Advertisment

Tabu Love Story: ତବୁଙ୍କ ପ୍ରେମ କାହାଣୀ; ପ୍ରତାରଣା କରିଥିଲେ ଏହି ସୁପର୍‌ଷ୍ଟାର୍

ଅଧୁରା ରହିଗଲା ତବୁଙ୍କ ପ୍ରଥମ ପ୍ରେମ। ବଲିଉଡ୍‌ର ଜଣେ ସୁପର୍‌ଷ୍ଟାର୍ ତାଙ୍କୁ ଧୋକା ଦେଇଥିଲେ। ପରେ ତବୁ ଜଣେ ଫିଲ୍ମ ନିର୍ମାତା ଓ ଜଣେ ସାଉଥ୍ ସୁପର୍‌ଷ୍ଟାର୍‌ଙ୍କୁ ମଧ୍ୟ ମନ ଦେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Tabu was cheated by sanjay kapoor

Tabu was cheated by sanjay kapoor

ବଲିଉଡ୍‌ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଆଜି ପର୍ଯ୍ୟନ୍ତ କୁମାରୀ ଅଛନ୍ତି। ଫିଲ୍ମ କ୍ୟାରିଅର୍ ଉପରେ ଥିବାବେଳେ ସେମାନଙ୍କର ଅନେକ ଆଫାୟାର୍ ଥିଲା ସତ, ପ୍ରେମ କିନ୍ତୁ ବିବାହ ପର୍ଯ୍ୟନ୍ତ ଯାଇ ନ ଥିଲା। ଏହି ତାଲିକାରେ ଅନେକ ନାଁ ଥିବାବେଳେ ସେଥିମଧ୍ୟରୁ ଜଣେ ହେଲେ ତବୁ। ସେ ୫୩ ବର୍ଷ ବୟସରେ ଆଜି ବି ସିଙ୍ଗଲ୍ ଅଛନ୍ତି। 'ଦୃଶ୍ୟମ୍' ଫେମ୍ ଅଭିନେତ୍ରୀ ସୌନ୍ଦର୍ଯ୍ୟରେ ଅନେକ ନୂଆ ନୂଆ ଅଭିନେତ୍ରୀଙ୍କୁ ମଧ୍ୟ ପଛରେ ପକାଇ ଦିଅନ୍ତି।

Advertisment
 Tabu was cheated by sanjay kapoor ତବୁଙ୍କ ପ୍ରେମ କାହାଣୀ; ପ୍ରତାରଣା କରିଥିଲେ ଏହି ସୁପର୍‌ଷ୍ଟାର୍

ତବସ୍ମୁମ୍ ଫାତିମା ହାଶମୀରୁ ତବୁ ହୋଇଥିବା ଅଭିନେତ୍ରୀ ଆଜି ମଧ୍ୟ ତାଙ୍କ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି। ମାଚିସ୍, ଅସ୍ତିତ୍ୱ, ଚାନ୍ଦନୀ ବାର୍, ମକବୁଲ୍, ଚିନି କମ୍, ହୈଦର, ଦୃଶ୍ୟମ ଆଦି ଫିଲ୍ମରେ ତବୁଙ୍କ ଦମଦାର ଅଭିନୟ ଦର୍ଶକ ଦେଖିଛନ୍ତି।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

Advertisment

ଅଧୁରା ରହିଗଲା ପ୍ରଥମ ପ୍ରେମ:

ଖବର ଅନୁଯାୟୀ ତବୁଙ୍କ ପ୍ରଥମ ପ୍ରେମ ଥିଲା ଅଭିନେତା ସଞ୍ଜୟ କପୁରଙ୍କ ସହିତ। ଫିଲ୍ମ ‘ପ୍ରେମ୍‌’ରେ ପ୍ରଥମ ଥର ପାଇଁ ତବୁ ଏବଂ ସଞ୍ଜୟଙ୍କ ଯୋଡି ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସଞ୍ଜୟ କପୁରଙ୍କ ସହ ତବୁଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା। କିନ୍ତୁ ସେମାନଙ୍କ ପ୍ରେମ ସଫଳ ହୋଇ ନ ଥିଲା। କୌଣସି କାରଣରୁ ସେମାନଙ୍କ ବ୍ରେକଅପ୍ ହୋଇଥିଲା।

Tabu was cheated by sanjay kapoor ତବୁଙ୍କ ପ୍ରେମ କାହାଣୀ; ପ୍ରତାରଣା କରିଥିଲେ ଏହି ସୁପର୍‌ଷ୍ଟାର୍

ସଞ୍ଜୟ କପୁର ଏକ ସାକ୍ଷାତକାରରେ ତବୁଙ୍କ ସହ ତାଙ୍କର ଅଳ୍ପ ଦିନର ପ୍ରେମ କାହାଣୀ ବିଷୟରେ କହିଥିଲେ। ସେ କହିଥିଲେ ଯେ “ମୁଁ ଫିଲ୍ମ ଆରମ୍ଭରେ ତବୁଙ୍କୁ ଡେଟ୍‌ କରୁଥିଲି, କିନ୍ତୁ ପରେ ଆମେ ଦୁହେଁ କଥା ହେବା ବନ୍ଦ କରି ଦେଇଥିଲୁ।”

ପରେ କିନ୍ତୁ ଜଣାପଡିଥିଲା ଯେ ମହୀପ କପୁର (ବର୍ତ୍ତମାନର ପତ୍ନୀ)ଙ୍କ ପାଇଁ ସଞ୍ଜୟ କପୁର ତବୁଙ୍କୁ ପ୍ରତାରଣା କରିଥିଲେ। ଏକ ସାକ୍ଷାତକାରରେ ତବୁ ଏହା କହିଥିଲେ ଯେ “ସଞ୍ଜୟ ମହୀପଙ୍କ ପାଇଁ ମତେ ପ୍ରତାରଣା କରିଛନ୍ତି। ଆମେ ଏକାଠି ଥିବାବେଳେ ସଞ୍ଜୟଙ୍କ ଧ୍ୟାନ ମହୀପଙ୍କ ଆଡକୁ ଯାଇଥିଲା।”

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ଗୋଟିଏ ରାତିରେ ପ୍ରେମ:

ସେହିପରି ମହୀପ କପୁର ମଧ୍ୟ କହିଥିଲେ ଯେ “ମତେ ଜଣା ନଥିଲା ଯେ ଏହି ବ୍ୟକ୍ତି ମୋ ଜୀବନରେ ଆସିଯିବେ। ଦିନେ ମୁଁ ତାଙ୍କ ପାର୍ଟିକୁ ଯାଇଥିଲି। ସେ ମଦ୍ୟପାନ କରି ପୂରା ନିଶାରେ ଥିବା ବେଳେ ମୁଁ ତାଙ୍କୁ ଭେଟିଥିଲି।” ପ୍ରକାଶଥାଉ ଯେ ଫିଲ୍ମ ‘ପ୍ରେମ୍‌’ ୧୯୯୫ରେ ମୁକ୍ତିଲାଭ କରିଥିଲା ​​ଏବଂ ସଞ୍ଜୟ ଏବଂ ମହୀପ ୧୯୯୭ରେ ବିବାହ କରିଥିଲେ।


ସାଉଥ୍ ସୁପର୍‌ଷ୍ଟାର୍‌ଙ୍କୁ ୧୦ ବର୍ଷ ଡେଟ୍:

ସଞ୍ଜୟଙ୍କ ପରେ ତବୁଙ୍କ ନାଁ ବିବାହିତ ସାଉଥ୍ ସୁପର୍‌ଷ୍ଟାର୍‌ ନାଗାର୍ଜୁନ ଏବଂ ଆଜିର ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଚଳଚ୍ଚିତ୍ର ନିର୍ମାତା ତାଲିକାରେ ଥିବା ସାଜିଦ ନାଡିଆଡୱାଲାଙ୍କ ସହ ମଧ୍ୟ ଜଡିତ ଥିଲା। ତବୁ ସାଜିଦଙ୍କ ଫିଲ୍ମ 'ଜୀତ୍'ରେ କାମ କରିଥିଲେ, କିନ୍ତୁ ପୂର୍ବରୁ ବିବାହ କରିଥିବା ସାଜିଦଙ୍କ ଆଉଥରେ ବିବାହ ପାଇଁ କୌଣସି ଇଛା ନ ଥିଲା।

Tabu was cheated by sanjay kapoor ତବୁଙ୍କ ପ୍ରେମ କାହାଣୀ; ପ୍ରତାରଣା କରିଥିଲେ ଏହି ସୁପର୍‌ଷ୍ଟାର୍

କୁହାଯାଏ ଯେ ତବୁ ନାଗାର୍ଜୁନଙ୍କ ସହ ୧୦ ବର୍ଷ ଧରି ସମ୍ପର୍କ ରଖିଥିଲେ। କିନ୍ତୁ ଯେତେବେଳେ ତବୁ ଜାଣିବାକୁ ପାଇଲେ ଯେ ଅଭିନେତା ତାଙ୍କ ପତ୍ନୀଙ୍କୁ ଛାଡିବେ ନାହିଁ, ଅଭିନେତ୍ରୀ ବ୍ରେକ୍‌ଅପ୍ କରିଦେଇଥିଲେ।

ଅଧିକ ପଢ଼ନ୍ତୁ: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

Bollywood Nagarjun Tabu Sajid Nadiadwala Sanjay Kapoor
Advertisment
Advertisment