• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ମାଗିଲେ କଂଗ୍ରେସ ଅଧ୍ୟକ୍ଷା । ୫ ରାଜ୍ୟର ସାଧାରଣ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ଇସ୍ତଫା ମାଗିଲେ । ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ ସୋସିଆ । ତେବେ  କଂଗ୍ରେସର ଏତେ ବଡ଼ ପରାଜୟ ପରେ କିନ୍ତୁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେବେନି ଇସ୍ତଫା ।

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ସୋନିଆ ଗାନ୍ଧି । ଏନେଇ କଂଗ୍ରେସ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡ୍‌ଗେ । ସମସ୍ତଙ୍କର ତାଙ୍କ ନେତୃତ୍ୱ ଉପରେ ଭରସା ରହିଛି କହିଲେ ଖଡ୍‌ଗେ । କାର୍ଯ୍ୟକାରିଣୀରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ସୋନିଆ । ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ପାଂଚ ରାଜ୍ୟ ବିଧାନସଭା ନିର୍ବାଚନରେ କାହିଁକି ଏତେ ବଡ ବିପର୍ଯ୍ୟୟର ସାମ୍ନା କଲା କଂଗ୍ରେସ ? କେଉଁଠି ରହିଲା ତ୍ରୁଟି ? ସିଡବ୍ଲୁସି ବୈଠକରେ ଏହାର ମାନସ ମନ୍ଥନ କରିଥିଲା କଂଗ୍ରେସ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ପ୍ରାୟ ସମସ୍ତ ବରିଷ୍ଠ ନେତା । ନିର୍ବାଚନୀ ବିଫଳତା ପରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା । ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାହୁଲଙ୍କ ସମର୍ଥନରେ ବାହାରି ତାଙ୍କୁ ହିଁ ଅଧ୍ୟକ୍ଷ ପଦ ଦେବା ଉଚିତ ବୋଲି ମତ ରଖିଥିଲେ ।