• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉତ୍ତରପ୍ରଦେଶରେ ବୃହତ ବିଜୟ ପରେ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଶପଥ ଗ୍ରହଣ ପୂର୍ବରୁ ଆଜି ଦିଲ୍ଲୀ ପହଞ୍ଚିଛନ୍ତି ଯୋଗୀ । ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଗଠନ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ ସନ୍ତୋଷ ଉପସ୍ଥିତ ରହିବେ ।

ଏଥର ଯୋଗୀଙ୍କ କ୍ୟାବିନେଟର ନୂଆ ମୁହଁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଯୋଗୀଙ୍କ ସହ ରାଜ୍ୟ ସଭାପତି ରତନ ଦେବ ସିଂହ, ମନ୍ତ୍ରୀ ସୁନୀଲ ବଂଶଲ ଓ ରାଜ୍ୟ ଦାୟିତ୍ୱରେ ଥିବା ରାଧାମୋହନ ସିଂହ ଦିଲ୍ଲୀ ଯାଇଛନ୍ତି । ସେପଟେ ଏଥର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରହିପାରନ୍ତି ଦଳୀୟ ହେଭିୱେଟ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ସ୍ୱତନ୍ତ୍ର ଦେବ ସିଂହ, ବେବିରାଣୀ ମୌର୍ଯ୍ୟ, ବ୍ରିଜେଶ ପାଠକ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ଆଗରେ ରହିଛି ।

ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ପରେ ବିରୋଧୀ ଶିବିରରେ ନିରାଶା ଦେକିବାକୁ ମିଳିଛି । ମୋଦି-ଯୋଗୀ ଯୋଡ଼ି ଆଗରେ ସବୁ ଷ୍ଟ୍ରାଟେଜି ଫେଲ ମାରିବା ପରେ ଏବେ ଆରମ୍ଭ ହୋଇଛି କାଦୁଅ ପିଙ୍ଗା । ମୟାବତୀଙ୍କ ବିଏସପି ଓ ଓୱେସୀଙ୍କ AIMIM ସଂଖ୍ୟାଲଘୁଙ୍କ ଭୋଟ କାଟିବାରୁ ବିଜେପିକୁ ସୁହାଇଲା ବୋଲି କୁହାଯାଉଛି । ତେବେ ମାୟାବତୀ ଏହାକୁ ଖଣ୍ଡନ କରିବା ସହ ଏହା ମିଡିଆ ଓ ସମାଜବାଦୀ ପାର୍ଟିର ଅପପ୍ରଚାର ବୋଲି କହିଛନ୍ତି ।

ଉତ୍ତରପ୍ରଦେଶର ବିଜେପିର ଐତିହାସିକ ବିଜୟ ପରେ ବିରୋଧୀ କ୍ୟାମ୍ପରେ ଝଡ଼ ଆରମ୍ଭ ହୋଇଯାଇଛି । ଜୋରଦାର ଆରୋପ ପ୍ରତ୍ୟାରୋପ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପାଇଁ ମାୟାବତୀଙ୍କ ବହୁଜନ ସମାଜପାର୍ଟୀ ଓ ଅସଦୁଦ୍ଦିନ ଓୱେସୀଙ୍କ AIMIMକୁ ଦାୟୀ କରିଛନ୍ତି ଶିବସେନା ନେତା ସଂଜୟ ରାଉତ । ଉଭୟ ଦଳକୁ ବିଜେପିର ବି-ଟିମ୍ କହିବା ସହ ମାୟାବତୀଙ୍କୁ ପଦ୍ମବିଭୂଷଣ ଓ ଓଏସିଙ୍କୁ ଭାରତରତ୍ନ ମିଳିବା ଦରକାର ବୋଲି ତାଚ୍ଛଲ୍ୟ କରିଛନ୍ତି ।

ଚଳିତ ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ୧୨.୮ ପ୍ରତିଶତ ଭୋଟ ମିଳିଥିବା ବେଳେ ଦଳ ଗୋଟିଏ ମାତ୍ର ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଓୱେସୀଙ୍କ ଏଆଇଏମଆଇଏମ ୦.୪୯ ପ୍ରତିଶତ ଭୋଟ ପାଇଥିବା ବେଳେ କୌଣସି ସିଟ୍ ଜିତି ପାରିନାହିଁ । ତେବେ ସଂଖ୍ୟାଲଘୁ ଓ ବିଜେପି ବିରୋଧୀଙ୍କ ଭୋଟ ଭାଗ ଭାଗ ହେବା ଦ୍ୱାରା ସମାଜବାଦୀ ପାର୍ଟିର ପରାଜୟ ହେଲା ବୋଲି କୁହାଯାଉଛି ।

ଅଣବିଜେପି ଭୋଟ ଭାଗ ହେବା ଦ୍ୱାରା ବିଜେଫିକୁ ଫାଇଦା ହୋଇଥିବା ଅଭିଯୋଗ ଖଣ୍ଡନ କରିଛନ୍ତି । ଉଭୟ ମାୟାବତୀ ଓ ଓୱେସି ଉତ୍ତରପ୍ରଦେଶର ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିବା ଓଏସି କହିଛନ୍ତି । ସେହିପରି ତାଙ୍କ ଦଳ ବିଜେପିର ବି-ଟିମ୍ ବୋଲି ଗଣମାଧ୍ୟମ ଓ ସମାଜବାଦୀ ପାର୍ଟି ଭ୍ରମ ସୃଷ୍ଟି କରିଥିବା ମାୟାବତୀ ଅଭିଯୋଗ କରିଛନ୍ତି । ବିଏସପି ହିଁ ଏକମାତ୍ର ଦଳ ଯିଏ ବିଜେପିକୁ ପରାସ୍ତ କରିବା ଲାଗି ସକ୍ଷମ ବୋଲି କହିଛନ୍ତି ମାୟାବତୀ ।