ଏତେ ବଡ଼ ପରାଜୟ ପରେ ବି କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ସୋନିଆ ଗାନ୍ଧି । କଂଗ୍ରେସ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇ ସୂଚନା । କାର୍ଯ୍ୟକାରିଣୀ ଶେଷରେ ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡ୍ଗେ । ସମସ୍ତଙ୍କର ତାଙ୍କ ନେତୃତ୍ୱ ଉପରେ ଭରସା ରହିଛି କହିଲେ ଖଡ୍ଗେ । କାର୍ଯ୍ୟକାରିଣୀରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ସୋନିଆ । ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
Also Read
ପାଂଚ ରାଜ୍ୟ ବିଧାନସଭା ନିର୍ବାଚନରେ କାହିଁକି ଏତେ ବଡ ବିପର୍ଯ୍ୟୟର ସାମ୍ନା କଲା କଂଗ୍ରେସ ? କେଉଁଠି ରହିଲା ତ୍ରୁଟି ? ସିଡବ୍ଲୁସି ବୈଠକରେ ଏହାର ମାନସ ମନ୍ଥନ କରିଥିଲା କଂଗ୍ରେସ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ପ୍ରାୟ ସମସ୍ତ ବରିଷ୍ଠ ନେତା । ନିର୍ବାଚନୀ ବିଫଳତା ପରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା । ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାହୁଲଙ୍କ ସମର୍ଥନରେ ବାହାରି ତାଙ୍କୁ ହିଁ ଅଧ୍ୟକ୍ଷ ପଦ ଦେବା ଉଚିତ ବୋଲି ମତ ରଖିଥିଲେ । ତେବେ ଏନେଇ ଜାରି ରହିଥିଲା ଆଲୋଚନା ପର୍ଯ୍ୟାଲୋଚନା ।
CWC ବୈଠକ ପରେ କଂଗ୍ରେସର କିଏ ମଙ୍ଗ ସମ୍ଭାଳିବେ, ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ବୈଠକରେ ଦଳୀୟ ପଦରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ପଦ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।