/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639624471.jpg)
Chilika MLA Prashant Jagdev
ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଗତ ୧୨ ତାରିଖରେ ବାଣପୁର ବ୍ଲକ୍ ନନ୍ଦପୁର ପଞ୍ଚାୟତର ମେଘାମ୍ବରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଚିଲିକା ବିଧାୟକ ଏକ ରାଜନୈତିକ ସଭା କରିଥିଲେ। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
Advertisment
ଶୁଣିବା ପାଇଁ ଆସିଛି ଶୁଣ, ନହେଲେ ଘରକୁ ପଳାଅ ବୋଲି ସମ୍ପୃକ୍ତ ମହିଳାଙ୍କୁ ବିଧାୟକ କହୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଭୋଟ୍ ଦେଇଛ ବୋଲି କ’ଣ ମୋ ପ୍ୟାଣ୍ଟ୍, ସାର୍ଟ ଖୋଲିଦେବ ? ଏପରି କିଛି ବିଧାୟକ କହୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।
ଏପରିକି ଏହି ଭିଡିଓ ଉତ୍ତୋଳନ କରୁଥିବା ଜଣେ ଲୋକଙ୍କ ମୋବାଇଲ ଫୋନ୍କୁ ବିଧାୟକ ଛଡ଼ାଇ ନେଇଥିବାର ଭିଡିଓ ବି ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)