• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଜାବ ଶାସନ ଭାର ହାତକୁ ନେବା ପୂର୍ବରୁ, ଆଜି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛି ଆମ ଆଦମୀ ପାର୍ଟି । କାର୍ଯ୍ୟକ୍ରମରେ ଜାତୀୟ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ ସାମିଲ ହୋଇ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପ୍‌ର ଐତିହାସିକ ବିଜୟ ପରେ ଅମୃତସରରେ ଏହି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ।

ରୋଡ୍ ଶୋ ପୂର୍ବରୁ ଉଭୟ ଭଗୱନ୍ତ ମାନ୍ ଏବଂ ଆପ୍ ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ଅମୃତସରର ଦୁର୍ଗିଆନା ମନ୍ଦିର ଯାଇ ପ୍ରାର୍ଥନା କରିଥିଲେ । ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଯାଇ ଦର୍ଶନ କରିବା ସହିତ ଜାଲିଆନାୱାଲା ବାଗ ସ୍ମାରକୀକୁ ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥର ବିଧାନସଭା ନିର୍ବାଚନରେ କ୍ଷମତାରେ ଥିବା କଂଗ୍ରେସ ଏବଂ ବିଜେପି ତଥା ଅନ୍ୟ ଆଞ୍ଚଳିକ ଦଳକୁ ପଛରେ ପକାଇ ୧୧୭ ସିଟରୁ ୯୨ ଆସନରେ ବାଜିମାତ କରିଛି ଆପ୍ ।

ସେପଟେ ମାର୍ଚ୍ଚ ୧୬ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍‌ । ଭଗତ ସିଂହଙ୍କ ପୈତୃକ ଗାଁ ଖଟକରକଲନ୍‌ରେ ନେବେ ଶପଥ । ପରେ ୧୬ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ । ସହିଦ ଭଗତ ସିଂହଙ୍କୁ ସମ୍ମାନ ଦେବାକୁ ଆପ୍ ଏହି ନିଷ୍ପତ୍ତି ନେଇଛି ।