ଯେକୌଣସି ମୁହୂର୍ତ୍ତରେ ପୋର ର୍ନିବାଚନ ତାରିଖ ଘୋଷଣା ହୋଇପାରେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହେବା ପରେ ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ପାଇଁ ନଗର ଉନ୍ନୟନ ବିଭାଗ ଆହ୍ୱାନ କରିଛି।
ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍ରେ ଆଜି ମତଦାନ ଚାଲିଛି।
ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।
ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।
ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆଜି ୧୬୩ ଜିଲ୍ଲା ପରିଷଦ ଜୋନ୍ ଓ ୧୨ଶହ ୫୪ ପଞ୍ଚାୟତରେ ପଡ଼ିଛି ଭୋଟ୍ । ମାଲକାନଗିରି ଟାଗରକୋଟା ମତଦାନ କେନ୍ଦ୍ରକୁ ଭୋଟରମାନେ ୨ଟି ନଦୀ ପାର ହୋଇ ପ୍ରାୟ ୬୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ପହଞ୍ଚିଥିଲେ ।
ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ନିଜ ନିଜର ମନପସନ୍ଦ ପ୍ରାର୍ଥୀ ବାଛିଛନ୍ତି ଭୋଟର୍ । ଭୋଟ୍ ବାକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗଣତନ୍ତ୍ରର ଏହି ମହାପର୍ବରେ ବେଶ୍ ଉତ୍ସାହର ସାମିଲ ହୋଇଛନ୍ତି ସବୁ ବର୍ଗର ଭୋଟର୍ ।
ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍ ରିଗିଂ କିମ୍ବା ବୁଥ୍ କ୍ୟାପ୍ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍ ବକ୍ସରେ ପକାଇଛି ।
ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ୮୩ % ମତଦାନ ହୋଇଛି ।
ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ପାକଟମୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନେ ରହି ଭୋଟିଂ ବ୍ୟବସ୍ଥା କରିଥିଲେ ମଧ୍ୟ କେହି ଭୋଟ ଦେବାକୁ ଯାଇନଥିଲେ
ସ୍ୱାଧୀନ ପ୍ରାର୍ଥୀ ମଣିମେଗାଲାଇ ଦୁରଇପାଣ୍ଡି ଅମ୍ବୁରର ୩୬ତମ ୱାର୍ଡରୁ କାଉନସିଲର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜୋରସୋରରେ ପ୍ରଚାର କରିବା ସହ ନିର୍ବାଚନ ଜିତିବା ପାଇଁ ଘର ବନ୍ଧକ ରଖିଥିବା ହାଲ୍ଲା କରିଥିଲେଆ
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟ ପେପର ଫୋଲ୍ଡିଂରେ ତ୍ରୁଟି ହୋଇଥିବା ଅଭିଯୋଗ ।
ନୀଳଗିରି ଥାନା ଔପଦା ବ୍ଲକ ଗୁଡିଖୋଳା କେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗତ ରାତିରେ ଗାଁରେଦୁଇ ତିନି ଜଣ ଅଚେତ ହୋଇ ପଡ଼ି ଯାଇଥିଲେ
ଭୋଟ ସହିତ ନୋଟ୍ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ।
ଏଥର ପଞ୍ଚାୟତ ନିର୍ବାଚନରେ ବଢିଛି ହିଂସା। କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆଇନର ଶାସନ ହୁଗୁଳି ଗଲା ଭଳି ଜଣାପଡୁଛି। ଆଇନକୁ ହାତକୁ ନେବାକୁ ଟିକିଏ ବି ଡର ଭୟ ନାହିଁ ଏମାନଙ୍କର। ଏମାନଙ୍କ ପଛରେ କିଏ ? କେମିତି ହୋଇଛନ୍ତି ବଳିୟାନ୍?
ପୋଲିସ୍, ବିଡିଓ, ସାମ୍ବାଦିକ। ଭୋଟ୍ ହିଂସାକାରୀଙ୍କ କବଳରୁ କେହି ବର୍ତ୍ତୁନାହାନ୍ତି। କାହାକୁ ନିସ୍ତୁକମାଡ଼ ତ କାହାକୁ ଆକ୍ରମଣ। ପ୍ରଥମ ଦୁଇ ପର୍ଯ୍ୟାୟରେ ବିଶୃଙ୍ଖଳା ଯାହା ଥିଲା, ତୃତୀୟ ପର୍ଯ୍ୟାୟରେ ସବୁକୁ ବଳିଗଲା।
ଏବେ ଯେଉଁଠି ନିର୍ବାଚନ ସରିଲାଣି, ସେଠି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ଘାରିଛି ଭୋଟ୍ ବାକ୍ସର ସୁରକ୍ଷା ଚିନ୍ତା । ପୋଲିସ ତ ଜଗୁଛନ୍ତି, କିନ୍ତୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ମଧ୍ୟ ନିଜ ତରଫରୁ ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ଦିନରାତି ୨୪ ଘଣ୍ଟା ପହରା ଦେଉଛନ୍ତି ।
ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ସନ୍ଦେହ, କାଳେ କିଛି ଏପଟ ସେପଟ ହୋଇଯିବନି ତ?
ଗଣ୍ଡଗୋଳ.. ହିଂସା... ଗୋଷ୍ଠୀ ସଂଘର୍ଷ.. ବୁଥ୍ ରିଗିଂ... ଟଙ୍କା ବଣ୍ଟାକୁ ନେଇ ଅସନ୍ତୋଷ.. ସାମ୍ବାଦିକଙ୍କୁ ଆକ୍ରମଣ । ସାରା ରାଜ୍ୟରେ ପଂଚାୟତ ନିର୍ବାଚନବେଳେ ଦେଖିବାକୁ ମିଳିଛି ବିଶୃଙ୍ଖଳାର ଏଭଳି ମାଳମାଳ ଚିତ୍ର ।
ବଳଦା ପଂଚାୟତ ଗୁରୁଡ଼ା ନିକଟ ଠାକୁରାମୀ ଗାଁରେ ଦୁଇ ସରପଂଚ ପ୍ରାର୍ଥୀ ରଜିଂତା ନାୟକ ଓ ବରୁଣ କୁମାର ନାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ।
କିଛି ଦିନ ତଳେ ମିଳିଥିଲା ବେଲ୍, ଏବେ ପୁଣି ଥରେ ହେଲା ଜେଲ୍। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ଦୋଷୀ ସାବ୍ୟସ୍ତ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ହୋଇଛି ଜେଲ୍ ଦଣ୍ଡାଦେଶ।
ପିଲଭିଟରେ ପ୍ରଚାର ବେଳେ ସମାଜବାଦୀ ପାର୍ଟି ଉପରେ ପରିବାର ବାଦ ମନ୍ତବ୍ୟ ଦେଇଥିଲେ ଅମିତ ଶାହ । ସମାଜବାଦୀ ପାର୍ଟି କେବେ ବି ଉତ୍ତର ପ୍ରଦେଶ ଲୋକଙ୍କ ହିତ ଚାହିଁନି ବୋଲି କହିଥିଲେ ଶାହ ।
ବେଜେଡି ପ୍ରାର୍ଥୀ ଓ ନେତ୍ରୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କ ଫଟୋ ଛୁଆଇଁ ଭୋଟ ଦେବାକୁ କରାଉଛନ୍ତି ଶପଥ । ଭାଇରାଲ ହେଉଛି ଭିଡିଓ
ଅଭିଯୁକ୍ତଙ୍କୁ ପୋଲିସ୍ ଉଠାଇ ଆଣି ଥାନାକୁ ନେବା ବେଳେ ପୋଲିସ୍ ଗାଡିକୁ ଗାଁ ଲୋକେ ଅଟକାଇଥିଲେ। ଏହାପରେ ପୋଲିସ ହେପାଜତରୁ ଗାଁ ଲୋକେ ଅଜୟଙ୍କୁ ଛଡାଇ ନେଇଯାଇଥିଲେ।