପୂର୍ବ ଶାନ୍ତି ପାଇଥିଲେ ବୋଲି ସେ କହିଛନ୍ତି ।

ବୁଡ଼ ପକାଇବା ବେଳେ ମମତା ହଜାର ହଜାର କୁନି କୁନି ବୟସର ସନ୍ଥଙ୍କୁ ଦେଖିଥିଲେ। ସେ ସମୟରେ ତାଙ୍କ ମନକୁ ସଂସାର,ମୋହ ମାୟା ସବୁ ତୁଚ୍ଛ ଲାଗିଥିଲା। ସବୁକିଛି ଛାଡି ସନ୍ୟାସ ନେଇଯିବାକୁ ମନ ହୋଇଥିଲା। ପ୍ରୟାଗରାଜରେ ରହଣି ସମୟରେ ଅନେକ ସାଧୁ ସନ୍ଥଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଥିବା ସେ ଦେଖିବାକୁ ପାଇଥିଲେ। ସେ ମଧ୍ୟ ସାଧାରଣ ନାଗରିକ ପରି ଭଣ୍ଡାରାରେ ଯୋଗ ଦେଇଥିଲେ ।

କୁମ୍ଭମେଳାରେ ଯେଭଳି କୋଟି କୋଟି ଲୋକଙ୍କ ପାଇଁ ବ୍ୟବସ୍ଥା ଏବଂ ଆୟୋଜନ କରାଯାଇଛି ତାହା ଅବର୍ଣ୍ଣନୀୟ। ସବୁଆଡେ ସ୍ଵଚ୍ଛତା,ସବୁଆଡେ ଶାନ୍ତି ଶୃଙ୍ଖଳା। ଯାହା କି ଯୋଗୀ ଆଦିତ୍ୟ ନାଥ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ମମତା।

ଅଧିକ ପଢ଼ନ୍ତୁ: ନାଁ ନନେଇ ନବୀନଙ୍କ ଗୁମର ଖୋଲିଲେ ପ୍ରକାଶ, କହିଲେ,‘ସେ କଳା ଲୋକଙ୍କୁ ଘୃଣା କରୁଥିଲେ, ନିଷ୍ପତ୍ତି ନେବାରେ ଅକ୍ଷମ ଥିଲେ

Rajya Sabha Mahakumbh 2025
Advertisment
Advertisment