Advertisment

ଶିକ୍ଷକଙ୍କୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡିର ଯୋଜନା: ବିଜେପି

୨୦୧୫ ବ୍ୟାଚ୍‌ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍‌ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Teacher Appointment Politics

Teacher Appointment Politics

ଭୁବନେଶ୍ୱର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଶିକ୍ଷକଙ୍କୁ ନିଯୁକ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଆଖି ଝଲସା ଆତସବାଜି ସାଙ୍ଗକୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ୬ ହଜାର ୧୩୧ ଶିକ୍ଷକଙ୍କୁ ଦିଆଯାଇଛି ନିଯୁକ୍ତିପତ୍ର। ଶିକ୍ଷା ବିଭାଗ ଲାଗି ସ୍ୱର୍ଣ୍ଣିମ ମୁହୂର୍ତ୍ତ କହି ଏଭଳି ସେଲିବ୍ରେସନ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନିଜେ ଯାଇ ଶିକ୍ଷକଙ୍କୁ ଦେଇଛନ୍ତି ପ୍ରଶିକ୍ଷଣ, ଖାଲି ସେତିକି ନୁହେଁ ଆଗକୁ ଆହୁରି ଶିକ୍ଷକ ପଦବୀ ପୂରଣ ଲାଗି ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ନିଯୁକ୍ତି ପାଇ ଅବଶ୍ୟ ନବନିଯୁକ୍ତ ଶିକ୍ଷକ ବି ଖୁସି ପ୍ରକାଶ କରିଛନ୍ତି।

Advertisment

କିନ୍ତୁ ଅପରପଟେ ହକ୍ ପାଇଁ ଲଢ଼େଇ କରୁଛନ୍ତି ଶହ ଶହ ଶିକ୍ଷକ। ଏହି ଶିକ୍ଷକଙ୍କ ଅବସ୍ଥାକୁ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ। ୨୦୧୫ ବ୍ୟାଚ୍‌ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍‌ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି। ଯାହାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଯେଉଁଥିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଏ ଭେଳିକି ବୋଲି ଅଭିଯୋଗ ଆଣିଛି କଂଗ୍ରେସ।

ବିଜେପି କହିଛି ରାଜରାସ୍ତାରେ ଯେତେବେଳେ ହଜାର ହଜାର ଶିକ୍ଷକ ପ୍ରତିଦିନ ମେଳି କରି ସରକାରଙ୍କ ବିରୋଧରେ ବର୍ଷୁଛନ୍ତି, ସେତେବେଳେ ସେମାନଙ୍କ କଥା ସରକାର ଶୁଣୁନାହାଁନ୍ତି। ଏବେ ଶିକ୍ଷକଙ୍କୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ଯୋଜନା କରୁଥିବା ବିଜେପି କହିଛି। ଏ ନେଇ ବିଜେଡ଼ି କହିଛି, ଏହା ହେଉଛି କେବଳ ବିକାଶର ଚିତ୍ର, ବିରୋଧୀଙ୍କ କଥାରେ ଆଦୌ ସତ୍ୟତା ନାହିଁ।  

Advertisment

୨୦୧୭ର ପଞ୍ଚାୟତର ଖରାପ ପ୍ରଦର୍ଶନକୁ ଆଉ ପୁନରାବୃତ୍ତି କରିବାକୁ ଚାହୁଁନି ଶାସକ ଦଳ ବିଜେଡି। ଏଥିଲାଗି ଆଗୁଆ ପଞ୍ଚାୟତ ପ୍ରସ୍ତୁତି କରୁଛି ବିଜେଡି। ଖାଲି ଶିକ୍ଷକ ନୁହଁନ୍ତି, ଯୁବକ ଓ ଛାତ୍ରମାନଙ୍କୁ ସମ୍ମିଳନୀ ମାଧ୍ୟମରେ ଘନ ଘନ ଗୁରୁ ମନ୍ତ୍ର ଦେଇ ବାଜିମାତ କରିବା ଉଦ୍ୟମକୁ ବିରୋଧୀ ବି ପ୍ରତିହତ କରିବାକୁ ପ୍ରସ୍ତୁତ ହେଲେଣି।

ରିପୋର୍ଟ: ସଞ୍ଜୀବ ନାୟକ, ମାଣିକଲାଲ ପାଣି ଓ ଜଗଦୀଶ ଦାସ

Bhubaneswar BJP Kalinga Stadium Odisha Politics
Advertisment
Advertisment