Advertisment

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

Samiti Member Candidate Husband Dies

ବିଜୟୀ ପ୍ରାର୍ଥୀଙ୍କ ଟାହିଟାପରାରୁ ଉଜୁଡ଼ି ଗଲା ପ୍ରାର୍ଥୀଙ୍କ ସଂସାର। ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥିନୀଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ସମିତି ସଭ୍ୟା ଭାବେ ସୁମତି ପରିଡ଼ା ହାରିଥିଲେ। ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘର ବାଟେ ଯାଉଥିଲା। ଘର ସାମ୍ନାରେ ସୁମତିଙ୍କ ସ୍ୱାମୀ ରମାକାନ୍ତଙ୍କୁ ବିଜୟୀ ପ୍ରାର୍ଥୀ କମେଣ୍ଟ ମାରିଥିଲେ। ଏଥିରେ ଅପମାନିତ ହୋଇ ରମାକାନ୍ତ ଘରେ ଝଗଡ଼ା କରିଥିଲେ।କାହିଁକି ନିର୍ବାଚନରେ ଛିଡ଼ା ହେଉଥିଲୁ କହି ସ୍ତ୍ରୀ ସୁମତିଙ୍କୁ ସେ ଗାଳି ଦେଇଥିଲେ। ଏଥିରେ ମ୍ରିୟମାଣ ହୋଇ ସୁମତି ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ବିଷ ପିଇ ଗୁରୁତର ହେବା ଦେଖି ରମାକାନ୍ତ ଫାଶି ଲଗାଇ ଦେଇଥିଲେ। 

ଗୁରୁତର ଅବସ୍ଥାରେ ରମାକାନ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଗୁରୁତର ସୁମତିଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଛି। ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। 

Advertisment
Odisha Panchayat Polls Panchayat Samiti Odisha Panchayat Elections
Advertisment
Advertisment