• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଭୋଟ ଦେଇ ନାହାନ୍ତି ସମିତି ସଭ୍ୟ ପ୍ରାର୍ଥୀ । ହେଲେ ନିର୍ବାଚନରେ ତାଙ୍କ ନାଁରେ ପଡ଼ିଛି ଭୋଟ । ଆଉ ଏହା ପଛରେ ଖୋଦ୍‌ ନିର୍ବାଚନ ଅଧିକାରୀଙ୍କର ରହିଛି ପ୍ରଚ୍ଛନ୍ନ ହାତ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବରୀ ବ୍ଲକରୁ । ଅଧ୍ୟକ୍ଷ ନିର୍ବଚନରେ ନିର୍ବାଚନ ଅଧିକାରୀ ଅନିୟମିତତା କରିଥିବା ଅଭିଯୋଗ ହୋଇଛି ।

ଗତ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନ ହୋଇଥିଲା । ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେଡୀ ଓ ଜ୍ୟୋତିର୍ମୟୀ ବେହେରା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନିର୍ବାଚନରେ ରସୁଲପୁର ବିଡିଓ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ । ଭୋଟ ଗ୍ରହଣ ସମୟରେ ସମସ୍ତ ପ୍ରାର୍ଥୀ ବ୍ଲକ ପରିସରରେ ଉପସ୍ଥିତ ମଧ୍ୟ ରହିଥିଲେ । ତେବେ ୬ ଜଣ ସମିତି ସଭ୍ୟ ସେଠାରେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ଭୋଟ ନିଜେ ନିର୍ବାଚନ ଅଧିକାରୀ ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ପରାଜିତ ପ୍ରାର୍ଥୀ ଜ୍ୟୋତିର୍ମୟୀ ବେହେରା ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରିବା ସହ ନିର୍ବାଚନ ଅଧିକାରୀ ଦେଇଥିବା ୬ଟି ଭୋଟକୁ ନାକଚ କରି ଫଳାଫଳ ଘୋଷଣା କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଏନେଇ ଆଜି ବରୀ ବ୍ଲକ ରମ୍ପା ପଂଚାୟତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଏସମ୍ପର୍କରେ ଜଣାଇଛନ୍ତି । ତେବେ ଏନେଇ ଆମେ ନିର୍ବାଚନ ଅଧିକାରୀ ତଥା ରସୁଲପୁର ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍‌ ଲାଗିନଥିଲା । ଘଟଣା ସମ୍ପର୍କରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now