Advertisment

ଓଡ଼ିଶା ସରକାର କେବଳ ସବୁ ଯୋଜନାର ବ୍ରାଣ୍ଡିଂ କରୁଛନ୍ତି, ପାଖରେ ଫଟା ଟିକଲି ପଇସା ନାହିଁ: କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ରାଜ୍ୟ ପାତରଅନ୍ତର କରୁଛି।

author-image
Rajalaxmi Sahoo
Union Minister Bishweswar Tudu Targets Odisha Government

Union Minister Bishweswar Tudu Targets Odisha Government

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ରାଜ୍ୟ ପାତରଅନ୍ତର କରୁଛି। PMAYରେ କେବଳ ଦୁର୍ନୀତି ହୋଇନି ବରଂ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଶାସକ ଦଳର କର୍ମୀଙ୍କୁ ଘର ଦିଆଯାଇଛି। ଦୁର୍ନୀତିର ଧରପଗଡ଼ ହେଲେ, ଏମାନଙ୍କ  ଅବସ୍ଥା କ’ଣ ହେବ ସମୟ ହିଁ କହିବ। 

Advertisment

କେନ୍ଦ୍ର ସରକାରଙ୍କ ପଇସାରେ ରାଜ୍ୟ ସରକାର ଛାପ ଲଗାଉଛନ୍ତି। ରାଜ୍ୟ ସରକାର କେବଳ ବ୍ରାଣ୍ଡିଂ କରୁଛନ୍ତି, ମାତ୍ର ପାଖରେ ଫଟା ଟିକିଲି ପଇସା ନାହିଁ ବୋଲି ବିଶ୍ୱେଶ୍ୱର ଟୁଡୁ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଅଭିଯୋଗ ପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ତଦନ୍ତ କରିଥିଲା। ମନ୍ତ୍ରାଳୟ ପକ୍ଷରୁ ଏକ ଟିମ୍ ଏହି ତଦନ୍ତ କରିଥିଲା।ଟିମର ତଦନ୍ତ ରିପୋର୍ଟ ଆଧାରରେ ଓଡ଼ିଶା ସରକାର ୨୦୨୧ ମସିହା ଜୁଲାଇ ୨୦ରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଥିଲେ। ମାତ୍ର ରିପୋର୍ଟ ସନ୍ତୋଷଜନକ ନହେବାରୁ ଆଗ୍ରାହ୍ୟ କରି ଦେଇଥିଲେ। କେନ୍ଦ୍ର ସରକାର  ବିଜେଡି ସାଂସଦ ଏନ୍ ଭାସ୍କର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏନେଇ ସୂଚନା ଦେଇଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ। 

Advertisment

ତେବେ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଉପରେ ଖବର ଲେଖାଯିବା ସୁଦ୍ଧା ରାଜ୍ୟ ସରକାର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ..

PMAY Scam In Odisha PMAY Irregularities PMAY Irregularities In Odisha Union Minister Bishweswar Tudu
Advertisment
Advertisment