• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତୃଣମୂଳ କଂଗ୍ରେସ ଟିକେଟ୍‌ରୁ ଉପନିର୍ବାଚନ ଲଢ଼ିବେ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବଂ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ । ଶତ୍ରୁଘ୍ନ ସିହ୍ନା ଆସାନସୋଲ୍ ଲୋକସଭା ଆସନରୁ ଲଢ଼ିବାକୁ ଥିବା ବେଳେ, ବାବୁଲ ସୁପ୍ରିୟୋ ବାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି ସ୍ଥିର ହୋଇଛି । ଏହି ୨ କଳାକାର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଟିଏମ୍‌ସି ପକ୍ଷରୁ ପ୍ରାର୍ଥୀ କରାଯାଇଥିବା ନିଜେ ସୁପ୍ରିମୋ ମମତା ବାନାର୍ଜୀ ଟୁଇଟ୍ କରି ଜଣାଇଛନ୍ତି ।

ଏପ୍ରିଲ ୧୨ରେ  ଆସାନସୋଲ୍ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୧୬ରେ ହେବ ଭୋଟ୍ ଗଣତି ।

Mamata BanerjeeMamata Banerjee