ଟିଏମସି ନେତା ଯାହା କହିଲେ ବି ଦଳରେ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି । ପୁତୁରା ଅଭିଷେକଙ୍କ ଉଚ୍ଚାକାଂକ୍ଷା ଦିଦିଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ଖାସ୍ କରି ପ୍ରଶାନ୍ତ କିଶୋରଙ୍କ ଆଇ-ପ୍ୟାଙ୍କ ୟଙ୍ଗ ବ୍ରିଗେଡଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ କିଛି ବରିଷ୍ଠ ନେତା କ୍ଷୁବ୍ଧ ହୋଇଥିବା କୁହାଯାଉଛି । ପଦବୀ ଲାଗି ଅଭିଷେକଙ୍କ ଆଭିମୁଖ୍ୟରେ ଅନେକ ରାଜି ନାହାନ୍ତି
ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ଭୋଟର୍ ତାଲିକାରେ ତାଙ୍କ ନାଁ ରହିଛି ନା ନାହିଁ ଫାଷ୍ଟ ପୋଲିଂ ଅଫିସରଙ୍କ ନିକଟରେ ଯାଞ୍ଚ କରିବେ । ପରିଚୟ ଯାଞ୍ଚ ପାଇଁ ଭୋଟର୍ ଆଇଡି, ଆଧାର, ପାନ୍ କାର୍ଡ ସମେତ ୧୩ଟି ପରିଚୟ ପତ୍ରକୁ ଗ୍ରହଣ କରାଯିବ ।
ଭୋଟ୍ ଦେଉଥିବା ଲୋକଙ୍କ ଆଙ୍ଗୁଠିରେ ଲାଗିଥାଏ ଏକ ନୀଳ ରଙ୍ଗର କାଳି। କିଛି ଦିନ ପାଇଁ ଏହା ଲିଭି ନଥାଏ। ଯାହା ଫଳରେ କି କୌଣସି ଭୋଟର ଦ୍ୱିତୀୟ ଥର ପାଇଁ ଭୋଟ୍ ଦେଇ ପାରିବେ ନାହିଁ। ତେବେ ଭାରତୀୟ ନିର୍ବାଚନରେ ଏହି କାଳି ବ୍ୟବହାର ହେବାର ୬୦ ବର୍ଷ ହେବାକୁ ଯାଉଛି। ଆସନ୍ତୁ ଏହାର ଇତିହାସର ରୋଚକ କାହାଣୀ।
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ ।
ରାତି ପାହିଲେ ପଡ଼ିବ ପଞ୍ଚାୟତ ଭୋଟ୍ । ତେଣୁ ପୋଲିଂ ବୁଥ୍କୁ ଆରମ୍ଭ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଭୋଟ୍ ଗ୍ରହଣ ହେବ ।
କାଲି ପଞ୍ଚାୟତ ନିର୍ବାଚନ। ଏଣେ ହୁ ହୁ ହୋଇ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ମାର୍ପିଟ୍ ହୋଇ କେହି ଲହୁଲୁହାଣ ହେଲେଣି ତ କେଉଁଠି କାହା ଘରେ ଲଗେଇ ଦିଆଯାଉଛି ନିଆଁ। ଏହାକୁ ନେଇ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ।
ପଞ୍ଚାୟତ ନିର୍ବାଚନରେ ଯୋଗ ଦେବା ପୂର୍ବରୁ ଅଧିକାରୀଙ୍କ ମୃତ୍ୟୁ । ମୃତକ ହେଲେ ଅନୁଗୁଳ ଜିଲ୍ଲା ରଜାମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ନାୟକ ।
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି।
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ପଯର୍ୟନ୍ତ ଭୋଟ୍ ଗ୍ରହଣ ହେବ।
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ ପୂର୍ବରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
ଅନେକ ଆସନରେ ସମାଜବାଦୀ ପାର୍ଟି ସହିତ ପ୍ରତିଯୋଗିତାରକୁ ଦୃଷ୍ଟିରେ ରଖି ବିଜେପି କ୍ୟାମ୍ପେନ୍କୁ ଜୋରଦାର କରୁଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନର ସମୀକ୍ଷା କରୁଥିବାବେଳେ ବାକି ପାଞ୍ଚଟି ପର୍ଯ୍ୟାୟ ପାଇଁ ଅଧିକରୁ ଅଧିକ ବୈଠକ କରିବାକୁ ବିଜେପି ବର୍ତ୍ତମାନ ପ୍ରସ୍ତୁତି ଚଳାଇଛି ।
ବର୍ଷାଙ୍କୁ ବିଜେଡିରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କୁ ଉପକୂଳ ଜିଲ୍ଲାରେ କୌଣସି ଏକ ଆସନରୁ ବିଜେଡି ବିଧାନସଭା ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଏପଟେ ସ୍ୱାମୀ ଅନୁଭବ ଦଳରେ ଏକ ପ୍ରକାର କୋଣଠେସା ହୋଇ ଯାଇଛନ୍ତି କହିଲେ ଚଳେ ।
ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ I କେଉଁଠି ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, କେଉଁଠି ଢେଲାମାଡ଼ I ଯୋଡ଼ାରେ ପ୍ରଚାର ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ I ପୁରୀ ଗୋପରେ ପ୍ରଚାର କ୍ୟାମ୍ପ ପୋଡ଼ିଦେଲେ ଦୁର୍ବୃତ୍ତ
ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।
ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ ।
ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।
କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।
ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍କୁ ଅବୈଧ ଘୋଷଣା କରାଯିବ। ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ।
ୱାର୍ଡମେମ୍ବର ଆସନ ପାଇଁ ଲଢ଼ୁଥିବା ଜଣେ ପ୍ରାର୍ଥି ହାତିପାଲି ଗ୍ରାମର ମାନସ ପାଢ଼ୀଙ୍କୁ ଦୁଇଦିନ ତଳେ ଗୀତା ଛୁଇଁ ତାଙ୍କୁ ଏବଂ ଜଣେ ନିଦ୍ଧିଷ୍ଟ ସରପଂଚ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ ।
ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।
୧୯୯୭ରେ ଜନତା ଦଳ ଏବଂ ୨୦୦୨ରୁ ଲଗାତର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଛି ବିଜେଡି । ଗତ ନିର୍ବାଚନରେ ଦଳ ୨୪ଟି ଜୋନରୁ ୧୯ଟି ଜିତି ପରିଷଦ ଗଢିଥିଲା । ବିଜେପି ୪ଟି ଆସନ ପାଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।
ଢିଙ୍କିଆରୁ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି।
ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ।
ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି